Home ଜିଲ୍ଲା ପରିକ୍ରମା କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

15

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗରଦପୁରସ୍ଥ ବଂଶୀବଲ୍ଲଭ ସାହିତ୍ୟ ସଂସ୍କୃତି ପରିଷଦ ଆନୂକୁଲ୍ୟରେ ଆନ୍ତର୍ଜାତୀୟ ଖ୍ୟାତିସମ୍ପର୍ଣ୍ଣ କବି ପଦଶ୍ମ୍ରୀ ଜୟନ୍ତ ମହାପାତ୍ରଙ୍କ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅଧିବକ୍ତା ମନୋରଞ୍ଜନ ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ପ୍ରଦ୍ୟୋତନ ସୁଆରଙ୍କ ପ୍ରାରମ୍ଭିକ ସୂଚନା ପରେ ମୁଖ୍ୟ ଅତିଥି ଗବେଷକ ଶିଶିର ମହାପାତ୍ର, ସମାଜସେବୀ ରବି ଯେନା, ରାମ ଚନ୍ଦ୍ର କର, ପରିଷଦର ସଭାପତି ବିଜୟ ବହଳି, ଅଧିବକ୍ତା ସରୋଜ ସିଂହ, ଗାନ୍ଧୀ ଓଡ଼ିଶା ବାଳାଶ୍ରମର ସମ୍ପାଦକ ଅଶୋକ ଦାସ, ସମାଜସେବୀ ପ୍ରଫୁଲ୍ଲ ଦାସ, ଚକ୍ରଧର ମହାନ୍ତି, କଳାକାର ନିହାର ସିଂହ, ଜଗନ୍ନାଥ ମହାରାଜ, ରଞ୍ଜନ ମହାନ୍ତି, କମଳାକାନ୍ତ ଜେନା, ଅଶୋକ ସାହୁ, ପିନାକି ପଣ୍ଡା, ଶିବୁନୁ ଅଗସ୍ତି, ପହଲା ଦାସ ପ୍ରମୁଖ ଉପସ୍ଥିତ ରହି କବି ଜୟନ୍ତ ମହାପାତ୍ର ପଦାର୍ଥ ବିଜ୍ଞାନର ପ୍ରଫେସର ଥିଲେ ମଧ୍ୟ ସେ ପ୍ରଥମ ଭାରତୀୟ ଭାବେ ଇଂରାଜୀ କବିତା ପୁସ୍ତକ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ବୋଲି ସ୍ମୃତିଚାରଣ କରିଥିଲେ । ତାଙ୍କର ଇଂରାଜୀ ପୁସ୍ତକ ଇଣ୍ଡିଆନ୍ ସମର୍ ଏବଂ ହଙ୍ଗର ଆଧୁନିକ ଇଂରାଜୀ ସାହିତ୍ୟରେ ତାଙ୍କୁ ପ୍ରସିଦ୍ଧି ଆଣିଦେଇଥିଲା । ସେ ତାଙ୍କର କାଳଜୟୀ ଇଂରାଜୀ କବିତାକୁ ଆମେରିକା, ଇଂଲଣ୍ଡ ଅନ୍ୟ ଦେଶର ପତ୍ରିକାରେ ପ୍ରକାଶିତ କରି ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ସେ ନିଜର ପଚାଶ ବର୍ଷର ଉର୍ଦ୍ଧ ସାହିତ୍ୟ ସାଧନାରେ ଓଡ଼ିଆ ସାହିତ୍ୟରେ କବିତା, ଗଳ୍ପ ଓ ଆତ୍ମଜୀବନୀ ଲେଖି ଓଡ଼ିଶାବାସୀଙ୍କର ମନ କିଣିନେଇଥିଲେ ବୋଲି ସମସ୍ତେ ତାଙ୍କର ସାହିତ୍ୟକୃତୀକୁ ସବୁଦିନ ପାଇଁ ମନରଖିବେ ବୋଲି ମତପ୍ରକାଶ କରିଥିଲେ । ଶେଷରେ ପରିଷଦର ସଭ୍ୟ ନିହାର ସିଂହ କୃତଜ୍ଞତା ଜ୍ଞାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.