Home ଜିଲ୍ଲା ପରିକ୍ରମା ତିହିଡି ବ୍ଲକ୍ ପକ୍ଷରୁ ସମ୍ବର୍ଦ୍ଧିତ ହେଲେ କରୋନା ଯୋଦ୍ଧା

ତିହିଡି ବ୍ଲକ୍ ପକ୍ଷରୁ ସମ୍ବର୍ଦ୍ଧିତ ହେଲେ କରୋନା ଯୋଦ୍ଧା

140

ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ବ୍ଲକ୍ ପକ୍ଷରୁ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବ୍ଲକ୍ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ କରୋନା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବ୍ଲକ୍ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତ୍‌ଲତା ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ତହସିଲଦାର ତଥା ଭାରପ୍ରାପ୍ତ ବିଡିଓ ରମେଶ ଚନ୍ଦ୍ର ପଣ୍ଡାଙ୍କୁ ଶ୍ରେଷ୍ଠ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ତିହିଡି ଥାନା ଅଧିକାରୀ ରମେଶ ଚନ୍ଦ୍ର ସିଂ, ଇନ୍ସିପେକ୍ଟର ତପନ ପ୍ରଧାନ, ଏସ.ଆଇ. ବନମାଳୀ ବାରିକ ଓ ସୁପ୍ରକାଶ ମହାନ୍ତି ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ବିଦ୍ୟୁତ୍ ବିଭାଗର ଏସ୍‌ଡିଓ ଜିତେନ୍ଦ୍ର ବେହେରା, କନିଷ୍ଠ ଯନ୍ତ୍ରୀ ପ୍ରିୟବ୍ରତ ନାୟକ, ବ୍ଲକ୍ ଆକାଉଣ୍ଟାଣ୍ଟ ସୌମ୍ୟନନ୍ଦନ ପଟ୍ଟନାୟକ, ଏମ୍‌ଜିଏନ୍‌ଆରଜିଏସର ଆସିଷ୍ଟାଣ୍ଟ ସୁଧାଂଶୁ ନାୟକ, ଅତିରିକ୍ତ ତହସିଲଦାର କୃଷ୍ଣଚନ୍ଦ୍ର ବେହେରା, ରାକେଶ ମଲ୍ଲିକ, ବିକାଶ ସାହୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏମାନଙ୍କ ସହିତ ସରପଞ୍ଚ କୀର୍ତ୍ତନ ରାଉତ, ଉପାଧ୍ୟକ୍ଷ ମାନସ ପାଠୀ, ସରପଞ୍ଚ ବିପିନ ବେହେରା, ବୈକୁଣ୍ଠ ପାଣି, ସରପଞ୍ଚ ପ୍ରତିନିଧି ନିତ୍ୟାନନ୍ଦ ବେହେରା, ସମିତି ସଭ୍ୟ ସଂଗ୍ରାମ ଦାସ, ସୌମ୍ୟରଂଜନ ପରିଡା, ପ୍ରୀତିକଳା ଦାସ, ବୁଦ୍ଧିରାମ ସେଠୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ସମସ୍ତ ବିଭାଗକୁ ବିଧାୟକ ଶ୍ରୀ ରାଉତରାୟ ଓ ଅଧ୍ୟକ୍ଷା ସୁଶ୍ରୀ ନାୟକ ମାସ୍କ ଓ ସାନିଟାଇଜର ବଣ୍ଟନ କରିଥିଲେ । ଏହି ଉତ୍ସବରେ ବିଜେଡି ବ୍ଲକ୍ ସଭାପତି ରଘୁନାଥ ପଣ୍ଡା, କାର୍ଯ୍ୟକାରୀ ସଭାପତି ବିଜୟ ନାୟକ, ଉପାଧ୍ୟକ୍ଷ ମାନସ ପାଠୀ, ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ନାୟକ, ବିଜେଡି ନେତା ପ୍ରଦୀପ୍ତ ଦାସ, ବିକ୍ରମ ଦାସ, ସୁରେନ୍ଦ୍ର ପ୍ରସାଦ ନାୟକ, ଉମାକାନ୍ତ ସେଠୀ, କନିଷ୍ଠ ଯନ୍ତ୍ରୀ ଲଲାଟେନ୍ଦୁ ପାଲ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.