Home Coronavirus Outbreak ଘରୋଇ ଉତ୍ପାଦନ ବୃଦ୍ଧି ନିମନ୍ତେ ସରକାରଙ୍କ ଉଦ୍ୟମ ଯୋଗୁଁ କୋଭିଡ-୧୯ ଉପଚାର ପାଇଁ ଆବଶ୍ୟକ ଔଷଧର...

ଘରୋଇ ଉତ୍ପାଦନ ବୃଦ୍ଧି ନିମନ୍ତେ ସରକାରଙ୍କ ଉଦ୍ୟମ ଯୋଗୁଁ କୋଭିଡ-୧୯ ଉପଚାର ପାଇଁ ଆବଶ୍ୟକ ଔଷଧର ଚାହିଦା ଓ ଯୋଗାଣରେ ସନ୍ତୁଳନ

58

ଏପ୍ରିଲ ୨୧ରୁ ମେ ୩୦, ୨୦୨୧ ମଧ୍ୟରେ ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ପ୍ରତିଷ୍ଠାନଗୁଡିକ ମଧ୍ୟରେ ୯୮.୮୭ ଲକ୍ଷ ଭାଏଲ ରେମଡିସିଭିର ଆବଣ୍ଟିତ

ରେମଡିସିଭିର ଉତ୍ପାଦନ ଦଶଗୁଣ ବୃଦ୍ଧି

୧୧ ରୁ ୩୦ ମେ’ ୨୦୨୧ ମଧ୍ୟରେ ୨, ୭୦, ୦୬୦ ଭାଏଲ ଆମ୍ଫୋଟେରିସିନ-ବି ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ପ୍ରତିଷ୍ଠାନ ମଧ୍ୟରେ ବଣ୍ଟାହୋଇଛି

କୋଭିଡ-୧୯ ସମ୍ପର୍କୀତ ଔଷଧପତ୍ରର ନିରବଚ୍ଛିନ୍ନ ଭାବେ କରାଯାଉଛି ସମୀକ୍ଷା

ନୂଆ ଦିଲ୍ଲୀ ୧-୬ (ଓଡ଼ିଆ ପୁଅ) ଘରୋଇ ଉତ୍ପାଦନ ବୃଦ୍ଧି ଉପରେ କ୍ରମାଗତଭାବେ ଗୁରୁତ୍ୱ ପ୍ରଦାନ ଯୋଗୁଁ କୋଭିଡ୍ ଉପଚାର ପାଇଁ ଆବଶ୍ୟକ ଔଷଧର ଯୋଗାଣ ଓ ଚାହିଦା ମଧ୍ୟରେ ସନ୍ତୁଳନ ରକ୍ଷା କରାଯାଇପାରିଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଡି.ଭି.ସଦାନନ୍ଦ ଗୌଡା କହିଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ ୨୧ଏପ୍ରିଲରୁ ମେ ୩୦, ୨୦୨୧ ମଧ୍ୟରେ ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ପ୍ରତିଷ୍ଠାନଗୁଡିକୁ ମଧ୍ୟରେ ୯୮.୮୭ଲକ୍ଷ ରେମଡିସିଭିର ଭାଏଲ ବଣ୍ଟନ କରାଯାଇଛି। ରେମଡିସିଭିର ଉତ୍ପାଦନ ଦଶଗୁଣା ବୃଦ୍ଧି କରାଯାଇଥିବାରୁ ଚାହିଦା ତୁଳନାରେ ଅଧିକ ଯୋଗାଣ କରାଯାଇପାରିଛି। ଅଧିକ ଉତ୍ପାଦନ ତ୍ୱରାନ୍ୱିତ ହୋଇଥିବା ଦୃଷ୍ଟିରୁ ଜୁନମାସ ସୁଦ୍ଧା ଆମେ ୯୧ଲକ୍ଷ ଭାଏଲ ଯୋଗାଇବା ପାଇଁ ଯୋଜନା କରିଛୁ। ଏପ୍ରିଲ ୨୫ରୁ ୩୦ ମେ’, ୨୦୨୧ ମଧ୍ୟରେ ସିପଲା ୪୦ ମିଲିଗ୍ରାମ ଯୁକ୍ତ ୧୧ହଜାର ଭାଏଲ ଓ ୮୦ମିଲିଗ୍ରାମ ଯୁକ୍ତ ୫୦ହଜାର ଭାଏଲ ଟୋସିଲଜୁମାବ ଆମଦାନୀ କରିଛି। ଏହାଛଡା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୪୦୦ ମିଲିଗ୍ରାମ ଯୁକ୍ତ ୧୦୦୨ ଭାଏଲ ଓ ୮୦ମିଲିଗ୍ରାମ ଯୁକ୍ତ ୫୦, ୦୨୪ ଭାଏଲ ମେ ମାସରେ ସହାୟତା ଆକାରରେ ପାଇଛି। ଜୁନ ମାସରେ ୮୦ମିଲିଗ୍ରାମ ଯୁକ୍ତ ୨୦ହଜାର ଭାଏଲ ଓ ୨୦୦ ମିଲିଗ୍ରାମ ଯୁକ୍ତ ୧୦୦୦ ଭାଏଲ ଦେଶରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଥିବା ସେ କହିଥିଲେ।

ଶ୍ରୀ ଗୌଡା ଆହୁରି କହିଛନ୍ତି ଯେ, ୧୧ରୁ ମେ’ ୩୦, ୨୦୨୧ ମଧ୍ୟରେ ୨, ୭୦, ୦୬୦ ଭାଏଲ ଆମ୍ଫୋଟେରିସିନ-ବି ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ପ୍ରତିଷ୍ଠାନ ମଧ୍ୟରେ ବଣ୍ଟନ କରାଯାଇଛି। ମେ ମାସ ପ୍ରଥମ ସପ୍ତାହରେ ପ୍ରସ୍ତୁତକାରୀଙ୍କ ଦ୍ୱାରା ଯୋଗାଯାଇଥିବା ୮୧୬୫୧ଭାଏଲକୁ ଛାଡି ଏହା ଅତିରିକ୍ତ ଯୋଗାଯାଇଥିବା ସେ ପ୍ରକାଶ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ କୋଭିଡ ଉପଚାର ନିମନ୍ତେ ଆବଶ୍ୟକ ହେଉଥିବା ଔଷଧ ଯଥା ଡେକ୍ସାମିଥାସେନ, ମିଥେନ ପ୍ରିଡେସୋଲୋନ, ନୋକ୍ସାପାରିନ୍, ଫାଭିପିରାଭିର, ଆଇଭରମେକ୍ସିନ ଭଳି ଔଷଧପତ୍ର ଉତ୍ପାଦନ ଯୋଗାଣ ଇତ୍ୟାଦି ନେଇ ମଧ୍ୟ ସପ୍ତାହିକ ସମୀକ୍ଷା ହେଉଛି।

ସରକାର କୋଭିଡ-୧୯ ଚିକିତ୍ସା ପାଇଁ ଆବଶ୍ୟକ ସବୁ ଔଷଧପତ୍ରର ଉପଲବ୍ଧତା ନେଇ ନୂତନ ଓ ପୁରାତନ ଔଷଧ ପ୍ରସ୍ତୁତକର୍ତ୍ତାଙ୍କ ସହ ଯୋଗାଯୋଗରେ ରହିଥିବା ସହ ନିୟମିତଭାବେ ସ୍ଥିତିର ସମୀକ୍ଷା କରୁଥିବା ଶ୍ରୀ ଗୌଡା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.