Home ଜିଲ୍ଲା ପରିକ୍ରମା ଜମିଜମା ବିବାଦକୁ ନେଇ ଭାଇ ଭାଇ ମଧ୍ୟରେ ମରଣାନ୍ତକ ଆକ୍ରମଣ,୭ ଗୁରୁତର

ଜମିଜମା ବିବାଦକୁ ନେଇ ଭାଇ ଭାଇ ମଧ୍ୟରେ ମରଣାନ୍ତକ ଆକ୍ରମଣ,୭ ଗୁରୁତର

23

ଭଦ୍ରକ, ୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଂଶଡା ଥାନା ଅର୍ନ୍ତଗତ ସୁଭଦିଆ ଗ୍ରାମରେ ଭାଇ ଭାଇଙ୍କ ମଧ୍ୟରେ ଜମିଜମା ବିବାଦକୁ ନେଇ ଗଣ୍ଡଗୋଳ ହେବା ସହ ଗୋଟିଏ ପରିବାର ମଧ୍ୟରେ ୭ଜଣ ଅବସ୍ଥା ଗୁରୁତର । ଘଟଣାରୁ ପ୍ରକାଶ ସୁଭଦିଆ ଗ୍ରାମର ଗୋଟିଏ ପରିବାରର ୪ଭାଇଙ୍କ ମଧ୍ୟରୁ ୩ ଭାଇଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ନିମନ୍ତେ ଆଦେଶ ଆସିଥିଲା । ଆଜି ସକାଳ ସମୟରେ ୩ଭାଇ ଏହି ଘର ନିର୍ମାଣ ନିମନ୍ତେ ଗାତ ଖୋଳୁଥିବା ସମୟରେ ଘରର ବଡଭାଇ ଏବଂ ତାଙ୍କର ପୁଅ ମାନେ ଏହି ଘର କାର୍ଯ୍ୟକୁ ବିରୋଧ କରିଥିଲେ । ଏ ନେଇ ଗୃହ ନିର୍ମାଣ କରୁଥିବା ୩ ଭାଇ ବାଂଶଡା ଥାନାକୁ ସାହାଯ୍ୟ ଏବଂ ଅଭିଯୋଗ କରିବା ପାଇଁ ଯାଉଥିଲେ । ବିଶିବନ୍ଧ ଗ୍ରାମ ନିକଟରେ ବଡଭାଇର ପରିବାର ଲୋକ ମାନେ ସଂଘବଦ୍ଧ ଭାବରେ ୩ ଭାଇ ଏବଂ ସେମାନଙ୍କ ପରିବାରକୁ ଅତର୍କିତ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୭ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ପରେ ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି । ଏ ନେଇ ଉଭୟ ପକ୍ଷ ମଧ୍ୟରୁ ବାଂଶଡା ଥାନାରେ ଲିଖିତ ଅଭିଯୋଗ ହୋଇ ଅଧିକ ତଦନ୍ତ ଜାରୀ ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.