Home ଜିଲ୍ଲା ପରିକ୍ରମା ବିଷ ପିଆଇ ସ୍ତ୍ରୀକୁ ହତ୍ୟା, ଅଭିଯୋଗ ଆଣିଲେ ପରିବାର

ବିଷ ପିଆଇ ସ୍ତ୍ରୀକୁ ହତ୍ୟା, ଅଭିଯୋଗ ଆଣିଲେ ପରିବାର

35

ଭଦ୍ରକ, ୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଂଶଡା ଥାନା ଅର୍ନ୍ତଗତ ଚରଦିଆ ପଂଚାୟତର ରାମ ଶଙ୍କର କାଣ୍ଡାର(ଝଡୁ) ଶୈଳେନ୍ଦ୍ରପଲ୍ଲୀ ଗ୍ରାମର ଗୋପାଳ ମାଇତିଙ୍କ ଚିଙ୍ଗୁଡି ପୋଖରୀରେ ଶ୍ରମିକ ଭାବେ କାର୍ଯ୍ୟ କରି ଆସୁଥିଲା । ଗତ ଅକ୍ଟୋବର ମାସରେ ରାମ ଶଙ୍କର ଗୋପାଳ ମାଇତିଙ୍କ ନାବାଳିକ ଝିଅ (ସୀତା)କୁ ପ୍ରେମ କରି ରାତାରାତି ନେଇ ଫେରାର ହୋଇ ଯାଇଥିଲା ବୋଲି ବାଂଶଡା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା । ଏହି ଘଟଣାର ତଦନ୍ତ କରି ଥାନାଧିକାରୀ ନାବାଳିକାର କୌଣସି ଖୋଜ ଖବର ପାଇନଥିଲେ । ଇତି ମଧ୍ୟରେ ଦୀର୍ଘ ୬ ମାସ ବିତିଯାଇଥିବା ବେଳେ ରାମ ଶଙ୍କର ସୀତାଙ୍କୁ ବିବାହ କରି ଗତ ସପ୍ତାହରେ ଆସି ନିଜ ଗ୍ରାମରେ ରହିଥିଲେ । ଏହି ବିବାହକୁ ରାମ ଶଙ୍କରଙ୍କ ପରିବାର ସହଜରେ ଗ୍ରହଣ କରିପାରି ନଥିଲେ । ଦୀର୍ଘ ୧ ସପ୍ତାହ ହେବ ରାମ ଶଙ୍କରଙ୍କ ପରିବାର ସୀତାକୁ ଶାରିରୀକ ଏବଂ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ ବୋଲି ସୀତାଙ୍କ ବାପା ଗୋପାଳ ମାଇତି ଅଭିଯୋଗ ଆଣିଛନ୍ତି । ଗତକାଲି କୌଣସି କାରଣରୁ ସୀତାକୁ ରାମ ଶଙ୍କରଙ୍କ ପରିବାର ମାଡମାରିବା ସହ ବିଷ ପିଆଇ ଦେଇଥିଲେ । ସୀତାଙ୍କ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ସୀତାକୁ ଚାନ୍ଦବାଲି ମେଡିକାଲ କୁ ନେଇ ଯାଇଥିଲେ । ସେଠାରେ ସୀତାଙ୍କ ଅବସ୍ଥା ସଂକଟାପର୍ଣ ହେବାରୁ ପୁନଶ୍ଚ ସୀତାଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ । ଭଦ୍ରକ ମେଡିକାଲ ପହଂଚିବା ପୂର୍ବରୁ ସୀତାଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଭଦ୍ରକ ମେଡିକାଲରେ ସୀତାଙ୍କ ଶବକୁ ଜବତ କରିବା ସହ ଏ ବିଷୟରେ ସ୍ଥାନୀୟ ପୁଲିସଙ୍କୁ ଖବର ଦିଆଯାଇଥିଲା । ସୀତାଙ୍କ ବାପା ଗୋପାଳ ମାଇତିଙ୍କ ଅଭିଯୋଗ ମୂଳେ ପୁଲିସ ପହଂଚି ରାମ ଶଙ୍କର ଏବଂ ତାଙ୍କ ମାକୁ ଗିରଫ କରାଯାଇଥିବା ଜଣାଯାଇଛି । କେଉଁପରିସ୍ଥିତିରେ ସୀତାଙ୍କ ମୃତ୍ୟୁ ହୋଇଛି ତାହା ଶବ ବ୍ୟବଛେଦ ପରେ ଜଣା ପଡିବ ଏବଂ ଏହା ଉପରେ ତଦନ୍ତ ହେଲେ ଏହି ଘଟଣାରେ କିଏ କିଏ ସଂପୃକ୍ତ ତାହା ଲୋକ ଲୋଚନକୁ ଆସି ପାରିବ ବୋଲି ଅଂଚଳବାସୀ ଦାବୀ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.