Home ଅପରାଧ  ବୈତରଣୀ ରୋଡ ଷ୍ଟେସନ ମାଷ୍ଟରଙ୍କ ଦାଦାଗିରୀ

 ବୈତରଣୀ ରୋଡ ଷ୍ଟେସନ ମାଷ୍ଟରଙ୍କ ଦାଦାଗିରୀ

225

ଯାଜପୁର୩ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଡିସନାଲ ରେଲୱ ମେନେଜରଙ୍କ ନିକଟରେ କାହିଁକି ମୋ ନାମରେ ଅଭିଯୋଗ କରିଛ ମୁତୁମକୁ ହେଖିନେବି ଏବଂ ଦରକାର ପଡିଲେ ଆରପିଏଫ ଲଗାଇ ଗିରଫ କରିବି ବୋଲି ଆଜି ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ  ବୈତରଣୀ ରୋଡ ରେଲୱ ଷ୍ଟେସନର ମାଷ୍ଟର(ବଡବାବୁ) ପ୍ରଦିପ କୁମାର କର ଧମକ ଦେଇଥିବା ଅଭିଯୋଗ ହୋଇଛି ।

ଆଜି ଗଣମାଧ୍ୟମ ପ୍ରତିନିଧି ଜଣକ ଭଦ୍ରକ-ଭୁବନେଶ୍ୱର ମେମୁ ଟ୍ରେନରେ ଯିବାପାଇଁ ଟ୍ରେନ ଟିକେଟ୍ କାଉଁଣ୍ଟର ନିକଟରେ ଟିକେଟ୍ କିଣିବା ସମୟରେ ଷ୍ଟେସନର ମାଷ୍ଟର ପ୍ରଦିପ କୁମାର କର ପହଞ୍ଚି  ଗଣମାଧ୍ୟମ ପ୍ରତିନିଧିଙ୍କୁ କାହିଁକି ମୋ ନାମରେ ପେପରରେ ବାହାର କରିଛ ତୁମକୁ ମୁଁ ଛାଡିବି ନାହିଁ ଦରକାର ପଡିଲେ ଆରପିଏଫ ଲଗାଇ ଗିରଫ କରିବି କହି ଗାଳି ଗୁଲଜ କରିବା ଉପସ୍ଥିତ ଥିବା ସାଧାରଣ ଯାତ୍ରୀ ଦେଖିବାକୁ ପାଇଥିଲେ । ଷ୍ଟେସନ ମାଷ୍ଟରଙ୍କ ଏପରି ଘଟଣାକୁ ଦେଖି ଯାତ୍ରୀ ମାନଙ୍କ ମଧ୍ୟରେ ଆତଙ୍କ ଦେଖାଯାଇଛି । ଏହି ଷ୍ଟେସନ ମାଷ୍ଟର ଓ ଏବାବୁ ଙ୍କ କିଛି ସମର୍ଥକ ପ୍ରତି ଦିନ ଟ୍ରେନରେ ଜାତାୟତ କରୁଥିବା ଯାତ୍ରୀ ଓ ସାଧାରଣ ଲୋକମାନଙ୍କୁ ବ୍ୟବହାର ଖରପ କରିବା ଦେଖିବାକୁ ମିଳୁଥିଲେହେଁ ବିଭାଗୀୟ କତୃପକ୍ଷ କୈାଣସି ପଦକ୍ଷେପ ନନେବା କରଣରୁ ଷ୍ଟେସନ ମାଷ୍ଟରଙ୍କ ଦବଙ୍ଗଗିରୀ ବଢିବଢ ଚାଲିବା ଦେଖିବାକୁ ମିଳିଛି ।  ସୁଚନାଯୋଗ୍ୟ- ଗତ ୨୯ ଜାନୁଆରୀ ରେ ଇଷ୍ଟକୋଷ୍ଟ ରେଲୱର ଆଡିସନାଲ ରେଲୱ ମେନେଜର(ଏଆରଏମ) ଗାରିମା ତିୱାରୀ ଭଦ୍ରକ ଅଚାନକ ପରିଦର୍ଶରେ ପହଞ୍ଚିବା ଦେଖିବାକୁ ମିଳିଥିଲା । ଫେବୃଆରୀ ମାସରେ ଇଷ୍ଟକୋଷ୍ଟ ରେଲୱର ଜେନେରାଲ ମେନେଜର(ଜିଏମ)ଙ୍କ ବୈତରଣୀ ରୋଡ ରେଲୱ ଷ୍ଟେସନ ଗ୍ରସ୍ତ ଥିବାରୁ ଷ୍ଟେସନରେ ସବୁ ଠିକ୍ ଠାକ ଅଛିକି ନାହିଁ ତାହାକୁ ତଦାରଖ କରିବାକୁ ଆଜି ଆଡିସନାଲ ରେଲୱ ମେନେଜର(ଏଆରଏମ) ଏହି ହଠାତ୍ ଗ୍ରସ୍ତ ହୋଇଥିବା ଜଣାପଡିଥିଲା ।