Home ଜିଲ୍ଲା ପରିକ୍ରମା ପ୍ରାଥମିକ ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ନେଇ ଜିଲ୍ଳାପାଳଙ୍କୁ ଦାବିପତ୍ର ପ୍ରଦାନ

ପ୍ରାଥମିକ ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ନେଇ ଜିଲ୍ଳାପାଳଙ୍କୁ ଦାବିପତ୍ର ପ୍ରଦାନ

18

ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗ୍ରୀଷ୍ମ ଅବକାଶରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଏସ୍‌ଇବିସି ସର୍ଭେ ଓ ଆଇଏଫ୍‌ଏ ଟାବ୍‌ଲେଟ ବଣ୍ଟନ କାର୍ଯ୍ୟକୁ ବିରୋଧ କରି ଭଦ୍ରକ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ମହାସଚିବ ଚାରୁଲତା ମହାପାତ୍ରଙ୍କ ନେତୃତ୍ୱରେ ଜିଲ୍ଲା ସଂଘର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ, ଓଡ଼ିଶାର ପଛୁଆବର୍ଗର ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସଂକ୍ରାନ୍ତୀୟ ସର୍ଭେ-୨୦୨୧ର କାର୍ଯ୍ୟାବଳୀ ପୁସ୍ତିକା ପୃଷ୍ଠା ୪/୨.୨ରେ ଦିଆ ଯାଇଥିବା ଗାଇଡ୍ ଲାଇନ ଅନୁଯାୟୀ ଅଙ୍ଗନୱାଡି କର୍ମୀମାନେ ଏନୁମରେଟର୍ ଏବଂ ଆଇସିଡିଏସ୍ ସୁପରଭାଇଜରର ତଥା ମାର୍କେଟିଂ ଇନିସ୍ପେକ୍ଟର ମାନେ ସୁପରଭାଇଜର ଭାବେ ନିଯୁକ୍ତି ହୋଇ ସର୍ଭେ କାର୍ଯ୍ୟ କରିବା କଥା । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ, ଶିକ୍ଷକତା କରୁଥିବା ଶିକ୍ଷକମାନଙ୍କର ଗ୍ରୀଷ୍ମ ଅବକାଶକୁ କ୍ଷୁଣ୍ଣ କରି ଏହି କାର୍ଯ୍ୟ କରିବାକୁ ବାଧ୍ୟ କରାଯାଇଅଛି । ସେହିପରି ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଗାମୀ ଗ୍ରୀଷ୍ମକାଳୀନ ଅବକାଶରେ ଶିକ୍ଷକମାନେ ବିଦ୍ୟାଳୟରେ ପିଲାମାନଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ ଟାବ୍‌ଲେଟ୍ ବାଣ୍ଟିବାକୁ ନିର୍ଦ୍ଦେଶ ଦିଆଯାଇ ଶିକ୍ଷକମାନଙ୍କୁ ଗ୍ରୀଷ୍ମ ଅବକାଶ ଛୁଟିରେ କାର୍ଯ୍ୟ କରିବା ପାଇଁ ବାଧ୍ୟ କରାଯାଉଛି । ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶିକ୍ଷକମାନେ କୌଣସି ଅଣ ଶିକ୍ଷକ କାର୍ଯ୍ୟରେ ନିୟୋଜିତ ହେବେ ନାହିଁ । କେବଳ ଜରୁରୀ କାଳୀନ ପରିସ୍ଥିତିରେ ଶିକ୍ଷକମାନେ ଜାତୀୟ ଆଧାରିତ କାର୍ଯ୍ୟରେ ଯୋଗ ଦେବେ । ଏହାକୁ ଉଲଂଘନ କରି ସରକାର ଶିକ୍ଷକମାନଙ୍କ ଗ୍ରୀଷ୍ମ ଅବକାଷରେ କାର୍ଯ୍ୟ କରିବାକୁ ବାଧ୍ୟ କରୁଥିବାରୁ ସଂଘ ଏହାକୁ ଘୋର ବିରୋଧ କରିଛି । ଜିଲ୍ଳା ପ୍ରଶାସନ ଏହି ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରି ଗ୍ରୀଷ୍ମ ଅବକାଶରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏହି କାର୍ଯ୍ୟରୁ ନିବୃତ ରଖିବାକୁ ରାଜ୍ୟ ସଂଘର ମହାସଚିବ ଚାରୁଲତା ମହାପାତ୍ର ଦାବି କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ଭଦ୍ରକ ଜିଲ୍ଲା ସଂଘର ସମ୍ପାଦକ ମନୋରଂଜନ ନାୟକ, ସଭାପତି ବାବୁଲା ରାଉତ, ସଂଗଠନ ସମ୍ପାଦକ ସମୀର କୁମାର ଜେନା, ସହସମ୍ପାଦକ ରୂପେଶ କୁମାର ସାହୁ, ଉପସଭାପତି ଭାଷ୍କର ନାୟକ, କୋଷାଧ୍ୟକ୍ଷ ଗିରିଧାରୀ ଚାନ୍ଦ, ସସ୍ମିତା ମହାନ୍ତି, ସୁପ୍ରୀତ ଖୁଣ୍ଟିଆ, ରଞ୍ଜନ ମହାନ୍ତି, ରାଜେଶ ଦାସ, ଅରୁଣ ମଲ୍ଳିକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.