Home ଜିଲ୍ଲା ପରିକ୍ରମା ବେକରେ ଫାଶୀ ଲଗେଇ ଯୁବକର ଝୁଲନ୍ତା ଶବ, କାରଣ ଅସ୍ପଷ୍ଟ

ବେକରେ ଫାଶୀ ଲଗେଇ ଯୁବକର ଝୁଲନ୍ତା ଶବ, କାରଣ ଅସ୍ପଷ୍ଟ

430

ଟିଟିଲାଗଡ଼ ୨୦-୧୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ମ୍ୟୁନିସିପାଲଟି ଅଧିନସ୍ଥ ହାତପଦା ପଡ଼ା ନିବାସୀ ଚାଇତ ରାମ ଦୀପଙ୍କ ସାନ ଭାଇ ସରୋଜ ଦୀପ (୨୯) ତାଙ୍କ ବାରିରେ ଥିବା ଏକ ଜାମୁ ଗଛରେ ଲୁଗା ସାହାଯ୍ୟରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଜଣା ଯାଇଛି। ପ୍ରକାଶ ଯେ ଉକ୍ତ ସରୋଜ ତାଙ୍କ ବଡଭାଇ ଚଇତ ଦୀପ ଙ୍କ ସହ ରହୁଥିବା ବେଳେ ତାଙ୍କ ମାତା, ପିତାଙ୍କର ସାତ ବର୍ଷ ତଳେ ମୃତ୍ୟୁ ଘଟିଥିଲା। ତେବେ ଗତ କାଲି ରାତି ପ୍ରାୟ୧୧ଟା ରେ ସେ ଘରକୁ ପାଟିତୁଣ୍ଡ କରି କରି ମଦ୍ୟପାନ ଅବସ୍ଥାରେ ଆସିଥିବା ସାଇଲୋକେ ଦେଖିଥିଲେ। ଆଜି ସକାଳେ ପ୍ରାୟ ୭ଟା ବେଳେ ଉକ୍ତ ସରୋଜ ତାଙ୍କ ବାଡ଼ି କୂଅ ନିକଟରେ ଥିବା ଏକ ପିଜୁଳି ଗଛରେ ଏକ ଶାଢ଼ୀ ଦ୍ୱାରା ଫାଶୀରେ ଝୁଲିଥିବା ଦେଖି ପୋଲିସକୁ ସୂଚନା ଦିଆଯାଇଛି। ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ନା କଣ ସେ ନେଇ ସାଧାରଣରେ ଆଲୋଚନା ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.