ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ଅବସରରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଭଦ୍ରକ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଦିବା ଏଗାର ଘଟିକାରେ ସାମ୍ବାଦିକ ଜ୍ଞାନ ପ୍ରକାଶ ପାଣି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଆୟୋଜକ ସମାଜସେବୀ ଓ ଯୁବ ଇଞ୍ଜିନିୟର ଦେବାଶିଷ ରାୟ ମହାପାତ୍ରଙ୍କ ପକ୍ଷରୁ ସମସ୍ତ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଯୋଗ ଦେଇ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ପରିଚିତ ସାମ୍ବାଦିକ ବନ୍ଧୁମାନେ ନିରପେକ୍ଷତା ଓ ସତ୍ୟନିଷ୍ଠାକୁ ଆଧାର କରି ସମାଜକୁ ସଠିକ୍ ଦିଗଦର୍ଶନ ଦେଉଥିବା ବେଳେ, ଗୋ ସେବକମାନେ ନିଷ୍କାମ ସେବାଭାବରେ ଗୋମାତାଙ୍କ ସେବାରେ ନିରନ୍ତର ନିୟୋଜିତ ଅଛନ୍ତି ବୋଲି କହିଥିଲେ । ଭଦ୍ରକ ର ଜିଲ୍ଲା ସାମ୍ବାଦିକ ଭବନ ଖୁବଶୀଘ୍ର ମିଳିବ ବୋଲି ପ୍ରକାଶ କରିଥିଲେ । ସେହିପରି ଯୁବ ଇଞ୍ଜିନିଅର ଦେବାଶିଷ ଙ୍କୁ ସାଧୁବାଦ ଜଣାଇ ଆଜି ଉଭୟେ ସାମ୍ବାଦିକ ଓ଼ ଗୋସେବକ ଙ୍କୁ ସମ୍ବର୍ଦ୍ଧନା ଦେଇ ସେ ଅତ୍ୟନ୍ତ ଗର୍ବ ଅନୁଭବ କରିଛନ୍ତି ବୋଲି କହିଥିଲେ । ସେହିପରି ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ବରଣ୍ୟ ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକ ଓ଼ ଗୋସେବକ ଙ୍କ ଉତରତର ଉନ୍ନତି କାମନା କରିଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଟ ସାମ୍ବାଦିକ ନରେନ୍ଦ୍ର ସାମଲ ଓ଼ ଡ ହରିହର ନାୟକ ଯୋଗ ଦେଇ ସାମ୍ବାଦିକ ଙ୍କ ସମସ୍ୟା ସହିତ ସାମ୍ବାଦିକ ସ୍ୱାଧୀନତା ଉପରେ ବକ୍ତବ୍ୟ ରଖିଥିଲେ । ସେହିପରି ବରିଷ୍ଟ ସାମ୍ବାଦିକ ମାନେ ମଧ୍ୟ ସାମ୍ବାଦିକତା ଉପରେ ବିଭିନ୍ନ କାର୍ଯ୍ୟଧାରା ସେମାନଙ୍କ ର ସୁରକ୍ଷା ନେଇ କଥା ରଖିଥିଲେ । ମୁଖ୍ୟ ଆୟୋଜକ ଇଂ ଶ୍ରୀ ମହାପାତ୍ର ନିଜ ବକ୍ତବ୍ୟରେ ସମସ୍ତ ସାମ୍ବାଦିକ ଓ ଗୋ ସେବକ ମାନଙ୍କୁ ଯେତେ ସମ୍ବର୍ଦ୍ଧନା ଦେଲେ ମଧ୍ୟ କମ୍ ହେବ ବୋଲି କହିଥିଲେ। ତେବେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ଼ ଲୋକ ସମ୍ପର୍କ ଅଧିକାରିଣୀ ମଧୁସ୍ମିତା ମହାପାତ୍ର ସାମ୍ବାଦିକ ଙ୍କ କାର୍ଯ୍ୟଧାରା କୁ ନେଇ ପ୍ରଶଂସା କରିଥିଲେ । ଅନୁଷ୍ଠିତ ଉତ୍ସବରେ ସମସ୍ତ ସାମ୍ବାଦିକ ଓ଼ ୫୦ ରୁ ଉର୍ଦ୍ଧ ଗୋ ସେବକ ଙ୍କୁ ଉତରୀୟ ପୁଷ୍ପ ଗୁଚ୍ଛ ପ୍ରଦାନ କରି ଅତିଥି ମାନେ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଶେଷରେ ସମାଜସେବୀ ନଳିନୀକାନ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିବାବେଳେ ଆଦିଶକ୍ତି ଗୌଶାଳା ସେବକମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଦହି ପଖାଳ ସେବନ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।







