Home ଜିଲ୍ଲା ପରିକ୍ରମା ବାବା ବୁଢାଗଣେଶଙ୍କ ବନ୍ଧୁମିଳନ ଉତ୍ସବ ଭାଇଚାରାର ପ୍ରତୀକ

ବାବା ବୁଢାଗଣେଶଙ୍କ ବନ୍ଧୁମିଳନ ଉତ୍ସବ ଭାଇଚାରାର ପ୍ରତୀକ

1

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଐତିହାସିକ ବାବା ବୁଢା ଗଣେଶ କମିଟି ପକ୍ଷରୁ ଗତକାଲି ମଙ୍ଗଳବାର ସନ୍ଧ୍ୟାରେସବୁ ବର୍ଷ ପରି ଏଥର ଏକ ବନ୍ଧୁମିଳନ ଉତ୍ସବ ର ଆୟୋଜନ କରାଯାଇଥିଲା।ସଦବର୍ତ ମଠ ଠାରେ ଅନୁଷ୍ଠିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଡି ଆଇ ଜି ପିନାକ ମିଶ୍ର ଯୋଗ ଦେଇ କହିଲେ ଯେ ଭଦ୍ରକ ର ଐତିହାସିକ ବୁଢା ଗଣେଶପୂଜା.ଓ ବନ୍ଧୁମିଳନ ଉତ୍ସବ ଏକ ଭାଇଚାରା ର ପ୍ରତୀକ।ଏହି ଉତ୍ସବ ରେ ହିନ୍ଦୁ ମୁସଲିମ ଉଭୟ ସମ୍ପ୍ରଦାୟ ସାମିଲ ହୋଇ ଭାଇଚାରାର ବାର୍ତ ପ୍ରଦାନ କରିଛନ୍ତି।ଗୋଟିଏ ମଂଚରେ ବିଭିନ୍ନ ବର୍ଗର ଲୋକ ସାମିଲହୋଇ ଭାବର ଆଦାନ ପ୍ରଦାନ କରାଯିବା ବନ୍ଧୁ ମିଳନ ର ଏକ ନିଆରା ପରମ୍ପରା।ଅନ୍ୟ ପକ୍ଷରେ ଏହି ପୂଜାରେ ଏକ ମାସଧାରି ଶାନ୍ତି ଶୃଙ୍ଖଳା ବଜାୟ ରଖି ପାଳନ କରାଯିବା ଘଟଣା ଏକ ଦୃଷ୍ଟାନ୍ତ ବୋଲି ଡି ଆଇ ଜି ଶ୍ରୀ ମିଶ୍ର ପ୍ରଂଶସା କରିଥିଲେ। ସଭା ଆରମ୍ଭ ପୂର୍ବରୁ ବୁଢା ଗଣେଶ ଙ୍କ ମଣ୍ଡପରୁ ଆଜ୍ଞାମାଳ ଓ ଆଳତୀ ଦୀପ କୁ ଶ୍ରଦ୍ଧାଳୁ ମାନଙ୍କ ର ଏକ ଶୋଭଯାତ୍ରା ରେ ଆଣି ସଦବର୍ତ ମଠ ବନ୍ଧୁ ମିଳନ ଉତ୍ସବ କୁ ଅଣାଯାଇଥିଲା।ଅବସର ପ୍ରାପ୍ତ ଅଧ୍ୟକ୍ଷ ପ୍ରମୋଦ ନାୟକ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଏହି ସଭାରେ ଏସ ପି ମନୋଜ ରାଉତ,ଭଦ୍ରକ ର ପୂର୍ବତନ ଇନିସ୍ପେକ୍ଟର ତଥା ଏବେକାର ରାଇରଙ୍ଗପୁର ଏସପି ସୁରେଶ ପାତ୍ର,ଡାକ୍ତର ପ୍ରଦୀପ ନାୟକ,ଜିଲ୍ଲା କଂଗ୍ରେସ ସଭାପତି ନଳିନୀ ମହାନ୍ତି,ରାଜ୍ୟ କଂଗ୍ରେସ ଉପସଭାପତି ଅସିତ ପଟ୍ଟନାୟକ,ପୌରାଧ୍ୟକ୍ଷା ଗୁଲମକି ଦଲୱାଜି ହବିବ,କାଉନସିଲର ଜୁଲଫିକର ଅଲ୍ଲୀ ଯୋଗଦେଇ ବୁଢାଗଣେଷଙ୍କ ମାହାତ୍ମ୍ୟ ସମ୍ପର୍କରେ ମତ ରଖିଥିଲେ।ଏହି ଉତ୍ସବ ରେ ଏସ ପି ସୁରେଶ ପାତ୍ର,ସମାଜ ସେବୀ ସୁଧାକର ରାଉତ,ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସର୍ବୋଚ୍ଚ ମାର୍କ ରଖିଥିବା ପୁରୁଣାବଜାର ସାରସ୍ୱତୀଶିଶୁ ମନ୍ଦିର ର ଛାତ୍ର ଜ୍ୟୋତି ରଞ୍ଜନ ପାଢ଼ୀ,ୱେଟ ଲିଫ୍ଟର ସେକ ନାଜିବ ଅକ୍ଟର,ବୁଢ଼ା ଗଣେଶ ମୂର୍ତି କାରିଗର ରୁଦ୍ର ନାରାୟଣ ସାହୁ,କୁନି ନୁର୍ତ୍ୟ ଶିଳ୍ପୀ ଶୁଚିସ୍ମିତା ସାହୁ,ସଙ୍କଟ ମୋଚନ ଗୋସେବା କେନ୍ଦ୍ର ଙ୍କୁ କମିଟି ତରଫରୁ ସମ୍ଭାର୍ଦ୍ଧିତ କରାଯାଇଥିଲା। ପୂଜା କମିଟର ସଭାପତି ବିଦ୍ୟାଧର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମୁସଲିମଜାମାତ ର ଏନାମ ହୋସେନ,ସେକ ଜାକୱାଲ୍ଲା,ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଥିଲେ।ସେକ ଅବଦୁଲ ମୁକ୍କୀଦ ଧନ୍ୟବାଦ ଦେଇଥିବା ବେଳେ ବୃନ୍ଦାବନ ସାହୁ,ବିଭୁତି ଭୂଷଣ ସାହୁ,ଶିବ ପ୍ରସାଦ ସାହୁ ଓ ଚିତରଞ୍ଜନ ସାହୁ ମଂଚ ପରିଚାଳନା କରିଥିଲେ।ଶେଷରେ ମନୋରଞ୍ଜନ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ହୋଇଥିଲା। ଶ୍ରୀ ଶ୍ରୀ ବାବା ବୁଢାଗଣେଶ ମାସାଧିକ କାଳ ପୂଜା ପାଇବା ପରେ ଆସନ୍ତା ୧୪ ତାରିଖରେ ଏହାର ଭସାଣି ଉତ୍ସବ ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.