ଏଆରଏମଙ୍କ ଗ୍ରସ୍ତ ଥିବାରୁ ସ୍ଥାନୀୟ ଜନସାଧାରଣ ତଥା ଦୈନିକ ଟ୍ରେନରେ ଯାତାୟତ କରୁଥିବା ପାସେଞ୍ଚରଙ୍କ ମୈାଳିକ ସୁବିଧା ସୁଯୋଗକୁ ଦୃଷ୍ଟିଗୋଚର କରାଇବାକୁ ସ୍ଥନୀୟ ବାସିନ୍ଦା ତଥା ସାମ୍ବାଦିକ  ଏଆରଏମ ଙ୍କ ସ୍ୟୁକୃତ୍ତି ପାଇ ନିଜର ପରିଚୟ ଦେବାବେେଳେ ବୈତରଣୀ ରୋଡ ରେଲୱ ଷ୍ଟେସନ ମାଷ୍ଟର(ବଡବାବୁ) ପ୍ରଦିପ କୁମାର କର ଦୁରବ୍ୟବହାର କରି ଏଆରଏମ ଙ୍କ ଉପସ୍ଥିତିରେ ଉକ୍ତ ସ୍ଥାନରୁ ସାମ୍ବାଦିକଙ୍କୁ ବିଦାକରି ଦେଇଥିଲା ବେଳେ ଏଆରଏମ ଏହାକୁ ବିରୋଧ କରି ସାମ୍ବାଦିକଙ୍କୁ ଅପେକ୍ଷା କରିବାକୁ କହିଥିଲେ । କିଛି ସମୟ ପରେ ଏଆରଏମ ଶ୍ରୀମତୀତିୱାରୀ ସାମ୍ବାଦିକଙ୍କୁ ଡକାଇ କଣ ସମସ୍ୟା ହୋଇଛି ପଚାରି ବୁଝିଥିଲେ ବୈତରଣୀ ରୋଡ ଷ୍ଟେସନରେ ଯାତ୍ରୀମାନଙ୍କ ପାଇଁ ଆକୁଆଗାଡ ପାନୀୟ ଜଳ,ସୈାଚାଳୟ ପାସେଞ୍ଚରସେଡ, ଆପ୍ରୋଜ୍ ରୋଡ ଓ ଷ୍ଟେସନର କିଛି କର୍ମଚାରୀ ଯାତ୍ରୀ ମାନଙ୍କୁ କରୁଥିବା ଅଭଦ୍ରୋଚିତ ବ୍ୟବହାର ଏବଂ ଷ୍ଟେସନ ମାଷ୍ଟର କର ବାବୁଙ୍କ ବ୍ୟବହାରରେ ଏଆରଏମ ଦିଃଖ ପ୍ରକାଶ କରିବା ସହ ସମସ୍ତ ଦାବି ଗୁଡିକୁ ଯଥାଶିଘ୍ର ପୁରଣ କରାଯିବ ବୋଲି ପ୍ରତିସୃତି ଦେଇଥିଲେ ।ସୁଚନା ଯୋଗ୍ୟ- ବୈତରଣୀ ରୋଡ ରେଲୱ ଷ୍ଟେସନ ମାଷ୍ଟର(ବଡବାବୁ) ପ୍ରଦିପ କୁମାର କର ଗତ କାଲି ବରୁଣ୍ଟାଇ ଗାମର ଜଣେ ଯାତ୍ରୀକୁ ବ୍ୟବହାର ଖରାପ କରି ଆପୋସ ସମାଧାନ କରିଥିବା ବେଳେ କେତେକ ଟିସିଙ୍କ ମୁହଁ ବଢାଇ ରେଲୱରେ ଖରାପ କାମ କରୁଥିବା ବିସେସ ସୁତ୍ରରୁ ଜଣାପଡିଛି । ଏହାର ଜ୍ୱଳନ୍ତ ଉଦାହରଣ ଗତ କିଛି ଦିନ ତଳେ ଭଣ୍ଡାରିପୋଖରିର ଜଣେ ଚୋରା ବେପାରୀ ଟ୍ରେନରୁ ଲୁଗପଟା ଚୋରାଇ ନେଇ ଯାଉଥିବା ବେଳେ ପାଣିକୋଇଲି ପୁଲିସ ହାତରେ ଧରାପଡିବା ଓ ମୋଟା ଅଙ୍କ ପୁଲିସକୁ ଦେଇ ଉକ୍ତ ଚୋରା ମାଲଗୁଡିକୁ ନିଜ ପ୍ରତିଷ୍ଟାନକୁ ନେବା ଜ୍ୱଳନ୍ତ ପ୍ରମାଣ ବୋଲି ଆଲୋଚ୍ୟର ବିଷୟ ହୋଇଥିଲା । ସେହିପରି ମଞ୍ଜୁରୀରୋଡ ଷ୍ଟେସନରେ ଷ୍ଟେସନ ମାଷ୍ଟର ଓ ଟିସି ଟ୍ରେନରୁ ଲୁଗାଗାଣ୍ଠି ଚୋରାଇନେଇ ଭଦ୍ରଖ ଆରପିଏଫ ହାତରେ ଧରାପଡି ଜେଲ୍ ଯିବା ଗଣମଧ୍ୟମରେ ପ୍ରକାଶ ପାଇଥିଲା । ଏହିପରି କର୍ମଚାରୀ ମାନଙ୍କ ପାଇଁ ରେଲୱ ବିଭାଗ ବଦନାମ ହେବା ସହ ଯାତାୟତ କରୁଥିବା ଲୋକ ମାନଙ୍କର ଧନ ଜୀବନ ନଷ୍ଟ ହେବା ଆଲୋଚ୍ୟର କରଣ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବାରୁ ଷ୍ଟେସନ ମାଷ୍ଟର ଶ୍ରୀକର ପାଗଳଙ୍କ ଭରି ଆଜି ଗଣମାଧ୍ୟମ ପ୍ରତିନତଧିଙ୍କ ସହ ଝଗଡା କରିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.