Home କେନ୍ଦୁଝର ବଡରମ୍ପାସ ଗ୍ରାମରେ ନନ୍ଦୋତ୍ସବ ପାଳିତ

ବଡରମ୍ପାସ ଗ୍ରାମରେ ନନ୍ଦୋତ୍ସବ ପାଳିତ

50

ହାଟଡିହି, ୧ । ୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବଡରମ୍ପାସ ଗ୍ରାମରେ ଜନ୍ମାଷ୍ଟମୀ ଅବସରରେ ନନ୍ଦୋତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ଉପଭୋଗ କରିବାକୁ ଶହଶହ ସଂଖ୍ୟାରେ ଗ୍ରାମବାସୀ ଏକଜୁଟ ହୋଇଥିଲେ । ନନ୍ଦରାଜା ଭୁମିକାରେ ଧରଣୀଧର ଜେନା, ନନ୍ଦରାଣୀ ଭୁମିକାରେ ଚନ୍ଦନ ନାୟକ, କୃଷ୍ଣ ଭୁମିକାରେ ଚନ୍ଦନ ସା, ବଳରାମ ଭୁମିକାରେ ରବିନ୍ଦ୍ର ଜେନା ଓ କଂଶ ଭୁମିକାରେ ଗଣେଶ ସାହୁ ଓ ବିଜୟ ଦାସ ପ୍ରମୁଖ ଅଭିନୟ କରିଥିଲେ । ଆଲୋକ ସାହୁ, ଚୈତନ୍ୟ ଜେନା, ଜନ୍ମେଜୟ ବେହେରା, ରାଜୀବ ଲୋଚନ ସାହୁ, ସୌମ୍ୟ ରଞ୍ଜନ ସାହୁ, ଆଲୋକ ମଣ୍ଡଳ, ବିଚିତ୍ର ସାହୁ, ପାର୍ଥ ସୌରଭ ସା, ଶ୍ରୀକାନ୍ତ ସାହୁ, ରଙ୍ଗାଧର ଦାସ, ବାବୁ ସାହୁ, ବାବୁ ଓଝା, ମୃତ୍ୟୁଞ୍ଜୟ ବେହେରା, ଅମର ଦାସ, ନାଣ୍ଡୁଲ ଓଝା, ମାନସ ଓଝା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.