Home ଜିଲ୍ଲା ପରିକ୍ରମା କିରୋସିନି ପାନ କରି ଶିଶୁ ମୃତ

କିରୋସିନି ପାନ କରି ଶିଶୁ ମୃତ

58

ଭଦ୍ରକ, ୧୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍‌ର ନେରଡା ଗ୍ରାମନିବାସୀ ମନୋଜ ମଲ୍ଲିକଙ୍କ ଦେଢବର୍ଷର ଶିଶୁକନ୍ୟା ଗତ ରାତିରେ ଘରେ ବୋତଲରେ ଥିବା କିରୋସିନି ପିଇ ମୃତ୍ୟୁବରଣ କରିଥିବାର ଜଣାପଡିଛି । ଘରେ ଥିବା କିରୋସିନିକୁ ଶିଶୁକନ୍ୟାଟି ପିଇ ପ୍ରଥମେ ସଂଜ୍ଞାହୀନ ହୋଇପଡିଥିଲା । ପରିବାର ଲୋକେ ତା ମୁହଁରୁ କିରୋସିନି ଗନ୍ଧ ବାହାରୁଥିବାର ଦେଖି ଭଣ୍ଡାରିପୋଖରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ ମଧ୍ୟ ଅବସ୍ଥା ଗୁରୁତର ଥିବାରୁ ଭଦ୍ରକ ପଠାଇ ଦିଆଯାଇଥିଲା । ମାତ୍ର ଭଦ୍ରକରୁ କଟକ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବାବେଳେ ଅଧାରାସ୍ତାରେ ପ୍ରାଣବାୟୁ ଉଡିଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.