Home ଜିଲ୍ଲା ପରିକ୍ରମା ଭଗତ ସେନା ପକ୍ଷରୁ ସହୀଦ ଭଗତ ସିଂ ଦିବସ ପାଳିତ

ଭଗତ ସେନା ପକ୍ଷରୁ ସହୀଦ ଭଗତ ସିଂ ଦିବସ ପାଳିତ

9

ଭଦ୍ରକ, ୨୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି କ୍ରାନ୍ତିକାରୀ ବିପ୍ଳବୀ ସହିଦ ଭଗତ ସିଂ, ସହିଦ ରାଜଗୁରୁ ଓ ସହିଦ ଶୁକଦେବଙ୍କ ୯୩ତମ ସହିଦ ଦିବସ ଭଦ୍ରକର ସହିଦ ଭଗତ ସେନା ପକ୍ଷରୁ ସ୍ଥାନୀୟ ଉଗ୍ରସେନ ଭବନରେ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସହିଦ ଭଗତ ସେନାର ଆବାହକ ସୀତାଂଶୁ ଶେଖର ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ ଯୁବକ ପ୍ରାତଃରେ ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ । ପରେ ଅଗ୍ରସେନ ଭବନ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବା ସହ ସାଧାରଣ ସଭା ମଧ୍ୟ ଆୟୋଜିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଆଇନ୍‌ଜୀବୀ ମନୋଜ ରାୟ, ସାମ୍ବାଦିକ ଡ. ହରିହର ନାୟକଙ୍କ ସମେତ ବହୁ ଅତିଥି ଯୋଗ ଦେଇ ପରାଧୀନ ଭାରତବର୍ଷରେ ଦେଶମାତୃକା ପାଇଁ ୩ ସହିଦଙ୍କର ଅମର ବଳିଦାନର ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ସମାଜ ପ୍ରତି ବିଶେଷ ଅବଦାନ ଥିବା ତଥା ଭଦ୍ରକର ପ୍ରତିଭା ସଂପନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଆବାହକ ସୀତାଂଶୁ ଶେଖର ମହାପାତ୍ର ଯେଉଁଦିନ ବର୍ତ୍ତମାନର ଯୁବକମାନେ ଭାରତବର୍ଷକୁ ଏକ ରାମରାଜ୍ୟରେ ପରିଣତ କରିବା ଦିଗରେ ଆଗେଇ ଆସିବେ, ସେହିଦିନ ଦେଶମାତୃକା ପାଇଁ ଜୀବନ ଦେଇଥିବା ସହିଦମାନଙ୍କ ବଳିଦାନ ସାର୍ଥକ ହେବ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.