Home Top News ବ୍ରହ୍ମପୁର ମେଡିକାଲ କଲେଜରେ Gastroenterology ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ – ୧୯ଟି ପଦବୀକୁ ମଞ୍ଜୁରୀ

ବ୍ରହ୍ମପୁର ମେଡିକାଲ କଲେଜରେ Gastroenterology ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ – ୧୯ଟି ପଦବୀକୁ ମଞ୍ଜୁରୀ

28

ଭୁବନେଶ୍ୱର ୨୨.୦୩ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ବ୍ରହ୍ଣପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍‌ପିଟାଲରେ Gastroenterology ବିଭାଗ ଖୋଲିବାକୁ ଯାଉଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଉଭୟ surgical ଓ medical Gastroenterology ପାଇଁ ୧୯ଟି ଶୈକ୍ଷିକ ଓ ଅଣଶୈକ୍ଷିକ ପଦବୀକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।

MKCG ମେଡିକାଲ କଲେଜରେ ଉପରୋକ୍ତ ଦୁଇ Super specialty ବିଭାଗ ଖୋଲିବା ଫଳରେ ସମଗ୍ର ଦକ୍ଷିଣ ଓଡିଶାର ଜନସାଧାରଣ ବିଶେଷ ଭାବରେ ଉପକାର ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବର୍ତ୍ତମାନ ବ୍ରହ୍ମପୁରରେ ଏହି ଅତ୍ୟାଧୁନିକsuper speciality ଚିକିତ୍ସା ସୁବିଧା ଉପଲବ୍‌ଧ ହେବା ଦ୍ବାରା ଦକ୍ଷିଣ ଓଡିଶାର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ନୂଆ ଯୁଗର ଆରମ୍ଭ ହୋଇଛି।

MKCG ମେଡିକାଲ କଲେଜ, ବ୍ରହ୍ମପୁର ରାଜ୍ୟର ବିଶେଷକରି ଦକ୍ଷିଣ ଓଡିଶାର ଅଗ୍ରଣୀ ଚିକିତ୍ସା ପ୍ରତିଷ୍ଠାନ ଭାବରେ ସୁପରିଚିତ। ଦକ୍ଷିଣ ଓଡିଶାର ଜନସାଧାରଣଙ୍କୁ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବା କ୍ଷେତ୍ରରେ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି।

ବର୍ତ୍ତମାନ ଏହି Super specialty ବିଭାଗ ଖୋଲିବା ଦ୍ବାରା ଜନସାଧାରଣଙ୍କ ଅସୁବିଧା ଦୂର ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.