Home ଓଡ଼ିଶା କନ୍ଧମାଳ ହଳଦୀ ପତ୍ରର ଚାହିଦା ବୃଦ୍ଧି ପାଉଛି

କନ୍ଧମାଳ ହଳଦୀ ପତ୍ରର ଚାହିଦା ବୃଦ୍ଧି ପାଉଛି

532

ବାଲିଗୁଡା, ୨୦-୧୧ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ )କନ୍ଧମାଳ ଜିଲ୍ଲାରେ ଖାଲି ଗୋଟା ଓ ଗୁଣ୍ଡ ହଳଦୀର ଚାହିଦା ନୁହେଁ, ବରଂ ଏହାର ପତ୍ର ମଧ୍ୟ ବେଶ ଚାହିଦା ରହିଛି। କଟକ, ଭୁବନେଶ୍ୱର ଭଳି କିଛି ଅଞ୍ଚଳରେ ଓଡିଆଙ୍କ ପର୍ବ ପର୍ବାଣୀରେ ହଳଦୀ ପତ୍ରର ରହିଛି ବେଶ ଚାହିଦା। ମୁଖ୍ୟତଃ ମାର୍ଗଶିର ମାସର ପ୍ରଥମାଷ୍ଟମୀ ପୂଜାରେ ହଳଦୀ ପତ୍ରରେ ଏଣ୍ଡୁରି ପିଠା କରାଯାଇ ପରମ୍ପରା ଅନୁଯାୟୀ ଘରେ ଲକ୍ଷ୍ମୀଙ୍କୁ ପୂଜା କରାଯାଏ। ଘରର ବଡପୁଅ ହେଉ ଅବା ବଡଝିଅ ପୋଢୁଆଁ ହେବା ସହିତ ପୂଜା କରାଯାଏ। ଏପରିକି ହଳଦୀ ପତ୍ରରେ ଏଣ୍ଡୁରି ପିଠା କଲେ ଏହାର ସ୍ୱାଦ ସହ ବାସ୍ନା ଲୋକଙ୍କୁ ବିମୋହିତ କରିଥାଏ।ଏହା ଯୋଗୁଁ ଅଂଚଳରେ ବସବାସ କରୁଥିବା ଆଦିବାସୀ ଓ ହରିଜନ ଲୋକେ ହଳଦୀରୁ ପତ୍ରକୁ କାଟି ଆଣି ବିଡା କରି ବ୍ୟବସାୟୀଙ୍କୁ ବିକ୍ରୟ କରିଥାନ୍ତି। ୧୦ ଟି ପତ୍ରରେ ଗୋଟିଏ ବିଡା ହେଉଥିବା ବେଳେ ଏହାର ମୂଲ୍ୟ ୨ ଟଙ୍କା ରହିଛି। ଲୋକେ ଦିନକୁ ଶହ ଶହ ହଳଦୀ ପତ୍ର ବିଡା କରି ନିଜର ଜୀବିକା ମଧ୍ୟ ନିର୍ବାହ କରୁଥିବା ଦେଖିବାକୁ ମିଳିଛି। ପ୍ରଥମାଷ୍ଟମୀ ଉପଲକ୍ଷେ ହଳଦୀ ପତ୍ର ପ୍ରଚୁର ପରିମାଣରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.