Home ଜିଲ୍ଲା ପରିକ୍ରମା ଥାନାଧିକାରିଣୀ ରାତିଅଧିଆ ବଦଳି ପ୍ରତିବାଦ

ଥାନାଧିକାରିଣୀ ରାତିଅଧିଆ ବଦଳି ପ୍ରତିବାଦ

122

ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବାସୁଦେବପୁର ଅଂଚଳର ପ୍ରସିଦ୍ଧ କାଳୀପୂଜା ହେଉ ବାତ୍ୟା ଅମ୍ଫାନ , ଅବାହେଉ କରୋନା ଲଢେଇ ଅଥବା ଅସହାୟମାନଙ୍କୁ ସେବା ଯୋଗାଇବାରେ ୁରନ୍ଧର ଥାନାଧିକାରିଣୀ ମଧୂମିତା ମହାନ୍ତିଙ୍କୁ ରାତି ଅଧିଆ ବଦଳୀ ଆଦେଶ ପ୍ରତିବାଦ ତେଜିବାରେ ଲାଗିଛି । ବାସୁଦେବପୁର ଥାନା ଅଂଚଳରେ ପୁର୍ବରୁ ଥିବା ଅଧିକାରୀଙ୍କ ଉପରକୁ କେତେବେଳେ ଗୁଳିମାଡ ତ ପୁଣି କେତେବେଳେ ଭିଜିଲାନ୍ସ ହାତରେ ଧରାପଡିବା ପରି ଘଟଣା ହଇଚଇ ସୃଷ୍ଟି କରିବା ପରେ ପରେ ମାତ୍ର ନଅମାସର ଅବଧି ସମୟରେ କମିଛି କ୍ରାଇମ ହାର । ଯାହା ଖୋଦ ଡିଜିପି ଜାଣିବା ପରେ ସିଧାସଲଖ ଭାବରେ ଥାନାଧିକାରିଣୀଙ୍କ ସହ ବାସୁଦେବପୁରର ବିଭିନ୍ନ ସମସ୍ୟା ସଂପର୍କରେ ପଚାରିବୁଝିବା । ଏଥିସହ ଥାନାକୁ ଅତିରିକ୍ତ ଏକ ଜିପ ଯୋଗଇଦେବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରଶନ୍ନତା ସହଜରେ ବାରି ହୋଇପଡୁଛି । ମାତ୍ର ରାଜ୍ୟ ପୋଲିସର ବଳି ଆଦେଶ ପରେପରେ ଜିଲ୍ଲା ପୋଲିସ ପକ୍ଷରୁ ରାତାରାତି ବଦଳି ଆଦେଶ ହେବା ସହ ମଧୁମିତା ମହାନ୍ତି ବଦଳି ଆଦେଶ ବାସୁଦେବପୁରବାସୀଙ୍କୁ ଚକିତ କରିଛି । ଏହି ବଳି ପଚରେ କଣ ଲୁଛି ରହିଛି ଅସଲ ଉଦେଶ୍ୟ । କାହା ଇଙ୍ଗିତରେ ଏହି ବଦଳି ? ପରି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଥିବ।। ବେଳେ ଥାନାରେ ଯୋଗଦେଇଛନ୍ତି ନୂତନ ଥାନାଧିକାରୀ ପ୍ରଦୀପ ମାଝୀ । ତେବେ ବଦଳି ଆଦେଶକୁ ଜିଲ୍ଲା ପୋଲିସ ପ୍ରଶାସନ ପୁନଃ ବିଚାର କରିବାକୁ ସବୁରି ମହଲରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.