Home ଆମ ପର୍ବ ପର୍ବାଣୀ ବିହାରୀ ସମ୍ପ୍ରଦାୟଙ୍କ ଗଣପର୍ବ ଛଠ ପାଳିତ : ବ୍ରତଧାରୀ ଅସ୍ତଗାମୀ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କଲେ

ବିହାରୀ ସମ୍ପ୍ରଦାୟଙ୍କ ଗଣପର୍ବ ଛଠ ପାଳିତ : ବ୍ରତଧାରୀ ଅସ୍ତଗାମୀ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କଲେ

329

ବାରିପଦା ୦୩/୧୧ (ଓଡ଼ିଆ ପୁଅ/ସନ୍ତୋଷ ବରଜ) – ବାରିପଦା ପୌରପରିଷଦରେ ବିହାରୀ ସମ୍ପ୍ରଦାୟ ପକ୍ଷରୁ ସେମାନଙ୍କ ଗଣପର୍ବ ଛଠ୍ ମହୋତ୍ସବ ଧୁମଧାମ ସହକାରେ ପାଳିତ ହୋଇଛି। ହିନ୍ଦୁ ଧର୍ମ ଓ ପରମ୍ପରା ଅନୁସାରେ ବିଭିନ୍ନ ସମ୍ପ୍ରଦାୟ ସକଳ ଶକ୍ତିର ଆଧାର ସୂର୍ଯ୍ୟଦେବଙ୍କୁ ଉଦୟ ସମୟରେ ପୂଜାର୍ଚ୍ଚନା କରାଯାଉଥିବା ବେଳେ ବିହାରୀ ସମ୍ପ୍ରଦାୟ ଅସ୍ତଗାମୀ ସୂର୍ଯ୍ୟଙ୍କ ପୂଜାର୍ଚ୍ଚନା ଅତ୍ୟନ୍ତ ନିଷ୍ଠା, ଭକ୍ତି ଏବଂ ପାରମ୍ପରିକ ବିଧିବିଧାନ ଅନୁସାରେ କରିଥାନ୍ତି। ପର୍ବର ପ୍ରଥମ ଦିବସରେ ନାହାୟ ଖାଏକଦୁ ଭାତ୍, ଦ୍ୱିତୀୟ ଦିନରେ ଖରନା, ତୃତୀୟ ଦିବସରେ ଉପବାସ ରହି ନଦୀରେ ସ୍ନାନ ପରେ ଧୂପଦୀପ, ଭୋଗରାଗ, ନୈବେଦ୍ୟ ଅର୍ପଣ ସହ ପୂଜାର୍ଚ୍ଚନା ଶେଷ କରିବା ପରେ ବ୍ରତୀମାନେ ଅସ୍ତାଚଳ ଶିଖରରେ ରହିଥିବା ଅସ୍ତଗାମୀ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ ଏବଂ ଚତୃର୍ଥ ଦିବସ ଅର୍ଥାତ୍ ସପ୍ତମୀ ତିଥିରେ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ ପୂର୍ବକ ବ୍ରତୀମାନେ ପାରାନ୍ ନୀତି ସମ୍ପାଦନ ପୂର୍ବକ ପୂଜାନୀତି ଶେଷ କରିଥାନ୍ତି। ବିହାରୀ ସମ୍ପ୍ରଦାୟଙ୍କ ମଧ୍ୟରେ ଉକ୍ତ ଛଠ୍ ପୂଜା ପାଳନ କଲେ ବ୍ରତଧାରୀମାନଙ୍କ ମାନସିକ ପୂର୍ଣ୍ଣ ହେବା ସାଙ୍ଗକୁ ପରିବାରରେ ମଙ୍ଗଳ, ସୁଖ ସମୃଦ୍ଧି, ଯଶଖ୍ୟାତି ବୃଦ୍ଧି ହେବାର ବିଶ୍ୱାସ ରହିଆସିଛି। ଧାର୍ମିକ ଗ୍ରନ୍ଥ ପୁରାଣ ବର୍ଣ୍ଣନା ଅନୁସାରେ ସତ୍ୟ ଯୁଗରେ ସୁକନ୍ୟା ଏବଂ ମହାଭାରତରେ ବର୍ଣ୍ଣନା ଅନୁସାରେ ଦ୍ୱାପର ଯୁଗରେ ଦ୍ରୌପଦୀ ସୂର୍ଯ୍ୟପୂଜା କରୁଥିବାର ଉଲ୍ଲେଖ ରହିଛି।

ବାରିପଦା ପୌରପରିଷଦରେ ବସବାସ କରୁଥିବା ଉତ୍ତର ଭାରତୀୟ ଏବଂ ବିହାରୀ ସମ୍ପ୍ରଦାୟ ମଧ୍ୟରେ ଏହି ଛଠ୍ (ଛଠି ମୈୟା)ଙ୍କ ପୂଜାକୁ ନେଇ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଚଳିତ ବର୍ଷ ବାରିପଦା ସହରର ଷ୍ଟେସନ ବନ୍ଧ, ଦାରୋଗାଡ଼ାହିସ୍ଥିତି ନଦୀ ଘାଟ, ବୁଢ଼ାବଳଙ୍ଗ ନଦୀର ଚିପଟ ଅସ୍ତିଆ ଓ ମଧୁବନ ଡ଼ଙ୍ଗାଘାଟ ସାହିରେ ଛଠ୍ ପର୍ବ ଆନନ୍ଦ ଉହ୍ଲାସର ସହ ପାଳିତ ହୋଇଛି। ପୂଜାଘାଟରେ ଶହ ଶହ ଲୋକମାନଙ୍କ ସମାଗମରେ ପରିପୂର୍ଣ୍ଣ ହୋଇଉଠିଥିଲା। ଛଠି୍ ମୈୟାଙ୍କ ଭଜନ ସଂକୀର୍ତ୍ତନରେ ପରିବେଶ ମଧ୍ୟରେ ବ୍ରତୀମାନେ ସପରିବାର ନଦୂ ଘାଟରେ ଡଳାରେ ଫଳ, ପୁଷ୍ପ, ଆଖୁଗଛ, ଧୂପଦୀପ ଆଦି ଧରି ଉପସ୍ଥିତ ହୋଇଥିବାର ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.