Home ଜିଲ୍ଲା ପରିକ୍ରମା ବ୍ରହ୍ମାକୁମାର ରାଜେଶ ସୁରେଖାଙ୍କ ପରଲୋକ

ବ୍ରହ୍ମାକୁମାର ରାଜେଶ ସୁରେଖାଙ୍କ ପରଲୋକ

133

ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଚରମ୍ପା ଶାଖାର ବରିଷ୍ଠ ବ୍ରହ୍ମାକୁମାର ରାଜେଶ ସୁରେଖାଙ୍କ ୬୦ ବର୍ଷ ବୟସରେ ପରଲୋକ ଘଟିଛି । ଗତକାଲି ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେ ବହୁଦିନ ଧରି ପ୍ରେଷ୍ଟେଟ୍ ରୋଗରେ ପୀଡିତ ଥିଲେ । ଯାହାକି ଅନ୍ତିମ ଅବସ୍ଥାରେ କ୍ୟାନସର ଡିଟେକ୍ଟ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଜଣେ ବୈଦାନ୍ୟ, ଶାନ୍ତ, ସରଳ ସ୍ୱଭାବର ଓ ଧର୍ମ ପରାୟଣ ବ୍ୟକ୍ତି ଭାବେ ପରିଚିତ ଥିଲେ ରାଜେଶ ସୁରେଖା । ସେ ଲାୟନ୍ସ କ୍ଲବ୍‌ରେ ପୂର୍ବତନ କୋଷାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ଚରମ୍ପା ପଥରଆଡି ସ୍ଥିତ ଈଶ୍ୱରୀୟ ବ୍ରହ୍ମକୁମାରୀ କେନ୍ଦ୍ର ନିର୍ମାଣ ପାଇଁ ନିଜସ୍ୱ ଜାଗା ଦାନ କରିବା ସହ ନିର୍ମାଣରେ ତାଙ୍କର ସହଯୋଗ ଥିଲା ଅତୁଳନୀୟ । କରୋନା କଟକଣା ଭିତରେ ଆଜି ସକାଳେ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି । ତାଙ୍କ ମର ଶରୀରେ ପାଖରେ ପୁଷ୍ପାର୍ପଣ କରିବା ପାଇଁ ଚରମ୍ପା ତଥା ଭଦ୍ରକ ମାରୱାଡି ସଂଘର ଭାଇମାନେ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଭଦ୍ରକର ମୁଖ୍ୟ ସଂଚାଳିକା ବ୍ରହ୍ମାକୁମାରୀ ମଂଜୁ ଭଉଣୀ ପ୍ରମୁଖ ଓ ପରିବାର ବର୍ଗ ଉପସ୍ଥିତ ରହି ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.