Home ଜିଲ୍ଲା ପରିକ୍ରମା ନୂଆ ରୂପରେ ଝଟକିବ ଆଖଣ୍ଡଳମଣି ପୀଠର ନୂତନ ବସ୍‌ଷ୍ଟାଣ୍ଡ, ରାଜ୍ୟ ସରକାରଙ୍କ ପକ୍ଷରୁ ୧୧.୮୨ କୋଟି...

ନୂଆ ରୂପରେ ଝଟକିବ ଆଖଣ୍ଡଳମଣି ପୀଠର ନୂତନ ବସ୍‌ଷ୍ଟାଣ୍ଡ, ରାଜ୍ୟ ସରକାରଙ୍କ ପକ୍ଷରୁ ୧୧.୮୨ କୋଟି ଅନୁମୋଦନ

12

ଭଦ୍ରକ, ୧୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଖଣ୍ଡଳମଣିଙ୍କ ପୀଠରେ ଏବେ ନିର୍ମାଣ ହେବ ଏକ ନୂତନ ବସ୍‌ଷ୍ଟାଣ୍ଡ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ୧୧.୮୨ କୋଟି ଟଙ୍କା । ଜିଲା ଓ ରାଜ୍ୟର ପ୍ରମୁଖ ଶୈବପୀଠ ଆରଡି ଧାମର ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଓ ପର୍ଯ୍ୟଟକ ଆସିଥାନ୍ତି । ବିଶେଷକରି ପର୍ଯ୍ୟଟନ ଋତୁ ଆରମ୍ଭରୁ ଶେଷ ଯାଏ ଲାଗିରହିଥାଏ ଏଠାରେ ଲକ୍ଷାଧିକ ଲୋକଙ୍କର ଭିଡ । ତେବେ ପର୍ଯ୍ୟଟକମାନେ ଆଣୁଥିବା ଛୋଟବଡ ବସ୍ ରଖିବା ପାଇଁ ଏଠାରେ ସ୍ଥାୟୀ ବସ୍‌ଷ୍ଟାଣ୍ଡଟିଏ ନଥିବାରୁ ସେମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଆରଡି ପୀଠରୁ ଭଦ୍ରକ, ଭୁବନେଶ୍ୱର, କଟକ, ରାଉରକେଲା, ଯାଜପୁର, ଘଟଗାଁ, ବାଲେଶ୍ୱର ଓ କୋଲକାତା ଭଳି ସ୍ଥାନକୁ ପ୍ରତିଦିନ ଯାତାୟତ କରୁଥିବା ୪୦ ରୁ ଉର୍ଦ୍ଧ୍ୱ ବସ୍ ରହଣି ପାଇଁ ସ୍ଥାନାଭାବ ପରିଲକ୍ଷିତ ହୋଇଥାଏ । ଏଭଳି ସମସ୍ୟାକୁ ନେଇ ଏକ ସ୍ଥାୟୀ ବସ୍‌ଷ୍ଟାଣ୍ଡ ନିର୍ମାଣ ନିମନ୍ତେ ପୂର୍ବତନ ସରପଞ୍ଚ ସରୋଜ ଦାସଙ୍କ ସହ ଅନ୍ୟମାନେ ଭଦ୍ରକ ଜିଲାପାଳ, ସ୍ଥାନୀୟ ବିଧାୟକ ଓ ରାଜ୍ୟ ପରିବହନ ବିଭାଗ ନିକଟରେ ବାରମ୍ବାର ଦାବି କରିଆସୁଥିଲେ । ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଭଦ୍ରକ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ସହ ରାଜ୍ୟ ପରିବହନ ବିଭାଗର ଉଚ୍ଚ ପଦାଧିକାରୀ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ପୀଠର ପ୍ରବେଶ ପଥ ଅର୍ଥାତ୍ ପାନ୍ଥନିବାସ ନିକଟରେ ଚିହ୍ନଟ ଜାଗାର କ୍ଷେତ୍ର ପରିଦର୍ଶନ କରିବା ସହ ୪ ଏକର ପରିମିତ ଏକ ସ୍ଥାନ ଯୋଗାଇ ଦେଇଥିଲେ । ଯେଉଁଠାରେ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉପରୋକ୍ତ ଅର୍ଥ ଯୋଗାଇଦିଆଯିବା ଫଳରେ ଫଳକ ଲଗାଯାଇ ଆଜି କାର୍ଯ୍ୟ ଆରମ୍ଭ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କାର୍ଯ୍ୟକୁ ନେଇ ସ୍ଥାନୀୟ ଲୋକେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବ୍ୟୋମକେଶ ରାୟ ଓ ଜିଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.