Home ଓଡ଼ିଶା ଜିଲାରେ ପ୍ରତ୍ୟେକ ଗ୍ରାମବାସୀଙ୍କ ହେବ ସ୍ୱାସ୍ଥ୍ୟ ପରୀକ୍ଷା

ଜିଲାରେ ପ୍ରତ୍ୟେକ ଗ୍ରାମବାସୀଙ୍କ ହେବ ସ୍ୱାସ୍ଥ୍ୟ ପରୀକ୍ଷା

311

ବୌଦ୍ଧ,୧୬ା୦୪(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା)  : ସରକାର ଲଗଡାଉନ  ବୃଦ୍ଧି କରିଥିବାବେଳେ ଗାଁ କୁ ଗାଁ ବୁଲି ପ୍ରତ୍ୟେକ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଜିଲ୍ଲାସ୍ତରରେ ନିଷ୍ପତି ଗ୍ରହଣ କରାଯାଇଛି । ଜିଲା ବାହାରୁ ଆସିଥିବା ୨୫୫୮ ଜଣଙ୍କ ମଧ୍ୟରୁ ୩୯ ଜଣଙ୍କୁ ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯାଇଥିବାବେଳେ ଅନ୍ୟମାନଙ୍କୁ ଘରେ ସଙ୍ଗରୋଧ ହୋଇ ରହିବା ପାଇଁ ପରାମର୍ଶ ଦିଆଯାଇଛି ।  ସୂଚନା ମୁତାବକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ଗୁରୁତ୍ୱପୁର୍ଣ୍ଣ ବୈଠକରେ ଜିଲାର ପ୍ରତ୍ୟେକ ଗ୍ରାମକୁ ସ୍ୱାସ୍ଥ୍ୟ କର୍ମୀଙ୍କୁ ପଠାଇ ପ୍ରତ୍ୟେକ ପରିବାରର ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ତଥ୍ୟ ସଂଗ୍ରହ ପାଇଁ  ନିଷ୍ପତି ଗ୍ରହଣ କରାଯାଇଛି । ବୈଠକରେ ଜିଲାରେ କରୋନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ହୋଇଥିବା ପ୍ରସ୍ତୁତି ସଂପର୍କରେ ଆଲୋଚନା କରିବା ସହିତ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧିକୁ ଗୁରୁତ୍ୱ ଦିଆଯାଇଥିଲା । ଜିଲାରେ ୧୧୮୭ ଟି ଗ୍ରାମର ଅଧିବାସୀମାନଙ୍କ ସ୍ୱାସ୍ଥ୍ୟବସ୍ଥାର ସର୍ଭେ କରାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । ଆଶା ଓ ଅଙ୍ଗନବାଡି କର୍ମୀଙ୍କ ସହାୟତାରେ ଗ୍ରାମର ଘରକୁ ଘର ବୁଲି ଥଣ୍ଡା,କାଶ ସଂପର୍କରେ ସୂଚନା ସଂଗ୍ରହ କରିବା ସହିତ ପ୍ରତିଦିନର ତଥ୍ୟକୁ ଜିଲାସ୍ତରୀୟ ଅଧିକାରୀଙ୍କୁ ଅବଗତ କରାଯିବ ଓ ଆବଶ୍ୟକସ୍ଥଳେ ଚିକିତ୍ସାସେବା ଯୋଗାଇଦିଆଯିବ । ବୈଠକରେ ଉପଜିଲାପାଳ ଏନସି ଜ୍ୟୋତିରଂଜନ ନାଏକ,ଜିଲା ମୁଖ୍ୟଚିକିତ୍ସାଧିକାରୀ ଡ.ଲକ୍ଷ୍ମୀଧର ସାହୁଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଓ ସିଡିପିଓମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.