Home କୋରାପୁଟ ବୃଷ୍ଟିପୃଷ୍ଠ ଅଂଚଳର ଉନ୍ନତିକରଣ ନିମନ୍ତେ  କୋଟିଆ ଗ୍ରାମପୁଞର ତିନୋଟି ଗ୍ରାମରେ ଗ୍ରାମସଭା

ବୃଷ୍ଟିପୃଷ୍ଠ ଅଂଚଳର ଉନ୍ନତିକରଣ ନିମନ୍ତେ  କୋଟିଆ ଗ୍ରାମପୁଞର ତିନୋଟି ଗ୍ରାମରେ ଗ୍ରାମସଭା

30

କୋରାପୁଟ ୦୧-୦୯(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଅରୁଣ କୁମାର ଦାସ ନିର୍ଦ୍ଦେଶକ୍ରମେ କୋଟିଆ ଗ୍ରାମପୁଞର ଫାଟୁସେନେରୀ ,ଫଗୁଣସେନେରୀ ଓ ମାଡକାର ଗ୍ରାମରେ ବୃଷ୍ଟିପୃଷ୍ଠ ଅଂଚଳର ଉନ୍ନତିକରଣ ନିମନ୍ତେ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି ।ଗ୍ରାମବାସୀଙ୍କ ଜୀବନଜୀବିକା ନିମନ୍ତେ ଆଲୋଚନା କରାଯାଇଥିଲା ।ଆସନ୍ତା ୩ ତାରିଖରୁ ସର୍ଭେ କରାଯାଇ ଲୋକମାନଙ୍କଠାରୁ ଜୀବନଜୀବିକା ନିମନ୍ତେ ମତାମତ ସଂଗ୍ରହ କରାଯାଇ ଯୋଜନା ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି ।ଉପସ୍ଥିତ ଲୋକମାନଙ୍କୁ ମାସ୍କ ଓ ସାନିଟାଇଜର ପ୍ରଦାନ କରାଯାଇଥିଲା ।କୋରାପୁଟ ଜଳବିଭାଜିକା ସହାୟକ ପ୍ରକଳ୍ପ ନିର୍ଦ୍ଦେଶକ ତଥା ପଟ୍ଟାଙ୍ଗୀ ପିଆଇଏ ଅଶୋକ କୁମାର ସେନାପତିଙ୍କ ତତ୍ୱବଧାନରେ ପଟ୍ଟାଙ୍ଗୀ ଏସଇଓ ବି.ପାର୍ଥ ସାରଥି ,ପିଏ ମଞୁଲତା ପଟନାୟକ ,ଡିଇଓ ଶୁଭମ ପାତ୍ର ଓ ସମାଜସେବୀ ରଣଜିତ ପାଙ୍ଗୀ ପ୍ରମୁଖ ଗ୍ରାମସଭାରେ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.