ଭଦ୍ରକ, ୨୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବ୍ରେକିଙ୍ଗ ନିୟୁଜ ସାମ୍ବାଦିକ ମାନଙ୍କୁ ଚାପଗ୍ରସ୍ତ କରୁଛି । ଖବର ସଂଗ୍ରହ ଏବଂ ଏହାର ପ୍ରସାରଣ କ୍ଷେତ୍ରରେ ତୀବ୍ର ପ୍ରତିଦ୍ୱନ୍ଦିତା, ପ୍ରସାରିତ ଖବର ଯଥାର୍ଥତା ପ୍ରତିପାଦନ କରିବାକୁ ସାମ୍ବାଦିକ ଟିଏ ଉପଯୁକ୍ତ ସମୟ ପାଉ ନାହିଁ । ଫଳରେ ପ୍ରସାରିତ ଖବର ପାଇଁ ନେତା, ଜନତା, ସରକାର ଏପରିକି ପ୍ରକାଶିତ ଗଣମାଧ୍ୟମ ସଂସ୍ଥା ମାଲିକଙ୍କ ନିକଟରେ ସାମ୍ବାଦିକଙ୍କୁ ଉତରଦାୟୀ ହେବାକୁ ପଡୁଛି । ତେବେ ପ୍ରସାରିତ ଖବର ପାଇଁ ସମାଜ ନିକଟରେ ଉତରଦାୟୀ ରହିବାକୁ ହେଲେ ଜଣେ ସାମ୍ବାଦିକଙ୍କୁ ନିଜ ବିବେକ ଅନୁମୋଦିତ ଖବର ସଂଗ୍ରହ ଏବଂ ଏହାର ପ୍ରସାରଣ ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟ ଉଚ୍ଚଶିକ୍ଷା, କ୍ରୀଡା, ଯୁବସେବା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି । ଶୁକ୍ରବାର ଦିନ ଭଦ୍ରକ ପ୍ରଜାପତି କଲ୍ୟାଣ ମଣ୍ଡପ ଠାରେ ଷ୍ଟେଟ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ(ଏସୟୁଯେ)ର ପ୍ରାନ୍ତୀୟ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୁରଜ ଏହି କଥା କହିଛନ୍ତି । ସାମ୍ବାଦିକତା କ୍ଷେତ୍ରରେ ମହିଳା ମାନଙ୍କ ଅନର୍ଭୁକ୍ତି କରଣ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଥିଲେ ଯେ ଜନସଂଖ୍ୟାର ଅଧା ମହିଳା ବର୍ଗର ହୋଇଥିବାରୁ ସାମାଜିକ ସ୍ତରରେ ମହିଳା ମାନଙ୍କୁ ଆଗକୁ ଆଣିବାକୁ ହେଲେ ସାମ୍ବାଦିକତା କ୍ଷେତ୍ରରେ ଅଧିକରୁ ଅଧିକ ନାରୀ ମାନଙ୍କ ଅନ୍ତର୍ଭୁକ୍ତି କରଣର ଆବଶ୍ୟକତା ରହିଛି । ସେହିଭଳି ସମ୍ବାଦ ସଂଗ୍ରହ ଏବଂ ପରିବେଷଣ କ୍ଷେତ୍ରରେ ଆମକୁ ସତ୍ୟର ଅନୁଶରଣ କରିବାକୁ ପଡିବ ବୋଲି ମନ୍ତ୍ରୀ କହିଥିଲେ । ଉତ୍ସବରେ ଅନ୍ୟତମ ଅତିଥି ଭାବେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ସାମ୍ବାଦିକ ମାନଙ୍କ ସୁରକ୍ଷା, ସାମାଜିକ ଦାୟିତ୍ୱ ଏବଂ ଅଧିକାର ପ୍ରତି ସରକାର ସମ୍ବେଦନଶୀଳ ଅଛନ୍ତି ଏବଂ ସେଗୁଡିକର ସାମାଧନ ପର୍ଯ୍ୟାୟକ୍ରମେ ହେବ ବୋଲି କହିଥିଲେ । ଉତ୍ସବ ର ଅନ୍ୟତମ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ସାମ୍ବାଦିକ ମାନେ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରି ଆସୁଥିବା ବେଳେ ସେମାନଙ୍କ ସ୍ୱାର୍ଥ ଏବଂ ସୁରକ୍ଷା ପ୍ରତି ଅନୁରୂପ ପ୍ରଯତ୍ନ ହେଉନଥିବା ନେଇ ଖୋଭ ପ୍ରକାଶ କରିଥିଲେ । ଉତ୍ସବର ଅନ୍ୟତମ ଅତିଥି ଭାବେ ଭଦ୍ରକ ଜିଲ୍ଲପାଳ ଦିଲ୍ଲୀପ ରାଉତରାୟ ଶାସନ,ପ୍ରଶାସନକୁ ସଠିକ ବାଟରେ ପରିଚାଳନା କ୍ଷେତ୍ରରେ ଗଣ ମାଧ୍ୟମ ଭୂମିକା ସମ୍ପର୍କରେ ଆଲୋଚନା କରିବା ସହିତ ସାମ୍ବାଦିକ ମାନଙ୍କ ସମସ୍ୟା ଗୁଡିକ କିଭଳି ସମାଧାନ ହୋଇ ପାରିବ ସେନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ । ଏସୟୁଯେ ଭଦ୍ରକ ଜିଲ୍ଲା ଶାଖା ସଭାପତି ବରିଷ୍ଠ ସାମ୍ବାଦିକ ନିହାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭା ପ୍ରାରମ୍ଭରେ ସଂଗଠନର ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ନାୟକ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ସୁରକ୍ଷା, ପେନସନ, ସ୍ୱାସ୍ଥ୍ୟବୀମା ରେ ସାମ୍ବାଦିକଙ୍କ ପିତା ମାତା ଙ୍କୁ ସାମିଲ କରିବା, ରାଜଧାନୀ ଭୁବନେଶ୍ୱରରେ ସବୁବର୍ଗର ସାମ୍ବାଦିକ ରହିବା ପାଇଁ ଏକ ସାମ୍ବାଦିକ ଭବନ ନିର୍ମାଣ କରିବା ଆଦି ୯ ଦଫା ଦାବୀ ଉପସ୍ଥାପନା କରିଥିଲେ । ଏସୟୁଜେ ରାଜ୍ୟ ଉପସଭାପତି ବରିଷ୍ଠ ସାମ୍ବାଦିକ ବାସୁଦେବ ତ୍ରୀପାଠୀ ଙ୍କ ସଭା ସଂଚାଳନ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ସାମ୍ବାଦିକ ରାଜେନ୍ଦ୍ର ପ୍ରସାଦ ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ । ଏସୟୁଜେ ଜିଲ୍ଲା ସମ୍ପାଦକ ବରିଷ୍ଠ ସାମ୍ବାଦିକ ପ୍ରତାପ ଦାସ ବିବରଣୀ ପାଠ କରିଥିବା ବେଳେ ଜିଲ୍ଲା ଉପ ସଭାପତି ରଜତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସର ରେ ଭଦ୍ରକ ଜିଲ୍ଲାର ବରିଷ୍ଠ ଭେସଜ ଡାକ୍ତର ତଥା ଭାରତୀୟ ଚିକିତ୍ସକ ସଙ୍ଘ ଭଦ୍ରକ ଜିଲ୍ଲା ସଭାପତି ଡା ରବିନ୍ଦ୍ର ନାୟକ, ବିଶିଷ୍ଠ ସମାଜସେବୀ ତଥା ସିଆରଏସଆରର ମୁଖ୍ୟ ଭଗବାନ ପରିଡା,ଉଦ୍ଯୋଗପତି ମନୋଜ କୁମାର ରାୟ, ବରିଷ୍ଠ ସାମ୍ବାଦିକ ପ୍ରତାପ ଦାସ,ପ୍ରମୋଦ କୁମାର ରାଏ,ଉମାକଲ୍ୟାଣ ମହାପାତ୍ର, ତପନ ସ୍ୱାଇଁ, ଶିବାନନ୍ଦ ଦାସ ଏବଂ ବିକାଶ କୁମାର ଧଳ ସାମନ୍ତଙ୍କୁ ସେମାନଙ୍କ ବୃତି ରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଉତରୀୟ, ପୁଷଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ର ଦ୍ୱିତୀୟ ଅଧିବେଶନ ରେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ସଂଜୟ ସିଂ,ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ମଧୁପ ରଞ୍ଜନ ନନ୍ଦ,ଜୁଲ ଫିକର ହୁସେନ,ରାଜ୍ୟ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶଶୀ ଭୂଷଣ ଷଡଙ୍ଗୀ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତପନ ସ୍ୱାଇଁ,ସୌଭାଗ୍ୟ ମହାରଣା,ସେକ ମନିରୁଦ୍ଦିନ,ସଦାଶିବ ମହାପାତ୍ର, ଜଗନାଥ ଧଳ,ଟୁନା ଜେନା ଙ୍କ ସହିତ କଟକ, କେନ୍ଦ୍ରାପଡା, ଯାଜପୁର,ଜଗତସିଂପୁର, ନୟାଗଡ, ପୂରୀ,ଅନଗୁଳ ପ୍ରଭୁତି ୧୫ ଗୋଟି ଜିଲ୍ଲାର ସଭାପତି, ସମ୍ପାଦକ ଏବଂ କାର୍ଯ୍ୟକର୍ତାଙ୍କୁ ମିଶାଇ ପ୍ରାୟ ୨୦୦ରୁ ଉର୍ଦ୍ଧ ପ୍ରତିନୀଧି ଯୋଗ ଦେଇଥିଲେ ।
Home ଜିଲ୍ଲା ପରିକ୍ରମା ଭଦ୍ରକରେ ଏସୟୁଜେର ପ୍ରାନ୍ତୀୟ ସମାବେଶ, ବ୍ରେକିଙ୍ଗ ନିୟୁଜ ସାମ୍ବାଦିକଙ୍କୁ ଚାପ ଗ୍ରସ୍ତ କରୁଛି: ମନ୍ତ୍ରୀ








