Home କେନ୍ଦୁଝର ସ୍ମାର୍ଟ କ୍ଲାସରୁମ କାମକୁ ନେଇ ପ୍ରଧାନଶିକ୍ଷକଙ୍କୁ ର୍ଦୁବ୍ୟବହାର

ସ୍ମାର୍ଟ କ୍ଲାସରୁମ କାମକୁ ନେଇ ପ୍ରଧାନଶିକ୍ଷକଙ୍କୁ ର୍ଦୁବ୍ୟବହାର

67

ହାଟଡିହି, ୧ । ୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଏବେ ହାଟଡିହି ବ୍ଲକର ୯ଟି ହାଇସ୍କୁଲରେ ୫ଟି ମାଧ୍ୟମରେ ସ୍ମାର୍ଟ କ୍ଲାସରୁମ କାର‌୍ୟ୍ୟ ଦ୍ରୁତ ଗତିରେ ଚାଲିଛି । କିନ୍ତୁ ଏହି କାମକୁ ନେଇ ନିକଟସ୍ଥ ଏକ ବିଦ୍ୟାଳୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରି ଜଣେ ପ୍ରଧାନ ଶିକ୍ଷକଙ୍କୁ ଗାଁ ଲୋକମାନେ ର୍ଦୁବ୍ୟବହାର ପ୍ରଦର୍ଶନ କରିଥିବା ଜଣାଯାଇଛି । ଏହି ବିଦ୍ୟାଳୟରେ ସ୍ମାର୍ଟକ୍ଲାସରୁମ କାର‌୍ୟ୍ୟ ମନ୍ଥର ହୋଇଥିବା ଦେଖି ଗତକାଲି ଉପଜିଲ୍ଲାପାଳ ଓ ବିଡିଓ, ସହକାରୀଯନ୍ତ୍ରୀ ପ୍ରମୁଖ ସ୍କୁଲକୁ ଯାଇ କାମ ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ । ଏନେଇ ଅନ୍ୟ ଠିକାଦାରଙ୍କୁ ଲଗେଇ ତୁରନ୍ତ କାମ ସାରିବାକୁ ଅଧିକାରୀମାନେ ପ୍ରଧାନ ଶିକ୍ଷକଙ୍କୁ ପରାମର୍ଶ ଦେଇଥିଲେ । ପ୍ରଧାନ ଶିକ୍ଷକ ଜଣକ ସ୍ଥାନୀୟ ଜଣେ ଠିକାଦାରଙ୍କ ନାମ ପ୍ରକାଶ କରି ତାଙ୍କ ମାଧ୍ୟମରେ କାମଟିକୁ କରିବାକୁ ପ୍ରସ୍ତାବ ଦେଇଥିଲେ । ଏ ଖବର ପାଇବାପରେ ସ୍ଥାନୀୟ କିଛି ଲୋକଙ୍କ ଭିତରେ ଉତ୍ତେଜନା ମୁଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଜି ୨୦/୩୦ଜଣ ଲୋକ ଓ କିଛି କମିଟି ସଦସ୍ୟମାନେ ଦିନ ୧୧ଟାବେଳେ ସ୍କୁଲକୁ ଆସି ପ୍ରଧାନ ଶିକ୍ଷକଙ୍କୁ ଗାଳି ଗୁଲଜ କରିବା ସହିତ ତାଙ୍କୁ ମାଡ ମାରିବାକୁ ବି ପଛେଇ ନଥିଲେ । ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ଜଣକ ଗଭୀର ମାନସିକ ଆଘାତ ପାଇବା ସହ ଉଚ୍ଚକର୍ତ୍ତୁପକ୍ଷଙ୍କୁ ଅବଗତ କରିବେ ବୋଲି କହିଛନ୍ତି । ଏନେଇ ଥାନାରେ କୌଣସି ଅଭିଯୋଗ ହୋେଇ ନଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.