Home ଓଡ଼ିଶା ଲୋକସଭାର ଶୂନ୍ୟକାଳରେ ଚାଷୀ ପ୍ରସଙ୍ଗ ଉଠାଇଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ

ଲୋକସଭାର ଶୂନ୍ୟକାଳରେ ଚାଷୀ ପ୍ରସଙ୍ଗ ଉଠାଇଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ

421

ନୂଆଦିଲ୍ଲୀ, ୧୯/୧୧ – (ଓଡ଼ିଆ ପୁଅ) ଗତକାଲି ଲୋକସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଚଳିତ ଅଧିବେଶନର ଦ୍ୱିତୀୟ ଦିନରେ ଗୃହରେ ଶୁଭିଛି ଓଡ଼ିଶାର ମୂଳତଃ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ପ୍ରଭୃତି ଜିଲ୍ଲାର ଚାଷୀଙ୍କ ପ୍ରସଙ୍ଗ। ଆଜି ଶୂନ୍ୟକାଳରେ ଚାଷୀ ପ୍ରସଙ୍ଗ ଉତ୍ଥାପନ କରି ଧାନ ସଂଗ୍ରହ ସମୟରେ କୃଷକ ଅଧିକାରକୁ ନେଇ ଚାଲିଥିବା ଆନ୍ଦୋଳନ ବିଷୟରେ ଉଲ୍ଲେଖ କରି ଉଦ୍ବେଗ ପ୍ରକାଶ କରିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ। ସେ ନିଜର ବକ୍ତବ୍ୟରେ -ମାନବ ସମାଜକୁ ଖାଦ୍ୟ ଯୋଗାଉଥିବା ଚାଷୀର ଆର୍ଥିକ ଓ ସାମାଜିକ ଉନ୍ନତି ଏବଂ ଚାଷ ଜନିତ କ୍ଷୟକ୍ଷତିରୁ ବଞ୍ଚେଇବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଆରମ୍ଭ କରିଥିଲେ କୃଷି ବୀମା ଯୋଜନା। ସେହି ଯୋଜନାକୁ ଆହୁରି ଶାଣିତ ଓ ସରଳୀକରଣ କରିଛନ୍ତି ବର୍ତ୍ତମାନର ପ୍ରଧାନମନ୍ତ୍ରୀ ବିକାଶ ପୁରୁଷ ନରେନ୍ଦ୍ର ମୋଦି। କିନ୍ତୁ ସେହି ଯୋଜନା ବର୍ତ୍ତମାନ ଆମ ରାଜ୍ୟ ଓଡ଼ିଶାରେ ସମ୍ପୂର୍ଣ୍ଣ ବାଟବଣା। ଚାଷୀର ଫସଲର କ୍ଷତି ଆକଳନ ପାଇଁ କରାଯାଇଥିବା ବ୍ୟବସ୍ଥା ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ। ବିଗତ ବର୍ଷ କ୍ରପ କଟିଙ୍ଗ ରିପୋର୍ଟ ଆଧାରରେ ଓଡ଼ିଶାରେ ମୁଖ୍ୟତଃ ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର ଚାଷୀମାନେ କ୍ଷତିପୂରଣ ପାଇନାହାନ୍ତି। ଓରିଏଣ୍ଟାଲ ଇନ୍ସୁରାନ୍ସ କମ୍ପାନୀ ଓ ରିଲାଏନ୍ସ ଇନ୍ସୁରାନ୍ସ କମ୍ପାନୀ ଫସଲ ବୀମା ଯୋଜନାରେ ଚାଷୀଙ୍କୁ କ୍ଷତିପୂରଣ ସଠିକ ଭାବରେ ପଇଠ ନକରି ଚାଷୀଙ୍କ ଭାଗ୍ୟ ସହିତ ଖେଳିବା ସହ ଶୋଷଣର ଯନ୍ତ୍ର ପାଲଟି ଯାଇଛନ୍ତି। ତେଣୁ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ଉଭୟ ରାଜ୍ୟ ସରକାର ଓ ଇନ୍ସୁରାନ୍ସ କମ୍ପାନୀ ସହିତ ଆଲୋଚନା କରି ରାଜ୍ୟରେ ଚାଲିଥିବା ଅଚଳାବସ୍ଥାର ତୁରନ୍ତ ସମାଧାନ କରନ୍ତୁ ଏବଂ ଉପଯୁକ୍ତ କ୍ଷତିପୂରଣ ଚାଷୀଙ୍କୁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ। ତତ୍ ସଙ୍ଗେ ସଙ୍ଗେ ଅନ୍ୟ ବୀମା ମାନଙ୍କର କ୍ଷତିପୂରଣ ପାଇଁ ଯେମିତି ଟ୍ରିବ୍ୟୁନାଲର ବ୍ୟବସ୍ଥା ଅଛି ଠିକ୍ ସେହିଭଳି ଫସଲ ବୀମା କମ୍ପାନୀମାନେ ଭୁଲ ଆକଳନ ଓ ଭୁଲ ପଇଠ ବାବଦରେ ଟି୍ରବ୍ୟୁନାଲମାନେ ଗଠନ କଲେ ବ୍ୟକ୍ତିଗତ କିମ୍ବା ସମୂହ କ୍ଷତିପୂରଣ ପାଇଁ ଚାଷୀ ଏବଂ ଚାଷୀ ସଂଗଠନ ମାନେ ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ ଟ୍ରିବ୍ୟୁନାଲ ଯାଇପାରିବେ ଏବଂ ଚାଷୀ ଯେମିତି ତାର କ୍ଷତିପୂରଣ ପାଇବା ପାଇଁ ଟ୍ରିବ୍ୟୁନାଲକୁ ଯାଇ ପାରିବ ତଥା ବୀମା କମ୍ପାନୀ ତାର ଭୁଲ ପାଇଁ ଦଣ୍ଡିତ ହୋଇପାରିବ ସେଥିପାଇଁ ଫସଲ ବୀମା ଆଇନକ୍ୁ ସଂଶୋଧନ କରାଯାଉ ବୋଲି କହିଛନ୍ତି ବିଜେପିର କ୍ଷେତ୍ରୀୟ ପ୍ରବକ୍ତା ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.