Home ଜିଲ୍ଲା ପରିକ୍ରମା ଭଣ୍ଡାରୀପୋଖରୀରେ କୋର୍ଟ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି

ଭଣ୍ଡାରୀପୋଖରୀରେ କୋର୍ଟ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି

11

ଭଦ୍ରକ, ୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ରେ କନିଷ୍ଠ ଦେୱାନୀ ଅଦାଲତ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଜିଲ୍ଲା ମୁଖ୍ୟ ବିଚାରପତିଙ୍କୁ ଅବଗତ କରାଯାଇଛି। ଗତ କିଛି ବର୍ଷ ଧରି ଭଣ୍ଡାରିପୋଖରୀ ରେ ଅଦାଲତ ଖୋଲିବା ପାଇଁ ସ୍ଥାନୀୟ ଜନସାଧାରଣ ଓ ଆଇନଜୀବୀ ମାନେ ଦାବି କରି ଆସୁଥିଲେ। ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଗତ ଅକ୍ଟୋବର ୩୦ ତାରିଖର ପତ୍ର ସଂଖ୍ୟା ୧୬୪୪୯ରେ ରାଜ୍ୟର ବିଭିନ୍ନ ଅଂଚଳରେ ନୂତନ ଅଦାଲତ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଓ ଭିତିଭୂମି ପ୍ରସ୍ତୁତ ପାଇଁ ଜିଲ୍ଲା ମୁଖ୍ୟ ବିଚାରପତିଙ୍କୁ ଅବଗତ କରାଯାଇଛି।ଏହି କ୍ରମରେ ଭଣ୍ଡାରିପୋଖରୀ ରେ ନୂତନ ଭାବେ କନିଷ୍ଠ ଦେୱାନୀ ଅଦାଲତ ପ୍ରତିଷ୍ଠା ହେବ ବୋଲି ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.