Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ – ଘରକାନ୍ଥ ପଡି ୩ ଆହତ

ଭଣ୍ଡାରିପୋଖରୀ – ଘରକାନ୍ଥ ପଡି ୩ ଆହତ

67

ଭଦ୍ରକ, ୧୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ନେରଡା ଗ୍ରାମନିବାସୀ ଅଶୋକ ମଲ୍ଲିକଙ୍କ ବାସଗୃହ କାନ୍ଥପଡି ପରିବାରର ୩ ଜଣ ଆହତ ହୋଇଥିବାର ଜଣାପଡିଛି । ଗତକାଲି ରାତିରେ ପରିବାର ଲୋକେ ଖାଇପିଇ ଶୋଇଥିବାବେଳେ ୨୦ ବର୍ଷ ପୂର୍ବେ ନିର୍ମିତ ହୋଇଥିବା ଇଟାଘରର ମଝିକାନ୍ଥ ସେମାନଙ୍କ ଉପରେ ପଡିଯାଇଥିଲା । ଫଳରେ ଅଶୋକଙ୍କ ବୃଦ୍ଧ ମାତା କେତକୀ ମଲ୍ଲିକ (୬୫), ବଡଭାଇ ଅଭୟଙ୍କ ୧୩ ବର୍ଷର ପୁତ୍ର ଶୁଭମ୍ ଓ କନ୍ୟା ଅମିତା (୨୩) କାନ୍ଥତଳେ ଚାପି ହୋଇ ରହିଯାଇଥିଲେ । ପଡୋଶୀମାନେ ଆସି ୩ ଜଣଙ୍କୁ ଉଦ୍ଧାର କରି ଭଣ୍ଡାରିପୋଖରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରିଥିଲେ । କେତକୀର ଅଣ୍ଟା ଓ ଗୋଡ ଭାଙ୍ଗି ଯାଇଥିବାବେଳେ ଶୁଭମର ଗୋଡ ମଧ୍ୟ ଭାଙ୍ଗିଯାଇଛି । ଅମିତା ସାମାନ୍ୟ ଆହତ ହୋଇଛି । ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତ କେତକୀ ଓ ଶୁଭମ୍‌କୁ ଯାଜପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.