Home ଜିଲ୍ଲା ପରିକ୍ରମା ସିମେଣ୍ଟ ଦୋକାନୀ ଠାରୁ ଠକେଇ, ମାମଲା ଋଜୁ

ସିମେଣ୍ଟ ଦୋକାନୀ ଠାରୁ ଠକେଇ, ମାମଲା ଋଜୁ

14

ଭଦ୍ରକ, ୧୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ସରସଦା ଗ୍ରାମ ଭାଟଣା ସାହିର ସିମେଂଟ ବ୍ୟବସାୟୀ ଶ୍ରୀକାନ୍ତ ଜେନାଙ୍କ ଠାରୁ ମିଥ୍ୟା ପରିଚୟ ଦେଇ ୩ ଲକ୍ଷ ୩୦ ହଜାର ଠକି ନେଇଥିବା ଅଭିଯୋଗ ହୋଇଛି । ଗତ ୧୩ ତାରିଖରେ ଅଲଟ୍ରାଟେକ ସିମେଂଟ ଫ୍ୟାକ୍ଟ୍ରିରୁ ହଜାରେ ବସ୍ତା ସିମେଂଟ ପଠାଯିବା ପାଇଁ ଅର୍ଥ ପଠାଇବାକୁ ଶ୍ରୀକାନ୍ତକୁ ୨ ଜଣ ବ୍ୟକ୍ତି ଫୋନ କରିଥିଲେ । ଏହାକୁ ବିଶ୍ୱାସ କରି ଶ୍ରୀକାନ୍ତ ମହାରାଷ୍ଟ୍ର ପୁନାରେ ଥିବା ସଂପୃକ୍ତ ବ୍ୟକ୍ତିଙ୍କ ଜମାଖାତାକୁ ୩ଲକ୍ଷ ୩୦ ଜହାର ଟଙ୍କା ପଠାଇଥିଲେ । ଏହାର ୨୪ ଘଣ୍ଟା ପରେ ସିମେଂଟ ନଆସିବାରୁ ଶ୍ରୀକାନ୍ତ ସଂପୃକ୍ତ ବ୍ୟକ୍ତିମାନଙ୍କୁ ଫୋନ କରିଥିଲେ । ସେମାନେ ଆଉ ଅଧିକ ଟଙ୍କା ପଠାଇବାକୁ କହିଥିଲେ । ଶ୍ରୀକାନ୍ତ ଏଥିରେ ରାଜି ନହେବାରୁ ସେମାନେ ଗାଳିଗୁଲଜ କରି ଧମକ ଦେଇଥିଲେ । ଶ୍ରୀକାନ୍ତ ଥାନାରେ ଏଥିନେଇ ଅଭିଯୋଗ କରିବାରୁ ଅଜଣା ୨ ଜଣ ବ୍ୟକ୍ତିଙ୍କ ନାମରେ ୧୧୦/୨୪ନଂ ମାମଲା ଶୁକ୍ରବାର ଋଜୁ ହୋଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.