Home ଜିଲ୍ଲା ପରିକ୍ରମା ଭଦ୍ରକରେ ବ୍ରାଉନସୁଗାର ଜବତ, ୨ ଗିରଫ

ଭଦ୍ରକରେ ବ୍ରାଉନସୁଗାର ଜବତ, ୨ ଗିରଫ

3

ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ପୁଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଯେତେ ବ୍ରାଉନସୁଗାର ମାଫିଆଙ୍କୁ ଗିରଫ କରାଯାଉଛି, ତାହା ରାଜ୍ୟର ଅନ୍ୟ ଜିଲା ତୁଳନାରେ ଶତ ପ୍ରତିଶତ ଅଧିକ। ପ୍ରତି ସପ୍ତାହରେ ଏହି ବ୍ରାଉନସୁଗାର ଜବତ ହେଉଥିବାବେଳେ ସହର ଠାରୁ ଗ୍ରାମାଂଚଳ ପର୍ଯ୍ୟନ୍ତ ଏହାର ଚେର ଲମ୍ବିଚାଲିଛି। ଏପରିକି ବେକାର ଯୁବକଙ୍କ ଠାରୁ ଆରମ୍ଭ କରି ସ୍କୁଲକଲେଜ ପିଲାମାନେ ମଧ୍ୟ ଏହାର କବଳରେ ଛନ୍ଦିହୋଇଗଲେଣି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି କାରବାର ପଛରେ ମଧ୍ୟ ମହିଳାମାନଙ୍କ ହାତ ରହୁଥିବାର ଦେଖାଯାଉଛି। ତେବେ ଆଜି ସକାଳ ୧୦.୩୦ ମିନିଟ୍ ସମୟରେ ସହରାଂଚଳ ଥାନାର ଏସ.ଆଇ. ଗଣନାଥ ସେଠୀ ପାଟ୍ରୋଲିଂ କରୁଥିବାବେଳେ ନୂଆ ବସ୍‌ଷ୍ଟାଣ୍ଡ ଠାରେ ୨ ଜଣ ସନ୍ଦିଗ୍ଧ ବାଇକ୍ ଆରୋହୀଙ୍କ ଠାରୁ ୮.୨୫ ଗ୍ରାମ ବ୍ରାଉନସୁଗାର, ନଗଦ ୩ ହଜାର ଟଙ୍କା ଓ ଗାଡିଟିକୁ ଜବତ କରିଛନ୍ତି। ଏହି ଅଭିଯୁକ୍ତ ହେଲେ ଭଦ୍ରକ ପୁରୁଣାବଜାର ଥାନା ଚନ୍ଦନବଜାରର ରମଣ ସାହାଙ୍କ ପୁତ୍ର ରିଙ୍କୁ (୨୩), ଯାଜପୁର ଜିଲା ବୈରୀ ଥାନା ଛତିଆ କଂପାନୀ ବଜାର ନିବାସୀ ରଂଜନ କୁମାର ସେଣ୍ଢଙ୍କ ପୁତ୍ର ରାମଚନ୍ଦ୍ର (୨୮)। ଏହି ଘଟଣାରେ ଭଦ୍ରକ ସହରାଂଚଳ ଥାନାରେ କେଶ୍ ନଂ ୪୦୮/୨୬, ଦଫା ୨୨(ବି)/୨୯ ଏନଡିପିଏସ୍ ଆକ୍ଟରେ ଏକ ମାମଲା ରୁଜୁ କରାଯାଇ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାର ତଦନ୍ତକାରୀ ଅଧିକାରୀ ଭାବେ ଇନ୍ସିପେକ୍ଟର ମନୋରଞ୍ଜନ ପାତ୍ର ଦାୟିତ୍ୱ ତୁଲାଉଥିବାବେଳେ ଡି.ସି.ଓ. ଭାବେ ଏସଆଇ ଚମ୍ପାବତୀ ମାରାଣ୍ଡି ସହଯୋଗ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.