Home ଓଡ଼ିଶା ବିଷାକ୍ତ ଗନ୍ଧରେ ଜଣେ ମୃତ

ବିଷାକ୍ତ ଗନ୍ଧରେ ଜଣେ ମୃତ

359

ବ୍ରହ୍ମପୁର,୧୧/୧୦,(ଓଡ଼ିଆ ପୁଅ ପି ନାଏକ): ବିଷାକ୍ତ ଗନ୍ଧରେ ଜଣେ ମୃତ । ଦୁଇ ଗୁରୁତର । ଆଜ୍ଞା ହଁ, ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଅତରାଇପଲ୍ଲି ଗ୍ରାମରେ । ସୂଚନା ଅନୁସାରେ, ତାରାସିଂଗ ଥାନା ଅନ୍ତର୍ଗତ ଅତରାଇପଲ୍ଲୀ ଗ୍ରାମରେ ଗୁରୁବାର ସନ୍ଧ୍ୟା ୭ଟାରେ ଘଟିଛି ଏକ ଅଘଟଣ । ଏକ ବିଶାକ୍ତ ଦୁର୍ଗନ୍ଧରେ ବିର ନାଇକଙ୍କ ପରିବାରର ଦୁଇ ଭଉଣୀ ଗୁରୁତର ହୋଇ ମେଡିକାଲ ଯାଉଥିବା ସମୟରେ ବଡଭଉଣୀ ଅନି ନାଇକ (୧୭)ଙ୍କ ମୃତ୍ୟୁ ହୋଇଥିଲା । ସାନ ଭଉଣୀ ଭଞ୍ଜନଗର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ମୃତ୍ୟୁର ସ୍ପଷ୍ଟ କାରଣ ଜଣାପଡିନାହିଁ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.