Home ଓଡ଼ିଶା ପ୍ରଫେସର ଘନଶ୍ୟାମ ଦାଶ ସ୍ମାରକୀ ବକ୍ତୃତାମାଳାରେ କବି ଡ଼. ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ବ୍ୟାଖ୍ୟାନ

ପ୍ରଫେସର ଘନଶ୍ୟାମ ଦାଶ ସ୍ମାରକୀ ବକ୍ତୃତାମାଳାରେ କବି ଡ଼. ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ବ୍ୟାଖ୍ୟାନ

75

ସମ୍ବଲପୁର, ୦୩/୧୧ (ଓଡ଼ିଆ ପୁଅ) ସମ୍ବଲପୁରର ସେତୁ ଅନୁଷ୍ଟାନ ପକ୍ଷରୁ ପାନ୍ଥନିବାସ ସମ୍ମିଳନୀ କକ୍ଷଠାରେ ଆଜି ବିଂଶତମ ପ୍ରଫେସର ଘନଶ୍ୟାମ ଦାଶ ସ୍ମାରକୀ ବକ୍ତୃତାମାମାଳା ଅନୁଷ୍ଟିତ ହୋଇଥିଲା। ଏଥିରେ କେନ୍ଦ୍ରୀୟ ସାହତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ବରେଣ୍ୟ କବି ଡ଼. ରାଜେନ୍ଦ୍ର କିଶୋର ପଣ୍ଡା ବକ୍ତୃତା ପ୍ରଦାନ କରିଥିଲେ। ଏନିମଲ୍ସ ଏସ ଲିଗାଲ ପର୍ସନ ବିଷୟରେ ସେ କହିଲେ ଯେ, ପଶୁ ମାନେ ମଣିଷଙ୍କ ଭଳି ଜ୍ଞାନ ପ୍ରଦର୍ଶନରେ ଯଦିଓ ସମକକ୍ଷ ନୁହଁନ୍ତି। ପଶୁମାନେ ଅନ୍ୟ ପ୍ରାଣୀଙ୍କ ପରି ବ୍ୟବହାର ପାଇବାକୁ ଯୋଗ୍ୟତା ରଖିଛନ୍ତି। ସେମାନେ ବଂଚିବା ସକାଶେ ଅନ୍ୟ ଜୀବମାନଙ୍କୁ ହତ୍ୟା କରିଥାଆନ୍ତି ଓ ବଂଚିବା ପାଇଁ ଆହାର ଅନ୍ୱେଷଣ କରିଥାଆନ୍ତି। ତେବେ ପଶୁମାନେ କୈାଣସି ପ୍ରକାରର ମିଥ୍ୟା, ପ୍ରବଂଚନା, ତୋଷରପାତ ତଥା ଅରାଜକତା ଆଧାରିତ ନୁହଁନ୍ତି। ଏମାନେ ମାନଚଭଳି ସ୍ୱାର୍ଥୀ କିମ୍ବା ପ୍ରକୃତି ବିନାଶର ସପକ୍ଷବାଦୀ ହୋଇନଥାନ୍ତି। ଏଣୁ ସେମାନେ ମଧ୍ୟ ଆଇନତଃ ବଂଚିରହିବାର ଅଧିକାର ପାଇବା ଉଚିତ। ଯଦିଓ ଅଧୂନା ଧ୍ୱଂସାଭିମୁଖି ପଶୁପକ୍ଷୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଆଇନ ପ୍ରଣୟନ କରାଯାଉଛି। ତଥାପି ମଧ୍ୟ ଯଥାଶୀଘ୍ର ଉଭୟ ଆଇନ ବ୍ୟବସ୍ତା ଏବଂ ସାମାଜିକ ବ୍ୟବହାର ମଧ୍ୟରେ ସୁବ୍ୟବସ୍ତିତ ପରମ୍ପରା ସୃଷ୍ଟି ହେବ, ଯାହାକି ମାନବଜାତି ଓ ଇତର ପ୍ରାଣୀଜଗତ ପାଇଁ କଲ୍ୟାଣ କରହେବ ବୋଲି ସେ କହିଥିଲେ ଇଂଫା ଗ୍ରୁପର ସୌଜନ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେତୁର ସଭାପତି ଡ଼. କେଦାରନାଥ ବେହେରା ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ସନ୍ତୋଷ ଦାଶ ପ୍ରାରଂଭିକ ସୂଚନା ପ୍ରଦାନ କରିଥିବା ବେଳେ ଯୁଗ୍ମ ସମ୍ପାଦକ ହରିନାରାୟଣ ପଣ୍ଡା ଶେଷରେ ଧନ୍ୟବାଦ ଜ୍ଞାପନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.