Home ଓଡ଼ିଶା ଆଂଚଳିକ ସ୍ତରୀୟ ଦ୍ୱିତୀୟ କବ୍ ବୁଲ୍‌ବୁଲ୍ ୨୦୨୦ ଉଦ୍‌ଘାଟିତ

ଆଂଚଳିକ ସ୍ତରୀୟ ଦ୍ୱିତୀୟ କବ୍ ବୁଲ୍‌ବୁଲ୍ ୨୦୨୦ ଉଦ୍‌ଘାଟିତ

105

ନୟାଗଡ/୦୪/୦୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ବଜେନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଓଡିଶା ସ୍କାଉଟ୍ ଓ ଗାଇଡ୍ ତରଫରୁ ଆଂଚଳିକ ସ୍ତରୀୟ ଦ୍ୱିତୀୟ କବ୍ ବୁଲ୍‌ବୁଲ୍ ୨୦୨୦ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଅଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ,ସମ୍ମାନିତ ଅତିଥି ଭାବେ ନୟାଗଡ ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମୀଧର ବେହେରା, ରଣପୁର ଏନ୍‌.ଏ.ସି ଚେୟାରମ୍ୟାନ୍ ସବିତା ଦାସ, ରଣପୁର ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀ ଉପେନ୍ଦ୍ରନାଥ ସାହୁ ଓ ରଣପୁର ବଜେନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ତଥା ଅର୍ଗାନାଇଜିଂ ସମ୍ପାଦିକା ବନଲତା ବେହେରା ଯୋଗ ଦେଇଥିଲେ । ଉଦ୍‌ଘାଟନୀ ଉତ୍ସବକୁ ବରିଷ୍ଠ ଶିକ୍ଷକ ବିରଂଚି ନାରାୟଣ ତ୍ରିପାଠୀ ସଂଯୋଜନା କରିଥିଲେ ।

ଏହି ଉତ୍ସବରେ ନୟାଗଡ, ବଲାଙ୍ଗୀର, ଖୋର୍ଦ୍ଧା, କଟକ, ପୁରୀ ଓ ଗଂଜାମ ଜିଲ୍ଲାର ୬୨୯ କବ୍ ବୁଲ୍‌ବୁଲ୍ ଯୋଗ ଦେଇଥିବା ଜଣା ପଡିଛି । ଆଜିର କବ୍ ବୁଲ୍‌ବୁଲ୍ ଭବିଷ୍ୟତର ଉତ୍ତମ ନାଗରୀକ ଏହି କଥା ଆଶା ପୋଷଣ କରି ବକ୍ତବ୍ୟ ରଖିଥିଲେ ଶିଶୁ ବତ୍ସଳ ବିଧାୟକ ସତ୍ୟ ନାରାୟଣ ପ୍ରଧାନ । ଦେଶରେ ଉତ୍ତମ ନାଗରିକତ୍ୱ ଗଠନ ପାଇଁ ଏହି କବ୍ ବୁଲ୍‌ବୁଲ୍‌ଙ୍କର ଭୂମିକା ଅତୁଳନୀୟ । ଏହି ଉତ୍ସବକୁ ସରସ ସୁନ୍ଦର କରିବା ପାଇଁ ଜିଲ୍ଲା ସଂଯୋଜକ ରବିନ୍ଦ୍ର କୁମାର ନାୟକ, ଜିଲ୍ଲା ଟ୍ରେନିଙ୍ଗ କମିଶନର୍ ପ୍ରଶାନ୍ତ କୁମାର ମିଶ୍ର, କାର୍ଯ୍ୟକାରୀ କମିଟି ସଭ୍ୟ ସୁରେନ୍ଦ୍ର ନାରାୟଣ ସାହୁଙ୍କ ସହ ପ୍ରତ୍ୟେକ ବିଦ୍ୟାଳୟରୁ ଆସିଥିବା ଆପ୍ରାଣ ଉଦ୍ୟମ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.