Home କେନ୍ଦୁଝର ବି.କେ.ଏମ୍ ର ୧୨ ଘଣ୍ଟିଆ ବନ୍ଦ ପାଟଣା ଓ ତୁରୁମୁଙ୍ଗାରେ ଆଂଶିକ ସାହାରପଡାରେ ଠେଲାପେଲା ସହିତ...

ବି.କେ.ଏମ୍ ର ୧୨ ଘଣ୍ଟିଆ ବନ୍ଦ ପାଟଣା ଓ ତୁରୁମୁଙ୍ଗାରେ ଆଂଶିକ ସାହାରପଡାରେ ଠେଲାପେଲା ସହିତ ଧସ୍ତାଧସ୍ତି

124

ପାଟଣା ୨୯-୧ (ଓଡ଼ିଆ ପୁଅ/ସନ୍ତୋଷ ପତି) : ବହୁଜନ କ୍ରାନ୍ତି ମୋର୍ଚ୍ଚା(ବିକେଏମ) ତରଫରୁ ବୁଧବାର ୧୨ଘଣ୍ଟିଆ ଭାରତ ବନ୍ଦ ଡାକରାରେ ପାଟଣା ମୁଖ୍ୟାଳୟ ସ୍ଥିତ ୪୦। ରୁଉର୍ଦ୍ଧ୍ଵ ସଂଖ୍ୟା ଲଘୁ ସମ୍ପ୍ରଦାୟର ଦୋକାନ ଗୁଡିକ ବନ୍ଦ ରହିଥିଲା।ପାଟଣା ରେ ବୁଧବାର ସାପ୍ତାହିକ ହାଟ ଥିବା ସତ୍ୱେ ଏହି ବ୍ୟବସାୟୀ ମାନେ ବନ୍ଦ ଡାକରା କୁ ସମର୍ଥନ କରି ଦୋକାନ ବନ୍ଦ କରିଥିଲେ।ଏହା ବ୍ୟତୀତ ଗାଡି ମଟର ଚଳା ଚଳ ଓ ବଜାର ସ୍ୱାଭାବିକ ରହି ଥିଲା।

ସେହିପରି ବ୍ଲକର ତୁରୁମୁଙ୍ଗା ଠାରେ ଦୋକାନ ବଜାର ଖୋଲା ଥିବା ବେଳେ ବସ ଚଳାଚଳ ସମ୍ପୁର୍ଣ୍ଣ ଠପ ଥିଲା ପୋଡ଼ଶୀ ଜିଲା ମୟୁରଭଞ୍ଜ ର ଚଢେଇଭୋଳ ଠାରେ ରାସ୍ତା ରୋକ ଯୋଗୁଁ ୪୯ ନମ୍ବର ରାଜପଥ ତୁରୁମୁଙ୍ଗା ବୈତରଣୀ ପୋଲ ଠାରୁ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ଶହ ଶହ ମାଲବାହୀ ଟ୍ରକ ରାସ୍ତା ଉପରେ ଛିଡା ହୋଇରହିଥିଲା।ଅନୁରୂପ ଭାବେ ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ମୁଖ୍ୟାଳୟ ସ୍ଥିତ ବଜାର ରେ ବି, କେ, ଏ, ମ ର ବନ୍ଦ ସମର୍ଥକ ଦୋକାନ ବଜାର ବନ୍ଦ କରୁଥିବା ସ୍ଥାନୀୟ ଜନ ସାଧାରଣ ଓ ବିଜେପି କର୍ମୀ ଏହାକୁ ବିରୋଧ କରିଥିବା କରିଥିବାରୁ ବି.କେ.ଏ.ମ ର କର୍ମୀ ଘଟଣା ସ୍ଥଳରୁ ଛତ୍ର ଭଙ୍ଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.