Home କେନ୍ଦୁଝର କେ. ବାଲିପାଳ ପଞ୍ଚାୟତରେ ଆବାସ ଯୋଜନା ଟଙ୍କାରେ ବ୍ୟାପକ ଦୁର୍ନ୍ନୀତି ଅଭିଯୋଗ, ଅନସନ ପାଇଁ ହିତାଧିକାରୀଙ୍କ...

କେ. ବାଲିପାଳ ପଞ୍ଚାୟତରେ ଆବାସ ଯୋଜନା ଟଙ୍କାରେ ବ୍ୟାପକ ଦୁର୍ନ୍ନୀତି ଅଭିଯୋଗ, ଅନସନ ପାଇଁ ହିତାଧିକାରୀଙ୍କ ଚେତାବନୀ

19

ହାଟଡିହି-୯ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର କେ. ବାଲିପାଳ ପଞ୍ଚାୟତରେ ଆବାସ ଯୋଜନା ଟଙ୍କାରେ ବ୍ୟାପକ ଦୁର୍ନ୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି । ଏପରିକି ପ୍ରଶାସନ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ନିଆନଗଲେ ଆସନ୍ତା ୧୮ତାରିଖରେ କ୍ଷତିଗ୍ରସ୍ଥ ହିତାଧିକାରୀ ମାନେ ସପରିବାର ଅନସନରେ ବସିବାକୁ ଚେତାବନୀ ଦେଇଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ୨୦୧୫/୧୬ ଓ ୨୦୧୬/୧୭ଆର୍ôଥକ ବର୍ଷରେ ଏହି ପଞ୍ଚାୟତରେ ୪୦୦ରୁ ଉର୍ଦ୍ଧ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇଥିଲା । ଇତିମଧ୍ୟରେ ୪ବର୍ଷ ବିତିବାକୁ ବସିଥିବାବେଳେ ପାଖାପାଖି ୩୦୦ରୁ ଉର୍ଦ୍ଧ ଘର ଆଜି ପର୍ଯ୍ୟନ୍ତ ପୁର୍ଣ୍ଣାଙ୍ଗ ହୋଇପାରିଲା ନାହିଁ । ହିତାଧିକାରୀ ମାନେ ନିଜେ କରିଥିବା ଘରଗୁଡିକ କିଛି ମାତ୍ରାରେ ସମ୍ପୁର୍ଣ୍ଣ କରିଥିବାବେଳେ ମଧ୍ୟସ୍ଥିଙ୍କ ଜରିଆରେ କରାଯାଇଥିବା ଘର ଗୁଡିକ ଅସମ୍ପୁର୍ଣ୍ଣ ହୋଇ ପଡି ରହିଛି । ପରବର୍ତ୍ତୀ ସମୟରେ ୪୦ଟି ଘର ଡିପାଟମେଣ୍ଟଲିଂ କନିଷ୍ଠଯନ୍ତ୍ରୀ ମାନଙ୍କ ଦ୍ୱାରା ସମ୍ପୁର୍ଣ୍ଣ କରିବାକୁ ପ୍ରୟାସ କରାଯାଇଥିଲା । ପରବର୍ତ୍ତୀ ସମୟରେ ଜିନ୍ଦଲ କଂପାନି ମାଧ୍ୟମରେ ୧୦୦ଟି ଘର ସାରିବାକୁ ପ୍ରଶାସନ ଦାୟିତ୍ୱ ଦେଲା । ସେତେବେଳେ ଗରିବ ଆଦିବାସୀ ମାନଙ୍କୁ କୁହାଗଲା କି ମନରେଗା ଯୋଜନାରେ ଯେଉଁ ପଇସା ପାଇବ ସେଥିରେ ଘରର ପ୍ଲାଷ୍ଟର, ଫ୍ଲୋରିଂ ଓ ରଙ୍ଗ ଦେବାକାର୍ଯ୍ୟ କରିବ । ହିତାଧିକାରୀ ମାନେ ସେହିଦିନ ଠାରୁ ମନରେଗା ଯୋଜନା ପଇସା ପାଇବାକୁ ଜିଆରଏସଙ୍କ ପଛରେ ଗୋଡାଇ ଗୋଡାଇ ନିରାଶ ହେବାପରେ ବିଡିଓଙ୍କୁ ଦେଖାକରି ଅଭିଯୋଗ କଲେ । କିନ୍ତୁ କିଛି ଲାଭ ହେଲାନି । ଏବେ ଦେଖିବାବେଳକୁ ଅଧିକାଶଂ ହିତାଧିକାରୀଙ୍କ ମନରେଗା ଯୋଜନା ଟଙ୍କା ହିତାଧିକାରୀଙ୍କ ଏକାଉଣ୍ଟକୁ ଯିବା ପରିବର୍ତ୍ତେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ଏକାଉଣ୍ଟ ମାଧ୍ୟମରେ ଟଙ୍କାକୁ ଉଠାଇ ନିଆଯାଇଛି । ଏ ସମ୍ପର୍କରେ କେ. ବାଲିପାଳ ପଞ୍ଚାୟତର ୫୦ରୁ ଉର୍ଦ୍ଧ ହିତାଧିକାରୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ପାଇପାରିଲେ ନାହିଁ ବୋଲି ଜିଲ୍ଲାପରିଷଦ ସଦସ୍ୟା ଟିକି କିସ୍କୁ କହିଛନ୍ତି । ତାଙ୍କ କହିବାନୁସାରେ ଖାଲି କେ ବାଲିପାଳ ନୁହଁ ହଦଗଡରେ ମଧ୍ୟ ସମାନ ପରିସ୍ଥିତି । ଶହଶହ ହିତାଧିକାରୀଙ୍କ ସରଳତାର ସୁଯୋଗ ନେଇ ସେମାନଙ୍କର ମନରେଗା ଯୋଜନାକୁ ଅନ୍ୟ ଏକାଉଣ୍ଟମାଧ୍ୟମରେ ଉଠାଇ ନିଆଯାଇଛି ବୋଲି ସେ କହିଛନ୍ତି । ନାଁ ସରକାର ଦେଇଥିବା ଘର ସମ୍ପୁର୍ଣ୍ଣ ହେଉଛି, ନାଁ ଏହାକୁ ଆମେ ବ୍ୟବହାର କରିପାରୁଛୁ । ଯେତେ ଗୁହାରୀ କଲେବି କେହି ଆମ ଅଭିଯୋଗକୁ ଶୁଣୁ ନାହାନ୍ତିବୋଲି ସୁନିଲ କୁମାର ପ୍ରଧାନ, ଆନନ୍ଦ ଚନ୍ଦ୍ର ପ୍ରଧାନ, ଶହଦି ଦିଗାଲ, । କୁଳ ବିଶ୍ୱାଳ, ନାରଣ ପଦୁରିଆ, ରତ୍ନମଣି ମହାନ୍ତ, ବାଲି ପ୍ରଧାନ, କଳ୍ପନା ପାତ୍ର, ଗୌରୀ ମହାନ୍ତ, ସହଦେବ ପ୍ରଧାନ, ରମେଶ ସେନାପତି, ଗେହ୍ଲେଇ ପ୍ରଧାନ, ମଙ୍ଗୁଳୁ ଗିରି ପ୍ରମୁଖ ଅଭିଯୋଗ କରିଛନ୍ତି । ଯଦି ପ୍ରଶାସନ ତୁରନ୍ତ ଏନେଇ କୌଣସି ପଦକ୍ଷେପ ନନିଏ ତେବେ ଆସନ୍ତା ୧୮ତାରିଖରୁ ଅନସନରେ ବସିବୁ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.