Home ଜିଲ୍ଲା ପରିକ୍ରମା ବେତାଳିଗାଁ ବଜାରର “ଶିବ ପ୍ରସାଦ ଜୁଏଲାରି’ ଦୋକାନୀ ଅଟକ, ଚୋରି ସୁନା କିଣାବିକା ଅଭିଯୋଗରେ ପୋଲିସର...

ବେତାଳିଗାଁ ବଜାରର “ଶିବ ପ୍ରସାଦ ଜୁଏଲାରି’ ଦୋକାନୀ ଅଟକ, ଚୋରି ସୁନା କିଣାବିକା ଅଭିଯୋଗରେ ପୋଲିସର ତଦନ୍ତ ଜାରି

3

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଳକ ଧୁଷୁରୀ ଥାନା ଅନ୍ତର୍ଗତ ବେତାଳିଗାଁ ବଜାରରେ ଥିବା ଏକ ସୁନା ଦୋକାନର ମାଲିକ ଚୋରି ସୁନା କିଣିବା ଅଭିଯୋଗରେ ଧୁଷୁରୀ ପୋଲିସ ଦ୍ୱାରା ଅଟକ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଥାଉ କି “ଶିବ ପ୍ରସାଦ ଜୁଏଲାରି’ର ମାଲିକ ପ୍ରଭାତ ପଣ୍ଡାଙ୍କୁ ପୋଲିସ ଥାନାରେ ଅଟକ ରଖି ଏହି ଘଟଣାର ବ୍ୟାପକ ପଚରାଉଚରା ଓ ତଦନ୍ତ ଚଳାଇଛି।ଘଟଣାରୁ ପ୍ରକାଶ ଯେ, ସାଆଁଳପୁର ଗ୍ରାମର ଜଣେ ନାବାଳିକା ଝିଅ ସେହି ଗ୍ରାମର ପୂଜା ରାଣୀ ଙ୍କ ଘରେ ଶୁଆ ବସା କରୁଥିଲେ। ଏହି ସୁଯୋଗରେ ସେଠାରେ ଥିବା ସୁନା ଓ ରୂପା ଅଳଙ୍କାର ଉପରେ ନାବାଳିକାଙ୍କ ନଜର ପଡ଼ିଥିଲା। ପରେ ନାବାଳିକା ଜଣକ ସେଠାରୁ ସୁନା ନାକ ଫୁଲ, ସୁନା ହାର ଓ ବାହୁଟି ଆଦି ପ୍ରାୟ ୩ ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ସୁନା ଅଳଙ୍କାର ଚୋରି କରି ବେତାଳିଗାଁ ବଜାରରେ ଥିବା ଉକ୍ତ “ଶିବ ପ୍ରସାଦ ଜୁଏଲାରି’ରେ ବିକ୍ରି କରିଥିବା ଅଭିଯୋଗ ହୋଇଛି।ପରେ ଏହି ଘଟଣା ସାମ୍ନାକୁ ଆସିବା ପରେ ପୂଜା ରାଣୀ ଏନେଇ ଧୁଷୁରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତିକରି ପୋଲିସ ତୁରନ୍ତ ତତ୍ପରତା ପ୍ରକାଶ କରି ସୁନା ଦୋକାନୀଙ୍କୁ ଥାନାକୁ ଆଣି ପଚରାଉଚରା ଜାରି ରଖିଛି।ଅନ୍ୟପକ୍ଷରେ, ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି ଯେ ଗ୍ରାମାଂଚଳରେ କିପରି ଏତେ ବଡ଼ ଏକ ଭବ୍ୟ ସୁନା ଦୋକାନ ଚାଲିଛି ଏବଂ ଏଭଳି ଦୋକାନୀମାନେ ସକ୍ରିୟ ରହିଛନ୍ତି। ସ୍ଥାନୀୟ ଅଂଚଳର ବିଭିନ୍ନ ଘର ଏବଂ ମଠ-ମନ୍ଦିରରୁ ପ୍ରାୟତଃ ଚୋରି ହେଉଥିବା ସୁନା-ରୂପା ଅଳଙ୍କାରଗୁଡ଼ିକ ଏହିପରି ଅସାଧୁ ବ୍ୟକ୍ତିମାନଙ୍କ ଜରିଆରେ ବିକ୍ରି ହେଉଥାଇପାରେ ବୋଲି ସାଧାରଣରେ ସନ୍ଦେହ ପ୍ରକାଶ ପାଉଛି। ପୋଲିସର ତଦନ୍ତ ପରେ ଏହି ଘଟଣାର ସମସ୍ତ ସତ୍ୟତା ପଦାକୁ ଆସିବ ବୋଲି ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.