Home ଜିଲ୍ଲା ପରିକ୍ରମା ବ୍ରହ୍ମ ଅବଧୂତ ଆଶ୍ରମର ୫ମ ବାର୍ଷିକ ଉତ୍ସବ, ବ୍ରହ୍ମ ଏକାକ୍ଷ ମେଳା ମେଳଣ ଓ ଗୀତାପାଠ...

ବ୍ରହ୍ମ ଅବଧୂତ ଆଶ୍ରମର ୫ମ ବାର୍ଷିକ ଉତ୍ସବ, ବ୍ରହ୍ମ ଏକାକ୍ଷ ମେଳା ମେଳଣ ଓ ଗୀତାପାଠ ପ୍ରତିଯୋଗିତା

10

ଭଦ୍ରକ, ୨୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ବିରୋଳୀ-ଦେହୁଡି ଆନନ୍ଦପୁର ସ୍ଥିତ ବ୍ରହ୍ମ ଅବଧୂତ ଆଶ୍ରମର ପଞ୍ଚମ ବାର୍ଷିକ ଉତ୍ସବ ଆଶ୍ରମର ପ୍ରାଣ ପ୍ରତିଷ୍ଠାତା ଗୁରୁଦେବ ନାରାୟଣ ଚନ୍ଦ୍ର ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଘଟସ୍ଥାପନ, ପ୍ରଦୀପ ପ୍ରଜ୍ଜ୍ୱଳନ, ମଙ୍ଗଳାଷ୍ଟକ, ଗୀତା ଗ୍ରନ୍ଥ ସହ ଅନାଦି ନାରାୟଣଙ୍କ ପୂଜନ କରାଯାଇଥିଲା । ଭଣ୍ଡାରିପୋଖରୀ, ଧାମନଗର ଓ ଯାଜପୁର ଅଂଚଳର ବିଭିନ୍ନ ବିଦ୍ୟାଳୟର ୨୫୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୀତା ପାଠ, ଆବୃତ୍ତି, ବ୍ୟାଖା ପ୍ରତିଯୋଗିତା କରାଯାଇ ବିଚାରକ ମଣ୍ଡଳୀମାନଙ୍କ ଦ୍ୱାରା କୃତି ଛାତ୍ରଛାତ୍ରୀ ଚୟନ କରାଯାଇ ପୁରସ୍କୃତ କରାଯାଇଥିଲା । ଶିକ୍ଷାବିତ୍ ରାମେଶ୍ୱର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଧାମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀ, ପୂର୍ବତନ ସରପଞ୍ଚ ବିଜୟ କୁମାର ଦାସ, ମୁଖ୍ୟବକ୍ତା ଶିକ୍ଷାବିତ୍ ନବକିଶୋର ପରିଡା, ବକ୍ତା ସଂସ୍କୃତ ଶିକ୍ଷକ ମହେଶ୍ୱର ଦାସ, ପଣ୍ଡିତ ହରେକୃଷ୍ଣ ପାଣିଗ୍ରାହୀ, ଶିକ୍ଷାବିତ୍ ପ୍ରିୟରଂଜନ ସାମଲ, ଗୋବିନ୍ଦ ଚନ୍ଦ୍ର ବେହେରା, ଅବସରପ୍ରାପ୍ତ ଶିକ୍ଷକ ବୃନ୍ଦାବନ ମହାନ୍ତି, ରମେଶ ଚନ୍ଦ୍ର ପତି, ସାମ୍ବାଦିକ ବିଶ୍ୱମ୍ବର ରାଉତ, ଶିକ୍ଷକ ରମେଶ ରାଉତ, ଶିକ୍ଷାବିତ୍ କେଶବ ଚନ୍ଦ୍ର ପଣ୍ଡା, ଶିକ୍ଷକ ଶଶିଭୂଷଣ ପରିଡା ଯୋଗଦେଇ ମନୁଷ୍ୟ ଜୀବନରେ ଗୀତାର ଉପାଦେୟତା ସଂପର୍କରେ ଆଲୋଚନା କରିବା ସହିତ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ସନ୍ଧ୍ୟାରେ ଭକ୍ତମଣ୍ଡଳୀ ମାନଙ୍କ ଦ୍ୱାରା ଭଜନ, କୀର୍ତ୍ତନ ଓ ଜଣାଣ କରାଯାଇଥିଲା । ଆଖପାଖ ଅଂଚଳର ୧୫ଟି ଦୋଳ ବିମାନରେ ରାଧାକୃଷ୍ଣ ମହାପ୍ରଭୁ ସୁସଜ୍ଜିତ ହୋଇ ଏହି ଆଶ୍ରମ ପରିସରକୁ ଅଣାଯାଇଥିଲା । କାର୍ଯ୍ୟକ୍ରମକୁ ଆଶ୍ରମର ଶିକ୍ଷାବିତ୍ ବାବାଜୀ ନାଥ, ମନୋଜ ଜେନା, ନରେନ୍ଦ୍ର ଜେନା, ଶ୍ରୀନିବାସୀ ଜେନା, ଜଗବନ୍ଧୁ ନାଥ, ପ୍ରଶାନ୍ତ ନାଥ, ପ୍ରତ୍ୟୁଷ ଜେନା, ଚିନ୍ମୟ ମହାପାତ୍ର ପ୍ରମୁଖ ସମସ୍ତ କର୍ମକର୍ତ୍ତା ଓ ଶ୍ରଦ୍ଧାଳୁମାନେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.