Home କେନ୍ଦୁଝର ବିଶିଷ୍ଟ ଶିକ୍ଷାବିତ ତଥା ବରିଷ୍ଠ ସଂଗଠକ ସୁରେନ୍ଦ୍ର ବାରିକଙ୍କ ପରଲୋକ

ବିଶିଷ୍ଟ ଶିକ୍ଷାବିତ ତଥା ବରିଷ୍ଠ ସଂଗଠକ ସୁରେନ୍ଦ୍ର ବାରିକଙ୍କ ପରଲୋକ

32

ହାଟଡିହି- ୯/୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ବିଶିଷ୍ଟ ଶିକ୍ଷାବିତ ତଥା ହାଟଡିହି ଅଞ୍ଚଳର ଜଣେ ବରିଷ୍ଠ ସଂଗଠକ ଭାବେ ପରିଚିତ ସୁରେନ୍ଦ୍ର ବାରିକଙ୍କ ୭୮ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ କେନ୍ଦୁଝର ଜିଲ୍ଲାର ବକ୍ସିବାରିଗାଁ, ବଲାଣି, ଅର୍ସଳା, ସ୍ୱାମପାଟଣା, ଫକିରପୁର, ପୁରୁଣାହାଟି, ଛେନାପଦି ଆଦି ବିଦ୍ୟାଳୟ ମାନଙ୍କରେ ଶିକ୍ଷକତା କରିବାପରେ ଜଳକଳଙ୍ଗ ବିଦ୍ୟାଳୟରୁ ୨୦୦୩ରେ ଚାକିରି ଜୀବନରୁ ଅବସର ନେଇଥିଲେ । ସେ ହାଟଡିହି ସତସଙ୍ଗ କେନ୍ଦ୍ରର ସଭାପତି ଥିବାବେଳେ ହଟକେଶ୍ୱର ମନ୍ଦିର କମିଟିର ସଭାପତି ତଥା ହାଟଡିହି ବରିଷ୍ଠ ନାଗରିକ ମଞ୍ଚର ସଭାପତି ଭାବେ କାର୍ଯ୍ୟକରୁଥିଲେ । ସେ ଜଣେ ମିଷ୍ଠଭାଷୀ, ଉଦାରଚିତ ବ୍ୟକ୍ତିତ୍ୱ ଥିବାରୁ ସେ ସମସ୍ତଙ୍କ ପାଖରେ ପ୍ରୀୟପାତ୍ର ହୋଇପାରିଥିଲେ । ସେ ଗତ କିଛିଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବାବେଳେ ଗତ ଗୁର୍ରୁବାର ରାତିରେ ତାଙ୍କର ପରଲୋକ ଘଟିଥିଲା । ମୃତ୍ୟୁଶଯ୍ୟା ନିକଟରେସ୍ତ୍ରୀ ଉର୍ମୀଳା, ବଡପୁଅ ଦେବାଶିଷ, ବୋହୁ ମିନୁ, ମାମା, ଝିଅ ଲିଲି, ଝୁନୁ, ଜ୍ୱାଇଁ ଗଜେନ୍ଦ୍ର, ସଞ୍ଜୟ, ନାତି ରାଜା, ରାହୁଲ, ଗୁଡୁ, ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ପରଲୋକରେ ସମଗ୍ର ହାଟଡିହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପରଲୋକ ଖବର ପ୍ରଚାରିତ ହେବାପରେ ହାଟଡିହି ପଞ୍ଚାୟତର ସରପଞ୍ଚ ଅନୁସୁୟା ସେଠୀ, ସମାଜସେବୀ କଳ୍ପତରୁ ସେଠୀ, ଚିନ୍ମୟ ନାୟକ, ନିତ୍ୟାନନ୍ଦ ପହି, ଧବଳେଶ୍ୱର ପଟ୍ଟନାୟକ, ଗୋଲେଖ ନାୟକ, ନିରାକାର ପାତ୍ର, କାମପାଳ ନାୟକ, ବିଜୟ ଜେନା, ଚିତ୍ତରଞ୍ଜନ ପାତ୍ରଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ତାଙ୍କ ସାନପୁଅ ସବ୍ୟସାଚୀ ମୁଖାଗ୍ନି ଦେଇଥିବାବେଳେ ବନ୍ଧୁବାନ୍ଧାବ ଓ ଗ୍ରାମବାସୀ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.