Home ଜିଲ୍ଲା ପରିକ୍ରମା ହେଲମେଟ ଚେକିଂ ବେଳେ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ପୁଲିସ କର୍ମଚାରୀ

ହେଲମେଟ ଚେକିଂ ବେଳେ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ପୁଲିସ କର୍ମଚାରୀ

126

ଭଦ୍ରକ, ୧୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସନ୍ଧ୍ୟାବେଳେ ଧାମନଗର ପୋଲିସ ପକ୍ଷରୁ ଧାମନଗର ଥାନ୍ନା ସମ୍ମୁଖରେ ଅଚାାନକ ଭାବେ ହେଲମେଟ ଚେକିଂ ଚାଲିଥିଲା । କେତେକ ଅମାନିଆ ମାନେ ବିନା ହେଲମେଟରେ ବାଇକ୍ ଚଲାଉଥିବାବେଳେ ସେମାନେ ଅଧିକାଂଶ ସମୟରେ ଦୁର୍ଘଟଣାରେ ସମ୍ମୁଖିନ ହେଉଛନ୍ତି । ଏ ନେଇ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି କ୍ରମେ ହେଲମେଟ ଚେକିଂ ଚାଲିଛି । ତେବେ ଆଜି ସନ୍ଧ୍ୟାରେ ଏହି ହେଲମେଟ ଚେକିଂ ଚାଲିଥିବାବେଳେ ବିନା ହେଲମେଟରେ ଧାମନଗରରେ ଜଣେ ଯୁବକ ଫାଇନ୍‌ରୁ ବର୍ତ୍ତିବା ପାଇଁ ଦୃତବେଗରେ ବାଇକ୍ ଚଲାଇ ଆସୁଥିବାବେଳେ ଚେକିଂ କରୁଥିବା ଜଣେ ଏପିଆର ତାଙ୍କୁ ଅଟକାଇବାକୁ ଯାଇ ବାଢି ଉଠାଇଥିଲେ । ତେବେ ଭାରସାମ୍ୟ ହରାଇ ଉକ୍ତ ବାଇକ୍ ଚାଳକଟି ସମ୍ପୁର୍ଣ୍ଣ ଭାବରେ ସେ ଏପିଆର ଉପରେ ବାଇକ୍ କୁ ଚଢାଇଦେଇଥିଲେ । ଉଭୟ ମଧ୍ୟ ଘଟଣା ସ୍ଥଳରେ ଛିଟିକି ପଡ଼ିଥିବାବେଳେ ଶୌଭାଗ୍ୟ ବଶତ କେହି ଗୁରୁତର ହୋଇନଥିଲେ ମଧ୍ୟ ଘଟଣା ସ୍ଥଳରେ ଆହତ ଏପିଆରକୁ ଧାମନଗର ଡ଼ାକ୍ତରଖାନାରେ ଭର୍ତ୍ତି କରାଇଥିଲା ଏବଂ ଘଟଣା ସ୍ଥଳୁ ବାଇକ୍‌ଛାଡ଼ି ଦୁର୍ଘଟଣା ଘଟାଇଥିବା ଯୁବକ ଫେରାର ହୋଇଯାଇଥିଲେ । ପୋଲିସ ଉକ୍ତ ବାଇକ୍‌ଟିକୁ ଜବତ କରିଛି । ସୂଚନା ଥାଉକି ଧାମନଗର ଥାନା ପାଚେରି ନିକଟରେ ଦୀର୍ଘଦିନ ଧରି ଦୁଇଟି ବଡ଼ ବଡ଼ ଟ୍ରକ ବେଆଇନ୍ ଭାବରେ ରଖାଯାଉଥିବାବେଳେ ସେଠାରେ ଅନେକ ସମୟରେ ଦୁର୍ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି । ହେଲେ ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ସହିତ ପୋଲିସକୁ ସୂଚନା ଦେଲେ ମଧ୍ୟ ଉକ୍ତ ଟ୍ରକ୍ ଦୁଇଟିକୁ ଉଠାଇବାର ବ୍ୟବସ୍ଥା କରୁନାହାନ୍ତି କି ତାଙ୍କ ବିରୁଦ୍ଧରେ କିଛି କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଉନାହାନ୍ତି । ଯାହାଫଳରେ ଦିନକୁ ଦିନ ଏମିତି ଦୁର୍ଘଟଣା ଘଟୁଥିବାବେଳେ ଆଜ ମଧ୍ୟ ଜଣେ ପୋଲିସ କର୍ମଚାରୀ ଏହି ଦୁର୍ଘଟଣାରେ ସ୍ୱୀକାର ହେଲେ । ସେମାନଙ୍କୁ ବାରମ୍ବର କୁହାଗଲେ ମଧ୍ୟ ଟ୍ରକ୍ ଗୁଡ଼ିକୁ ଉଠାଉନଥିବାରୁ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବବୋଲି ଥାନା ଅଧିକାରୀ ପ୍ରଦୀପ କୁମାର ମହନ୍ତ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.