Home ଜିଲ୍ଲା ପରିକ୍ରମା ପରକ୍ରିୟା ପ୍ରୀତି ସନ୍ଦେହରେ ସ୍ୱାମୀ ହତ୍ୟା କଲା ପତ୍ନୀକୁ

ପରକ୍ରିୟା ପ୍ରୀତି ସନ୍ଦେହରେ ସ୍ୱାମୀ ହତ୍ୟା କଲା ପତ୍ନୀକୁ

222

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପରକ୍ରିୟା ପ୍ରୀତି ସନ୍ଦେହରେ ଜଣେ ସ୍ୱାମୀ ତାର ପତ୍ନୀକୁ କୁରାଢି ଭଳି ଧାରୁଆ ମାରଣାସ୍ତ୍ରରେ ହତ୍ୟା କରିଥିବାର ଘଟଣା ଭଦ୍ରକରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ କାଉପୁର ପଂଚାୟତ ଏଡାଦେଇ ଗ୍ରାମରେ ଗୋବିନ୍ଦ ସାହୁଙ୍କ ଘର । ଦୀର୍ଘ ୨୫ ବର୍ଷର ଦାମ୍ପତ୍ୟ ଜୀବନ ମଧ୍ୟରେ ସେ ଘରେ ନିଜ ପତ୍ନୀ ଛବିଲତା ସହ ରହିଆସୁଥିବାବେଳେ ତାଙ୍କର ଦୁଇପୁତ୍ର ସୁଦୂର ମୁମ୍ବାଇରେ ଏକ ଘରୋଇ କଂପାନୀରେ କାମ କରନ୍ତି । ଗତକାଲି ରାତିରେ କୌଣସି ଘଟଣାକୁ ନେଇ ଉଭୟ ପତି-ପତ୍ନୀଙ୍କ ମଧ୍ୟରେ ଝଗଡା ଲାଗିବା ପରେ ସ୍ୱାମୀ କୁରାଢୀରେ ସ୍ତ୍ରୀର ମୁଣ୍ଡକୁ ଆକ୍ରମଣ କରି ହତ୍ୟା କରିଥିବାର ସନ୍ଦେହ କରାଯାଉଛି । ଛବିଲତାର ମୃତଦେହ ଆଜି ସକାଳେ ଘର ଭିତରେ ପଡିଥିବାବେଳେ ୱାର୍ଡମେମ୍ବର ଶମ୍ଭୁନାଥ ଭାରତୀ ଏହି ଖବର ଜାଣି ସ୍ଥାନୀୟ ସରପଞ୍ଚ ଜରିଆରେ ପୁଲିସ୍‌କୁ ଖବର ଦେଇଥିଲେ । ପରକ୍ରିୟା ପ୍ରୀତି ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଥିବାର ସନ୍ଦେହ କରାଯାଉଥିବାବେଳେ ଗ୍ରାମାଞ୍ଚଳ ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଆରମ୍ଭ କରିଛି । ଏହି ତଦନ୍ତ ପରେ ଏଭଳି ଅମାନୁଷିକ ହତ୍ୟା ଘଟଣାର ପ୍ରକୃତ କାରଣ ଜଣାପଡିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.