Home ଜିଲ୍ଲା ପରିକ୍ରମା ଭଦ୍ରକରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ପଂଚମ ପର୍ଯ୍ୟାୟ ଯାତ୍ରାର ଶୁଭାରମ୍ଭ ,୧୧୭ ତୀର୍ଥଯାତ୍ରୀଙ୍କ ଯାତ୍ରା

ଭଦ୍ରକରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ପଂଚମ ପର୍ଯ୍ୟାୟ ଯାତ୍ରାର ଶୁଭାରମ୍ଭ ,୧୧୭ ତୀର୍ଥଯାତ୍ରୀଙ୍କ ଯାତ୍ରା

3

ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା–୨୦୨୬ର ପଂଚମ ପର୍ଯ୍ୟାୟ ଯାତ୍ରା ରବିବାର ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶୁଭାରମ୍ଭ ହୋଇଛି। ଏହି ଯୋଜନା ଅଧୀନରେ ଜିଲ୍ଲାର ମୋଟ ୧୧୭ ଜଣ ତୀର୍ଥଯାତ୍ରୀ ପବିତ୍ର ତୀର୍ଥସ୍ଥଳୀ ଅଭିମୁଖେ ଯାତ୍ରା କରିଛନ୍ତି। ରାଜ୍ୟ ସରକାରଙ୍କ ଫ୍ଲାଗ୍‌ସିପ୍ ଜନକଲ୍ୟାଣକାରୀ ଯୋଜନା ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ ୨୦୨୬-୨୭ ଅଧୀନରେ ଭଦ୍ରକ ଜିଲ୍ଲାର ୭ଟି ବ୍ଲକରୁ ମନୋନୀତ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀଙ୍କ ପଂଚମ ପର୍ଯ୍ୟାୟ ଯାତ୍ରା ଅକ୍ଟୋବର ୧୨ରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଯାତ୍ରାରେ ତୀର୍ଥଯାତ୍ରୀମାନେ ଅଯୋଧ୍ୟା ଓ ବାରାଣସୀ ଗସ୍ତ କରିବେ। ଯାତ୍ରା ବାଲେଶ୍ୱର ରେଳ ଷ୍ଟେସନରୁ ଆରମ୍ଭ ହେବ। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ପର୍ଯ୍ୟଟନ ବିକାଶ ଅଧିକାରୀ ପ୍ରମୋଦ କୁମାର ସିଂ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କ। ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ତୀର୍ଥଯାତ୍ରାର ଶୁଭାରମ୍ଭ କରିଥିଲେ। ଏଥିସହ ସମସ୍ତ ଯାତ୍ରୀଙ୍କୁ ନିରାପଦ, ସୁଖଦ ଓ ଆଧ୍ୟାତ୍ମିକ ଅନୁଭୂତିରେ ପରିପୂର୍ଣ୍ଣ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଥିଲେ। ଯାତ୍ରା ସମୟରେ ତୀର୍ଥଯାତ୍ରୀଙ୍କ ସହାୟତା, ସୁରକ୍ଷା ଓ ସୁବିଧା ସୁନିଶ୍ଚିତ କରିବା ପାଇଁ ଏସ୍‌ଓ ସୌମ୍ୟଜିତ ସାହୁ (ପିଇଓ), ସୁଦାମ ଚରଣ ପୃଷ୍ଟି (ଜେଆରଏ), ହିମାଂଶୁ ଶେଖର ନାୟକ (ଜେଆରଏ) ଏବଂ ନିର୍ମଳ କୁମାର ସାହୁ (ଡିଡବ୍ଲ୍ୟୁଓ କର୍ମଚାରୀ) ଏସ୍କର୍ଟ ଅଧିକାରୀ ଭାବେ ଯାତ୍ରୀମାନଙ୍କ ସହ ଯାତ୍ରା କରିଛନ୍ତି। ବରିଷ୍ଠ ନାଗରିକମାନଙ୍କୁ ଧାର୍ମିକ ଓ ସାଂସ୍କୃତିକ ମହତ୍ୱ ବହନ କରୁଥିବା ପବିତ୍ର ସ୍ଥାନଗୁଡ଼ିକ ପରିଦର୍ଶନ କରିବାର ସୁଯୋଗ ପ୍ରଦାନ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ଏହାଦ୍ୱାରା ବରିଷ୍ଠ ନାଗରିକମାନେ ନିଜର ଧାର୍ମିକ ଆକାଂକ୍ଷା ପୂରଣ କରିବା ସହ ଆଧ୍ୟାତ୍ମିକ ଅନୁଭୂତି ଲାଭ କରିପାରିବେ। ଏହି ପଦକ୍ଷେପ ବରିଷ୍ଠ ନାଗରିକଙ୍କ କଲ୍ୟାଣ ଓ ସାମାଜିକ ସୁରକ୍ଷା ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଏହି ଅବସରରେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ୧୧୭ ଜଣ ତୀର୍ଥଯାତ୍ରୀଙ୍କ ସୁରକ୍ଷିତ, ସୁଖଦ ଓ ଶାନ୍ତିପୂର୍ଣ୍ଣ ଯାତ୍ରା କାମନା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.