Home ଜିଲ୍ଲା ପରିକ୍ରମା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ ଗିରଫଦାରୀ ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଓ ନିନ୍ଦନୀୟ – ସିପିଆଇ(ଏମ୍‌)

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ ଗିରଫଦାରୀ ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଓ ନିନ୍ଦନୀୟ – ସିପିଆଇ(ଏମ୍‌)

17

ଭଦ୍ରକ, ୨୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିବା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ । ଦେଶର ସାଧାରଣ ନିର୍ବାଚନ କର୍ମସୂଚୀ ପ୍ରକାଶ ପାଇସାରିବା ପରେ ବିରୋଧୀ ପକ୍ଷର କଣ୍ଠରୋଧ କରିବା ଉଦ୍ଦେଶ୍ୟରେ ଏପରି ଏକଛତ୍ରବାଦୀ ଆକ୍ରମଣ କରାଯାଇଛି । ଏଡି ଢଙ୍ଗରେ ପୂର୍ବରୁ ଝାଡଖଣ୍ଡ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରି ଜେଲ୍‌ରେ ରଖାଯାଇଛି । ଜନଗଣଙ୍କ ସମର୍ଥନରେ ନିର୍ବାଚିତ ମୁଖ୍ୟମନ୍ତ୍ରୀମାନଙ୍କୁ ଗିରଫ କରି ଜେଲ୍‌ରେ ରଖି ଅତ୍ୟନ୍ତ ବିରଳ ଓ ନିନ୍ଦନୀୟ ଘଟଣା ବୋଲି ଭଦ୍ରକ ଜିଲା ସିପିଆଇ (ଏମ୍‌) ପକ୍ଷରୁ ଏକ ପ୍ରତିବାଦ ସଭାରେ କ୍ଷୋଭର ସହ ବକ୍ତାମାନେ କହିଛନ୍ତି । କେନ୍ଦ୍ରର ବିଜେପି ସରକାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି), ସିବିଆଇ, ଇନକମ ଟ୍ୟାକ୍ସ ପରି ସ୍ୱାଧୀନ ସଂସ୍ଥାକୁ ବିରୋଧୀ ରାଜନୈତିକ ଦଳର ନେତା, ସାମ୍ବାଦିକ ଏବଂ ବୁଦ୍ଧିଜୀବୀମାନଙ୍କୁ ଗିରଫ କରି ସମଗ୍ର ଦେଶରେ ଗଣତନ୍ତ୍ରର କଣ୍ଠରୋଧ ପୂର୍ବକ ଫାଶୀବାଦ ଢଙ୍ଗରେ ଏକଛତ୍ରବାଦ ପ୍ରତିଷ୍ଠାର ଅସ୍ତ୍ର ରୂପେ ବ୍ୟବହାର କରିବା ଏକ ଘୃଣ୍ୟ କାର୍ଯ୍ୟ ।

ଆସନ୍ତା ନିର୍ବାଚନରେ ନିଶ୍ଚିତ ପରାଜୟ ଓ କ୍ଷମତାଚ୍ୟୁତ ହେବା ଆଶଙ୍କାରେ ଭୟଭୀତ ହୋଇ ବିରୋଧୀ ଦଳ ନେତାମାନଙ୍କୁ ଗିରଫ କରି ବିରୋଧୀଶୂନ୍ୟ ନିର୍ବାଚନ କରିବାରେ ଏକଦଳୀୟ ଶାସନ ପ୍ରତିଷ୍ଠା ପାଇଁ ସମସ୍ତ ସରକାରୀ କଳକୁ ବିଜେପି ବ୍ୟବହାର କରୁଛି । ଏହି ଘଟଣାକୁ ବିରୋଧ କରି ସିପିଆଇଏମ୍ ଭଦ୍ରକ ଜିଲା କମିଟି ପକ୍ଷରୁ କେଜିରୱାଲଙ୍କ ଗିରଫଦାରୀକୁ ତୀବ୍ର ସମାଲୋଚନା କରାଯାଇଛି ଭଦ୍ରକ କଚେରୀ ଛକସ୍ଥିତ ପ୍ରତିବାଦ ସଭାରେ । ଏହି ସଭାରେ କେଜିରୱାଲଙ୍କୁ ତୁରନ୍ତ ମୁକ୍ତ କରାନଗଲେ ସିପିଆଇ(ଏମ୍‌) ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନ ତୀବ୍ରତର ହେବ ବୋଲି ନେତାମାନେ ଆହ୍ୱାନ ଦେଇଛନ୍ତି । ଏହି ପ୍ରତିବାଦ ସଭାରେ ମଧ୍ୟରେ ସିପିଆଇ(ଏମ) ଜିଲା ସଂପାଦକ ମଣ୍ଡଳୀ ସଭ୍ୟ ଚନ୍ଦ୍ରଶେଖର ନାୟକ ଅଧ୍ୟକ୍ଷତା କରିଥିବାବେଳେ ଭଦ୍ରକ ଜିଲା ସଂପାଦକ ତଥା ଓକିଲ ସଂଘର ସାଧାରଣ ସଂପାଦକ ଆଇନ୍‌ଜୀବୀ ଦିବ୍ୟସିଂହ ନାୟକ, ଭଦ୍ରକ ଆଞ୍ଚଳିକ କମିଟି ସଂପାଦକ ରାଧା ଦାସ, ଜିଲା କମିଟି ସଭ୍ୟ ବିକାଶ ନାଥ, ଚାନ୍ଦବାଲି ଆଞ୍ଚଳିକ କମିଟି ସଂପାଦକ ମଳୟ ଭୋଇ, ତିହିଡି କମିଟିର ସଂପାଦକ ବିଷ୍ଣୁ ଦାଶ, ଓଡ଼ିଶା କ୍ଷେତ ମଜଦୁର ୟୁନିୟନ ଭଦ୍ରକ ଜିଲା ସଂପାଦକ ତଥା ବରିଷ୍ଠ ଅଧିବକ୍ତା ଗିରିଧାରୀ ନାଥ, ପୂର୍ବତନ ଆରକ୍ଷୀ ଅଧିକାରୀ କିଶୋର ନାୟକ, ସଂଖ୍ୟାଲଘୁ ନେତା ସେକ୍ ସତ୍ତାର ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.