Home କବିତା ବ୍ୟଙ୍ଗ ଓ ହାସ୍ୟଧର୍ମୀ ଲେଖା ସମାଜର ଦର୍ପଣ ସଦୃଶ

ବ୍ୟଙ୍ଗ ଓ ହାସ୍ୟଧର୍ମୀ ଲେଖା ସମାଜର ଦର୍ପଣ ସଦୃଶ

310

ଭଦ୍ରକ, ୨୯.୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଶ୍ରୀମତୀ ବସନ୍ତ ମିଶ୍ରଙ୍କ ସମ୍ପାଦିତ ବ୍ୟଙ୍ଗ ଓ ହାସ୍ୟଧର୍ମୀ ପତ୍ରିକା ‘ଆମ ବ୍ୟଙ୍ଗ ପସରା’ର ସାରଦିଆ ସଂଖ୍ୟା ଓ ଶ୍ରୀମତୀ ମିଶ୍ରଙ୍କର ଗୀତିକବିତା ସଂକଳନ ‘ବସନ୍ତର ମହକ’ର ଶୁଭ ଲୋକାର୍ପଣ ଭଦ୍ରକର ରାଜୀବ ମେଡ଼ିକେୟାର ପରିସରରେ କରୁଣାକର ବେହୁରିଆଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏକ ସାରସ୍ୱତ ସମାରୋହରେ ଉନ୍ମୋଚିତ ହୋଇ ଯାଇଛି। ଉକ୍ତ ସଭାରେ ମୁଖ୍ୟଅତିଥି ଭାବେ ଘାସଫୁଲର ସମ୍ପାଦକ ବିଷ୍ଣୁ ସେଠୀ ଓ ମୁଖ୍ୟବକ୍ତା ଭାବରେ ଡ. ନରହରି ବେହେରା ଯୋଗ ଦେଇ ବ୍ୟଙ୍ଗ ଓ ହାସ୍ୟଧର୍ମୀ ଲେଖା ସମାଜର ଦର୍ପଣ ସଦୃଶ ଓ ଏହା ସମାଜରେ ଦେଖାଯାଉଥିବା କଳୁଷିତକୁ ସୁଧାରିବାରେ ସହାୟକ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ଲିଚି ଶିବଚନ୍ଦନ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ବ୍ୟାଚ ପ୍ରଦାନ କରିଥିଲା ବେଳେ ଗୌତମ ମହାରଣା ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଆଣିଥିଲେ ଓ ବିଜୟ କୁମାର ବହଳୀଙ୍କ ବେଦପାଠରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଉପରୋକ୍ତ ସଭାରେ ସାମଗ୍ରିକ କୃତି ପାଇଁ ଗୀତାରାଣୀ ଆଇଚଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ଓ ମାନପତ୍ର ପାଠ କରିଥିଲେ ରଶ୍ମିତା ଦାଶ। ଶ୍ରୀମତୀ ମିଶ୍ରଙ୍କର ଗୀତିକବିତା ସଂକଳନ ‘ବସନ୍ତର ମହକ’କୁ ଅଭୟ କୁମାର ଦାସ ସମୀକ୍ଷା କରି ଗୀତି କବିତା ପାଇଁ ଉପଯୁକ୍ତ ଶବ୍ଦ ଚୟନ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଉକ୍ତ ବହିରୁ ଅନୁରାଧା ମିଶ୍ର ଓ ରଶ୍ମିତା ଦାଶ ଯଥାକ୍ରମେ ଦୁଇଟି କବିତା ପାଠ କରିଥିଲେ। ଅତିଥିମାନଙ୍କ ପରିଚୟ ଓ ସ୍ୱାଗତ ଭାଷଣ ରଖିଥିଲେ ଡ. ପ୍ରଭାତ ନଳିନୀ ମହାପାତ୍ର। ଅଜୟ କୁମାର ନାୟକ, ଏମ୍ .ଏ. ନବୀ, ରାଧାରାଣୀ ମହାପାତ୍ର, ଝରଣା ପଟ୍ଟନାୟକ, ଶକୁନ୍ତଳା ନାୟକ, ପ୍ରୀତିଲତା ପଣ୍ଡା, ଜାନକୀ ପାଢୀ, ସୁକାନ୍ତୀ ଜେନା, ଡ. ବାସୁଦେବ ବାରିକ, ରତିକାନ୍ତ ବେହେରା, ହରମୋହନ କୁଅଁର, ମୁସ୍ତାକ ଗହ୍ୱର, ହରିଶ୍ଚନ୍ଦ୍ର ଦାସ, ଅନାଦି ଚରଣ ଦାସ, ପାର୍ବତୀ ବିଶ୍ୱାଳ, ସୁଧାକର ରାଉତ, ଦୈତାରୀ ମହାପାତ୍ର, ଶାନ୍ତନୁ କୁମାର ରାଉତ, ଅଶୋକ ମହାନ୍ତି, ସତ୍ୟପ୍ରକାଶ ସେଠୀ, ନରେନ୍ଦ୍ର ପରିଡ଼ା, ମୁରଲୀଧର ମିଶ୍ର, ବାବାଜୀ ମହାନ୍ତି, ସଞ୍ଜୟ ଦାସ ପ୍ରମୁଖ ୭୦ରୁ ଉର୍ଦ୍ଧ୍ୱ ସାରସ୍ୱତ ସାଧକ ମାନେ ଉପସ୍ଥିତ ରହି ସଭାଟିକୁ ସାଫଲ୍ୟ ମଣ୍ଡିତ କରାଇଥିଲେ। ବୈକୁଣ୍ଠ ବିଶ୍ୱାଳ, ବିଜୟ ଗୋକୁଳାନନ୍ଦ, ମିନତୀ ନାୟକ, ଇଂ ଅରୁଣ ପାତ୍ର, ଗଙ୍ଗାଧର ପତି, ବିଜୟ କୁମାର ବହଳୀ ପ୍ରମୁଖ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଅନୁରାଧା ମିଶ୍ର ସଭାଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.