Home ଓଡ଼ିଶା ଜାତୀୟ ନାଟକ ଉତ୍ସବ – ଶ୍ରୀରଂଗ ସମାରୋହ ଉଦଘାଟିତ

ଜାତୀୟ ନାଟକ ଉତ୍ସବ – ଶ୍ରୀରଂଗ ସମାରୋହ ଉଦଘାଟିତ

122

ସମ୍ବଲପୁର, ୦୩/୧୧ (ଓଡ଼ିଆ ପୁଅ) ସମ୍ବଲପୁର ଶ୍ରୀ କଲଚରାଲ ଏସୋସିଏସନ ପକ୍ଷରୁ ଝାଡ଼ୁଆପଡ଼ା ଆରଣ୍ୟକ ମଂଚଠାରେ ଚତୁର୍ଥ ବହୁଭାଷୀ ଜାତୀୟ ନାଟକ ସମାରୋହ –ଶ୍ରୀରଂଗ ସମାରୋହ -୨୦୧୯ ଉଦଘାଟିତ ହୋଇଛି। ଏଥିରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ବିଧାୟକ ଜୟ ନାରାୟଣ ମିଶ୍ର ଏବଂ ନାଉରୀ ନାଏକ, ପୁରୁଖା ନାଟ୍ୟକାର ରାଜେନ୍ଦ୍ର ପ୍ରସାଦ ପଂଡ଼ା ଓ ଡେଙ୍କାନାଳର ନ୍ୟାଟ୍ୟ ନିର୍ଦ୍ଦେଶକ ଡ଼ିଲେଶ୍ୱର ମହାରଣା ସମ୍ମାନୀତ ଅତିଥୀ ରୂପେ ଯୋଗ ଦେଇ ସମାରୋହକୁ କରିଥିଲେ। ଏଥିରେ ଏସୋସିଏସନର ସଭାପତି ସତ୍ୟ ରଞ୍ଜନ ବେହେରା ସଭାପତିତ୍ୱ କରିଥିଲେ। ଏହି ଅବସରରେ ଏକ ସ୍ମରଣୀକା ଉନ୍ମୋଚନ କରାଯାଇଥିଲା। ପ୍ରଥମ ରଜନୀରେ ସମ୍ବଲପୁରର ଶ୍ରୀ କଲଚରାଲ ଏସୋସିଏସନ କଳାକାରଙ୍କ ଦ୍ୱାରା ନାଟକ କଥାନ୍ତର ପରିବେଷଣ କରାଯାଇଥିଲା। ଏହାକୁ ଆଶୀଷ କୁମାର ସୋନାର ରଚନା କରିଥିବାବେଳେ ସତ୍ୟ ରଞ୍ଜନ ବେହେରା ନିର୍ଦ୍ଦେଶନା ଦେଇଥିଲେ। ସତ୍ୟ ରଞ୍ଜନ ବେହେରା, ମୀନା ବୋଷ, ସତ୍ୟ ନାରାୟଣ ସାହୁ, ଶିଶୁ କଳାକାର ପ୍ରଥା ବହିଦାର ପ୍ରମୂଖ ଏଥିରେ ଅଂଶ ଗ୍ରହଣ କରିଥିଲେ। ସୈାମ୍ୟଜିତ ବଡ଼ପଂଡ଼ା ସଂଗୀତ, ସାଗର ସ୍ୱରୂପ ସ୍ୱାଇଁ ଆଲୋକ, ଡ଼ମ୍ବରୁଧର ଦିକ୍ଷିତ ନଂଚସଜ୍ଜା ସଂଯୋଜନା କରିଥିଲେ। ଦ୍ୱିତୀୟ ସଂଧ୍ୟାରେ ରାଜସ୍ତାନ ଉ୍ ଦୟପୁର ନାଟ୍ୟାଂଶ ସୋସାଇଟିର କଳାକାରମାନେ ବିଜୟ ତେଂଡ଼ୁଲକରଙ୍କ ରଚିତ ମରାଠି ନାଟକ କମଳା ପରିବେଷଣ କରିଥିଲେ। ଏହାର ହିନ୍ଦୀ ରୂପାନ୍ତର କରିଥିଲେ ବସନ୍ଦ ଦେଓ ଏବଂ ନିର୍ଦ୍ଦେଶନା ଦେଇଥିଲେ ଅମିତ ଶ୍ରୀମାଲ। ପୂର୍ବରୁ ପୂର୍ବାହ୍ନରେ ଆମ ନାଟକର ସ୍ତିତାବସ୍ତା ସନ୍ତୋଷଜନକ କି ? ଶୀର୍ଷକ ଏକ ଆଲୋଚନାଚକ୍ର ରେ ବହୁ ନାଟ୍ୟକାର, ନିର୍ଦ୍ଦେଶକ, ଅଭିନେତା ଅଂଶଗ୍ରହଣ କରିଥିଲେ। ନାଟକ ସମାରୋହ ଆଗାମୀ ଛଅ ତାରିଖ ପର୍ଯ୍ୟନ୍ତ ଚାଲିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.