Home ଜିଲ୍ଲା ପରିକ୍ରମା ବୈତରଣୀ ନଦୀରୁ ୨ ଭଉଣୀଙ୍କ ମୃତଦେହ ଉଦ୍ଧାର, ଜଣେ ୧୦ମ ବୋର୍ଡ ପରୀକ୍ଷା ଓ ଅନ୍ୟ...

ବୈତରଣୀ ନଦୀରୁ ୨ ଭଉଣୀଙ୍କ ମୃତଦେହ ଉଦ୍ଧାର, ଜଣେ ୧୦ମ ବୋର୍ଡ ପରୀକ୍ଷା ଓ ଅନ୍ୟ ଜଣେ +୨ ପରୀକ୍ଷା ଦେଇଥିଲେ

16

ଭଦ୍ରକ, ୧୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଆରଡି ଫାଣ୍ଡି ଅଧୀନସ୍ଥ ମୁଆଁ ଗ୍ରାମର ବାପିନ ଦାସଙ୍କ ଝିଅ ବର୍ଷାରାଣୀ ଓ ପୀତାମ୍ବର ଦାସଙ୍କ ଝିଅ ଭୂମିକା ଗତକାଲି ଠାରୁ ନିଖୋଜ ଥିଲେ । ଦୁଇଭଉଣୀଙ୍କ ମୃତଦେହ ଆଜି ଅପରାହ୍ନରେ ପୃଥକ୍ ପୃଥକ୍ ଭାବେ ଉଦ୍ଧାର କରାଯାଇଛି । ବର୍ଷାରାଣୀକୁ ବୈତରଣୀ ନଦୀର କଇଁଆଗୋଲା ଘାଟରୁ ଉଦ୍ଧାର କରାଯାଇଥିବାବେଳେ ଭୂମିକାକୁ ମୁଆଁ ଘାଟରୁ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି । ସୂଚନା ଅନୁଯାୟୀ ବାପିନଙ୍କ ଝିଅ ବର୍ଷାରାଣୀ ଚଳିତବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିବାବେଳେ ପୀତାମ୍ବରଙ୍କ ଝିଅ ଭୂମିକା ଯୁକ୍ତଦୁଇ ପରୀକ୍ଷା ଦେଇଥିଲା । ଦୁଇଜଣ ଗତକାଲି ମଧ୍ୟାହ୍ନରୁ ବୈତରଣୀ ନଦୀରେ ନିଖୋଜ ଥିବାର ପରିବାର ଲୋକେ କହିଛନ୍ତି । ତେବେ କେଉଁ କାରଣ ପାଇଁ ଦୁଇଭଉଣୀ ବୈତରଣୀ ନଦୀକୁ ଯାଇଥିଲେ, ତାହାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଆରଡି ପୁଲିସ୍ ଓ ମଙ୍ଗଳପୁର ପୁଲିସ୍ ଶବକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ମୂଳେ ଦୁଇଭଉଣୀ ସାଙ୍ଗ ହୋଇ ଗତକାଲି ଅପରାହ୍ନରେ ଗାଁ ନିକଟ ବୈତରଣୀ ନଦୀକୂଳରେ ବୁଲୁଥିଲେ । ଗତକାଲି ଠାରୁ ଦୁଇଜଣ ଘରକୁ ନଫେରିବାରୁ ଘରଲୋକ ଖୋଜାଖୋଜି କରିଥିଲେ । ଏକକାଳୀନ ଦୁଇ ଭଉଣୀଙ୍କ ମୃତଦେହ ଆଜି ବୈତରଣୀ ନଦୀରୁ ମିଳିବା ପରେ ସାଧାରଣରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି । ଉଭୟଙ୍କ ପରିବାର ମଧ୍ୟରେ କାନ୍ଦ ବୋବାଳି ପଡିଥିବାବେଳେ ଗାଁରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.