Home ଓଡ଼ିଶା ରାଜ୍ୟର ପ୍ରଥମ ଶ୍ରେଣୀ ପିଲାଙ୍କୁ ସ୍ପୋକନ ଇଂଲିସ ଶିକ୍ଷା ଦିଆଯିବ;ମୁଖ୍ୟମନ୍ତ୍ରୀ

ରାଜ୍ୟର ପ୍ରଥମ ଶ୍ରେଣୀ ପିଲାଙ୍କୁ ସ୍ପୋକନ ଇଂଲିସ ଶିକ୍ଷା ଦିଆଯିବ;ମୁଖ୍ୟମନ୍ତ୍ରୀ

613

ଭୁବନେଶ୍ୱର୨୯ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟରେ ଥିବା ୩୦ଟି ଜିଲ୍ଲାର ପ୍ରଥମ ଶ୍ରେଣୀରୁ ପିଲାଙ୍କୁ  ସ୍ପୋକନ ଇଂଲିସ ଶିକ୍ଷା ଦିଆଯିବ । ସେହିପରି ୩୦ଟି ଜିଲ୍ଲାର ୧୦୧ଟି ସ୍କୁଲକୁ ଉତ୍କର୍ଷ କେନ୍ଦ୍ର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି । ସେହିସବୁ ସ୍କୁଲରେ ପ୍ରଥମ ଶ୍ରେଣୀରୁ  ସ୍ପୋକନ ଇଂଲିସ ଶିକ୍ଷା ଦିଆଯିବ ।

ପ୍ରତ୍ୟେକ ସ୍କୁଲର ଭିତ୍ତିଭୂମି ବିକାଶ ପାଇଁ ୨୫ ଲକ୍ଷ ଟଙ୍କା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷରେ ୨୦ରୁ କମ୍ ପିଲା ଥିବା ସ୍କୁଲକୁ ପାଖ ସ୍କୁଲରେ ମିଶାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅନ୍ୟସ୍କୁଲକୁ ସ୍ଥାନାନ୍ତର ପିଲାଙ୍କୁ  ସର୍ବାଧିକ ୫ହଜାର ଟଙ୍କାର ସ୍ଥାନାନ୍ତର ଭତ୍ତା ମିଳିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.