Home ଜିଲ୍ଲା ପରିକ୍ରମା ବ୍ରହ୍ମାକୁମାରୀ ଭଦ୍ରକ ଆନୁକୁଲ୍ୟରେ ପ୍ରଶାସନ ସେବା ଅଭିଯାନ

ବ୍ରହ୍ମାକୁମାରୀ ଭଦ୍ରକ ଆନୁକୁଲ୍ୟରେ ପ୍ରଶାସନ ସେବା ଅଭିଯାନ

13

ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଭଦ୍ରକ ଆନୁକୁଲ୍ୟରେ ଏକ ପ୍ରଶାସନିକ ସେବା ଅଭିଯାନ କାର୍ଯ୍ୟକ୍ରମ ସ୍ଥାନୀୟ ରିଜର୍ଭ ପୋଲିସ ପରିସର ଓ ପଥରଆଡ଼ି ଚରମ୍ପା ସ୍ଥିତ ବ୍ରହ୍ମାକୁମାରୀ ସେବା କେନ୍ଦ୍ରରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଦିଲ୍ଳୀରୁ ପ୍ରଶାସନିକ ସେବାରେ ଜୋନାଲ କୋର୍ଡିନେଟର ବ୍ରହ୍ମାକୁମାରୀ ଲକ୍ଷ୍ମୀ ଭଉଣୀ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ରୂପେ ଅତରିକ୍ତ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର କେର୍‌କେଟା ଯୋଗ ଦେଇଥିଲେ । ପୋଲିସ ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟ କ୍ଷେତ୍ରରେ କିପରି ଖୁସି, ଆନନ୍ଦରେ ରହି କର୍ମ ସମ୍ପାଦନ କରି ପାରିବେ ସେ ସମ୍ବନ୍ଧରେ ଅଭିଯାନରେ ବକ୍ତାମାନେ ମତ ବ୍ୟକ୍ତ କରିଥିଲେ । ରିଜର୍ଭ ପୋଲିସ ଠାରେ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଭଦ୍ରକର ମୁଖ୍ୟ ସଂଚାଳିକା ବ୍ରହ୍ମାକୁମାରୀ ମୟ୍‌ଜୁ ଭଉଣୀ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମାକୁମାରୀ ଗୀତାଞ୍ଜଳୀ, ମିନାକ୍ଷୀ, ସୁଚିତ୍ରା, ବ୍ରହ୍ମାକୁମାର ଅକ୍ଷୟ, ରିଜର୍ଭ ଇନିସ୍ପେକ୍ଟର ମନେରଂଜନ ତରାଇ ପ୍ରମୁଖ ଯୋଗ ଦେଇଥିଲେ । ଅନୁରୂପ ଭାବେ ଚରମ୍ପା ବ୍ରହ୍ମାକୁମାରୀ ଆଶ୍ରମରେ ମଧ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେଠାରେ ମୁଖ୍ୟଅତିଥି ରୂପେ ଜିଲ୍ଲା ପ୍ରଶାସନ ତରଫରୁ ପଦ୍ମନ କୁମାର ରାୟ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବନ୍ତିକା କଲେଜର ଡାଇରେକ୍ଟର ସଂଗୀତା ଦାସ, ସମାସେବୀ ଶିଶିର ମିଶ୍ର ଯୋଗ ଦେଇଥିଳେ । ଏହି ଅବସରରେ ଭଦ୍ରକ ଓ ଚରମ୍ପା ଆଶ୍ରମରେ ବୃକ୍ଷରୋପଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.