Home ଜିଲ୍ଲା ପରିକ୍ରମା ଧାମନଗର ବିଦ୍ୟୁତ ଦର ପ୍ରତ୍ୟାହାର ଦାବିରେ କଂଗ୍ରେସର ଧାରଣା

ଧାମନଗର ବିଦ୍ୟୁତ ଦର ପ୍ରତ୍ୟାହାର ଦାବିରେ କଂଗ୍ରେସର ଧାରଣା

12

ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ମହାମାରୀ ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକାଇଥିବା ବେଳେ ଏବେ ବିଦ୍ୟୁତ ଦର ବୃଦ୍ଧି ପାଇଥିବାରୁ ଆଜି ଧାମନଗର ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ସ୍ଥାନୀୟ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ଘଂଟିଆ ଧାରଣା ଓ ପ୍ରତିବାଦ ସଭା କରାଯାଇଛି । ଏହି ପ୍ରତିବାଦ ସଭାରେ ବ୍ଲକ କଂଗ୍ରେସ ସଭାପତି ଅଭିଷେକ ରାଉତଙ୍କ ସଭାପତିତ୍ୱରେ ନିର୍ବାଚନ ମଣ୍ଡଳୀ ନେତା ବିଦ୍ୟାଧର ଯେନା, ହୃଦାନନ୍ଦ ସେଠୀ, ବରିଷ୍ଠ କଂଗ୍ରେସ ନେତା ନାରାୟଣ ଚନ୍ଦ୍ର ପାଢୀ, ନଗର ସଭାପତି ପ୍ରସନ୍ନ ଧଳ, ନିମାଇଁ ଚରଣ ଜେନା, ପ୍ରମିଳା ସେଠୀ, ସେକ ନିଜାମୁଦ୍ଦିନ, ଚିନ୍ତାମଣି ବାରିକ, ପରମାନନ୍ଦ ସାଏନ୍ତ, ନାରାୟଣ ଚନ୍ଦ୍ର ନାୟକ, ହରେକୃଷ୍ଣ ଦେବତା, ରବୀନାରାୟଣ ଜେନା, କାଳନ୍ଦି ପଣ୍ଡା, ପ୍ରମୋଦ କୁମାର ସ୍ୱାଇଁ, ସେକ ତାଜୁଉଦ୍ଦିନ, ମାନସ ମହାପାତ୍ର, ସୁଧୀର ଖଟୁଆ, ଲକ୍ଷ୍ମୀନାରାୟଣ ମିଶ୍ର, ଅଜିତ ପଣ୍ଡା, ପ୍ରମୋଦ ନାୟକ, ଅରୁଣ ପରିଡା, ବ୍ରଜକିଶୋର ସାମଲଙ୍କ ସମେତ ବିଭିନ୍ନ ପଂଚାୟତରୁ ଆସିଥିବା ଶତାଧିକ ଦଳୀୟ କର୍ମୀ ଏଥିରେ ଯୋଗଦେଇଥିଲେ । କରୋନା ସମୟରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦର ବୃଦ୍ଧି ସାଙ୍ଗକୁ ଏବେ ବିଦ୍ୟୁତ ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ଉପରେ ଏହାର ପ୍ରଭାବ ପଡିଛି । ଏଥିସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦଳୀୟ ନେତା ମାନେ କଟୁ ସମାଲୋଚନା କରିଥିଲେ । ଏନେଇ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କୁ ଦଳ ପକ୍ଷରୁ ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.