Home ଅପରାଧ  ପୁଲିସ ବାବୁଙ୍କ ପ୍ରେମ କାହାଣୀ;ଶାରୀରିକ ସମ୍ପର୍କ ପରେ ପ୍ରତାରଣା

 ପୁଲିସ ବାବୁଙ୍କ ପ୍ରେମ କାହାଣୀ;ଶାରୀରିକ ସମ୍ପର୍କ ପରେ ପ୍ରତାରଣା

483

କନ୍ଧମାଳ୩ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଅନୁଗୁଳ ଜିଲ୍ଲା ରେଙ୍ଗାଲିର ଏସଓଜି ଯବାନ ଦେବରାଜ କର୍ଣ୍ଣ କନ୍ଧମାଳ ଫିରିଙ୍ଗିଆ ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହ  ୮ ମାସ ତଳେ ପ୍ରେମ ସମ୍ପର୍କ ସ୍ଥାପନ କରିଥିଲେ । ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ଓ  ପରେ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି । ଥାନରେ ଯୁବତୀଙ୍କୁ ଅଶ୍ଳୀଳ ବ୍ୟବହାର କରାଯାଇଥିବା ଭଳି ସାଂଘାତିକ ଅଭିଯୋଗ କରିଛନ୍ତି ପୀଡ଼ିତା । ଯୁବତୀଙ୍କ ବୟାନ ଅନୁଯାୟୀ ଦେବରାଜ ତାଙ୍କୁ ଫୁଲବାଣୀ ଜଗନ୍ନାଥ ମନ୍ଦିରରେ ସିନ୍ଦୁର ଓ ଚୁଡି ପିନ୍ଧାଇ ବିବାହ କରିଥିଲେ ।

 

ବିବାହ ପରେ ଦୁଇ ଜଣ ସାଥିରେ ରହୁଥିଲେ କିଛି ଦିନ ପରେ ଯୁବତୀ ଜଣଙ୍କ ଖବର ପାଇଲେ ଦେବରାଜଙ୍କର ଅନ୍ୟତ୍ର ବିବାହ ସ୍ଥିର ହେଇଛି  । ଜାଣିବା ପରେ ସେ ମହିଳା କମିଶନଙ୍କ ଦ୍ୱାରସ୍ତ ହୋଇଥିଲେ । କମିଶନ ତାଙ୍କୁ ଥାନାରେ ଅଭିଯୋଗ କରିବାକୁ କହିଥିବା ବେଳେ ସେ ଫିରିଙ୍ଗିଆ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । ହେଲେ ସେଠାରେ ତାଙ୍କ  ଏତଲା  ଗ୍ରହଣ କରାଗଲା ନାହିଁ ଆଉ ପୁଲିସ ଟଙ୍କା ନେଇ ମାମଲା ରଫାଦଫା କରିବାକୁ ଚେତାବନୀ ଦେଇଥିବା ଅଭିଯୋଗ କରିଛନ୍ତି ଯୁବତୀ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.