Home ଓଡ଼ିଶା ପ୍ରଚାର ମଇଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର

ପ୍ରଚାର ମଇଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର

269

ଭୁବନେଶ୍ଵର,୧୧/୧୦,(ଓଡ଼ିଆ ପୁଅ ପି ନାଏକ): ବିଜେପୁର ଉପ ନିର୍ବାଚନ ପାଇଁ ଏବେ ରାଜନୀତି ବେଶ ସରଗରମ । ଲୋକଙ୍କୁ ନିଜ ଦଳ ଆଡକୁ ଟାଣିବା ପାଇଁ ସମସ୍ତେ ଚେଷ୍ଟା ଚଳାଇଛନ୍ତି । ଆଉ  ଷ୍ଟାର୍ ପ୍ରଚାରକଙ୍କ ଭିଡ଼ ବି ଦେଖିବାକୁ ମିଳିଛି ।  ତେବେ ଆଜି ବିଜେପିର ଷ୍ଟାର ପ୍ରଚାରକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଳପାଲି ଓ ଅଗଲପୁରରେ ପ୍ରଚାର କରିବେ । ଦଳୀୟ ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ପ୍ରଚାର କରିବେ ଧର୍ମେନ୍ଦ୍ର । ଏହି ଦୁଇ ସ୍ଥାନରେ ସାଧାରଣ ସଭା କରି ବିଜେପିକୁ ବହୁ ମତରେ ବିଜୟ କରିବାକୁ ଆହ୍ୱାନ ଦେବେ । ଏଥିସହ କେନ୍ଦ୍ର ସରକାରଙ୍କ ସଫଳତାର କଥା କହି ଦଳୀୟ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ଉତ୍ସାହିତ କରିବେ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.