Home ଜିଲ୍ଲା ପରିକ୍ରମା ପରିଚାଳନା କମିଟି କୁ ନେଇ ବିବାଦ, ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର ଟିସି ନେବା...

ପରିଚାଳନା କମିଟି କୁ ନେଇ ବିବାଦ, ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର ଟିସି ନେବା ପରେ ଶ୍ରେଣୀ ହେଲା ଛାତ୍ର ଶୂନ୍ୟ

29

ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ତପନେଶ୍ୱର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପଢ଼ୁଥିବା ଛାତ୍ର ଅଭିଭାବକ ନିଜ ପୁଅର ଟ୍ରାନ୍ସଫର ସାର୍ଟିଫିକେଟ୍ ନେଇଯିବା ପରେ ବିଦ୍ୟାଳୟର ଦ୍ୱିତୀୟ ଶ୍ରେଣୀ ସମ୍ପୂର୍ଣ୍ଣ ଛାତ୍ର ଶୂନ୍ୟ ହୋଇଛି।ସୂଚନା ଅନୁଯାୟୀ ଏହି ବିଦ୍ୟାଳୟର ଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ମୋଟ ୧୪୩ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି।ସେଥି ମଧ୍ୟରୁ ଶିଶୁ ବାଟୀକାରେ ୬ଜଣ ,ପ୍ରଥମ ଶ୍ରେଣୀରେ ୫ଜଣ, ଦ୍ୱିତୀୟ ଶ୍ରେଣୀରେ ୧ ଜଣ,ତୃତୀୟ ଶ୍ରେଣୀରେ ୬ ଜଣ,ଚତୁର୍ଥ ଶ୍ରେଣୀରେ ୧୦ ଜଣ,ପଞ୍ଚମ ଶ୍ରେଣୀରେ ୧୬ ଜଣ,ଷଷ୍ଠ ଶ୍ରେଣୀରେ ୩୨ ଜଣ, ସପ୍ତମ ଶ୍ରେଣୀରେ ୨୯ ଜଣ ଏବଂ ଅଷ୍ଟମ ଶେଣୀ ରେ ୩୯ ଜଣ ପାଠ ପଢୁଛନ୍ତି।ଏଠାରେ ମୋଟ ୮ ଜଣ ଶିକ୍ଷକ ପାଠ ପଢ଼ାଉଛନ୍ତି।ତେବେ ବିଦ୍ୟାଳୟର ଦ୍ୱିତୀୟ ଶ୍ରେଣୀରେ ଅଧ୍ୟୟନ କରୁଥିବା ମାତ୍ର ଜଣେ ଛାତ୍ରର ଅଭିଭାବକ କୌଣସି କାରଣରୁ ଅସନ୍ତୁଷ୍ଟ ହୋଇ ବିଦ୍ୟାଳୟରୁ ନିଜ ପୁଅର ଟିସି ନେଇଯିବା ପରେ ଦ୍ୱିତୀୟ ଶ୍ରେଣୀରେ ଆଉ କୌଣସି ଛାତ୍ରଛାତ୍ରୀ ନାହାନ୍ତି। ଦ୍ୱିତୀୟ ଶ୍ରେଣୀ ଛାତ୍ର ଶୂନ୍ୟ ହୋଇଛି।ଏ ସମ୍ପର୍କରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କୁ ପଚାରିବାରୁ ସେ ଦ୍ୱିତୀୟ ଶ୍ରେଣୀ ଛାତ୍ର ଶୂନ୍ୟ ହୋଇଥିବା ସ୍ୱୀକାର କରିଛନ୍ତି ଏବଂ କହିଛନ୍ତି ଟିସି ନେଇଥିବା ପିଲା ନିଜ ମାମୁଁଘରେ ରହି ପାଠ ପଢୁଥିଲା ।ତାଙ୍କ ଅବିଭାବକ ଅସୁବିଧା ଦର୍ଶାଇ ନିଜ ପିଲାର ଟିସି ନେଇଛନ୍ତି। ବିଦ୍ୟାଳୟ ରେ ଦିନକୁ ଦିନ ପିଲା ସଂଖ୍ୟା କମିବା ବାବଦରେ ପ୍ରଧାନ ଶିକ୍ଷକ କହିଛନ୍ତି ଗତବର୍ଷ ନୂତନ ‘ଶିଶୁ ବାଟିକା’ ବ୍ୟବସ୍ଥା ଲାଗୁ ହେବା ପରେ ପ୍ରଥମ ଶ୍ରେଣୀରେ ଛାତ୍ର ଛାତ୍ରୀଙ୍କ ନାମଲେଖା ହ୍ରାସ ପାଇଛି।ତେବେ କିଛି ଦିନ ହେବ ଉକ୍ତ ବିଦ୍ୟାଳୟ ରେ ପରିଚାଲନା କମିଟିକୁ ନେଇ ବିବାଦ ଲାଗିଥିବାରୁ ପରିସ୍ଥିତି ଏପରି ସ୍ତର ରେ ପହଞ୍ଚିଛି ବୋଲି ସାଧାରଣ ରେ ଆଲୋଚ୍ୟ ବିଷୟ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.