Home ଜିଲ୍ଲା ପରିକ୍ରମା ଧାମନଗର : କୋଭିଡ ଆଇନ କଡାକଡି ପାଇଁ ଆକ୍ସନ ମୁଡରେ ପ୍ରଶାସନ

ଧାମନଗର : କୋଭିଡ ଆଇନ କଡାକଡି ପାଇଁ ଆକ୍ସନ ମୁଡରେ ପ୍ରଶାସନ

19

ଭଦ୍ରକ, ୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କିଛି ମାସ ବ୍ୟବଧାନ ପରେ ଏବେ ଦୁଇଦିନ ହେଲା ଲଗାତର ଭାବେ ଧାମନଗର ଅଂଚଳରୁ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ପ୍ରଶାସନ ଆକ୍ସନ ମୁଡରେ ଆସିଛି । ଆଜି ଜିଲା ପ୍ରକଳ୍ପ ଅଧିକାରୀ ମଧୁସୂଦନ ଦାଶ, ଅତିରିକ୍ତ ତହସିଲଦାର ବିଶ୍ୱନାଥ ବିଶ୍ୱାଳ, ଏସଡିପିଓ ଅଶୋକ ଦାସ, ସ୍ଥାନୀୟ ଥାନାଧିକାରୀ ରତିକାନ୍ତ ଗିରି, ଏନଏସି ଅଫିସର ଜତିନ୍ଦ୍ର କୁମାର ମିଶ୍ର ଓ ପୁଲିସ ପ୍ରଶାସନ ଧାମନଗର ବଜାରରେ ଚଢଉ କରିଥିଲେ । ଧାମନଗର ବଜାରରେ ଏକ ତେଜରାତି ଦୋକାନରେ ଗହଳି ଥିବାରୁ ସେଠାରେ ସେମାନେ ପହଂଚି ଉକ୍ତ ଦୋକାନକୁ ସିଲ କରିଛନ୍ତି । ସେହିପରି ମାସ୍କ ଓ ହେଲମେଡ ପିନ୍ଧିନଥିବାରୁ ମଧ୍ୟ ଲୋକଙ୍କ ନିକଟରୁ ଜୋରିମାନା ଆଦାୟ କରାଯାଇଛି । ସେହିପରି ଆଜି ସନ୍ଧ୍ୟାରେ ମଧ୍ୟ ଧୂଷୁରୀ ବଜାରରେ ଧୂଷୁରୀ ଥାନାଧିକାରୀ ପ୍ରଫୁଲ୍ଲ ସିଂ ଓ ଏସଆଇ ମହାପ୍ରସାଦ ନାୟକ ଯାଂଚ କରାଯିବା ସହିତ ଜୋରିମାନା ଆଦାୟ କରାଯାଇଛି । ହେଲମେଟ ପିନ୍ଧିନଥିବାରୁ ୩୫ ହଜାର ଓ ମାସ୍କ ପାଇଁ ୬ ହଜାର ଟଙ୍କା ଧୂଷୁରୀ ପୁଲିସ ଆଜି ଜୋରିମାନା ଲୋକଙ୍କ ନିକଟରୁ ଆଦାୟ କରିଛି । ପ୍ରଶାସନ ଓ ସରକାର କୋଭିଡ ଗାଇଡ ଲାଇନ ଲୋକଙ୍କୁ ପାଳନ କରିବାକୁ ବାରମ୍ବାର ଅନୁରୋଧ କରୁଥିଲେ ମଧ୍ୟ ଅଧିକାଂଶ ଲୋକ ଏହାକୁ ମାନୁନଥିବା ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.